• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ନେଇଛି ୨ ଓଡ଼ିଆଙ୍କ ଜୀବନ । ମୃତକଙ୍କ ଘର ରାଉରକେଲାରେ । ସେମାନେ ହେଲେ ଅଜିତ ସାମଲ ଓ ଟି. ବିକାଶ ରାଓ । ଜଣଙ୍କର ଘର ରାଉରକେଲା ମାଲଗୋଦାମ ଅଞ୍ଚଳରେ ଓ ଅନ୍ୟ ଜଣେ ରେଲୱେ କଲୋନୀ ବାସିନ୍ଦା । ଆଜି ଓଡ଼ିଶା ସୀମାନ୍ତ ଝାଡଖଣ୍ଡର ରାଜଖରସୁଆଁରେ ଭୋର ୩ଟା ୪୫ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ମେଲ୍ ।

ଚକ୍ରଧରପୁର ଡିଭିଜନର ରାଜଖରସୁଆଁ-ଓବାରବାମ୍ବୋ ମଝିରେ ଏହି ଦୁର୍ଘଟଣା ହୋଇଥିଲା । ଲାଇଚ୍ୟୁତ ହୋଇଥିଲା ୧୮ଟି ବଗି । ଏହା ଭିତରେ ରହିଛି ୧୬ଟି ଯାତ୍ରୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ । କେମିତି ଓ କେଉଁ ପରିସ୍ଥିତିରେ ଲାଇନଚ୍ୟୁତ ହେଲା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଟ୍ରେନ୍ ମ୍ୟାନେଜର କହିଛନ୍ତି, ପୂର୍ବରୁ ସେହି ରୁଟରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିଲା ।

ଅଧିକ ପଢନ୍ତୁ : କେରଳରେ ବଡ଼ ଧରଣର ଭୂସ୍ଖଳନ; ୪୩ ମୃତ, ଫସିଛନ୍ତି ଶତାଧିକ...

ତାପରେ ଦୁର୍ଘଟଣାର ଶିକାର ହେଲା ହାୱଡା-ମୁମ୍ବାଇ ମେଲ୍ । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି । ଯାତ୍ରୀଙ୍କୁ ବସ୍ ଓ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ହାୱଡ଼ା-ମୁମ୍ବାଇ ମେଲ୍ ଲାଇନଚ୍ୟୁତ ହେବା ପରେ ୫ ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି ।

ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଉଛି ହାୱଡ଼ା- ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ, ଖଡଗପୁର-ଧାନବାଦ, ହାୱାଡ଼ା-ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ, ଟାଟାନଗର-ଇଟୱାରୀ ଏକ୍ସପ୍ରେସ, ସାଲିମା-ଏଲଟିଟି ଏକ୍ସପ୍ରେସ ଟ୍ରେନ । ୪ଟି ଟ୍ରେନ୍ ସ୍ୱଳ୍ପ ବାତିଲ୍ ଓ ୧୭ଟି ଟ୍ରେନ୍ ଗତିପଥ ପରିବର୍ତ୍ତନ କରାଯାଇଛି ।

ଯାତ୍ରୀଙ୍କ ପାଇଁ ଚକ୍ରଧରପୁର ଷ୍ଟେସନରୁ ଅତିରିକ୍ତ ଟ୍ରେନ୍ ବ୍ୟବସ୍ଥା କରାଯାଉଛି । ହାୱଡା-ମୁମ୍ବାଇ ଏକ୍ସପ୍ରେସର ପାଖାପାଖି ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନ୍ ADRM ଓ ବରିଷ୍ଠ ରେଳୱେ ଅଧିକାରୀ ପହଞ୍ଚିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ ।

ଅଧିକ ପଢନ୍ତୁ : Video: IAS କୋଚିଂ ସେଣ୍ଟରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ; ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ...

ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ପରେ ରେଲୱେ ପକ୍ଷରୁ ଜାରି ହୋଇଛି ହେଲପଲାଇନ୍ ନମ୍ବର । ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି ।

-ରାଉରକେଲା-0661-2501072/2500244/2500191/2500171

-ଝାରସୁଗୁଡ଼ା ପାଇଁ ହେଲ୍ପ ଲାଇନ୍‌ ନମ୍ବର-06645-272530

-ଚକ୍ରଧରପୁର ପାଇଁ ହେଲ୍ପଲାଇନ୍‌ ନଂ- 72770, 06587-238072

-ଟାଟାନଗର ପାଇଁ ହେଲ୍ପଲାଇନ୍‌ ନଂ- 0657-2290324, RLY-73523

OTV is now on Whatsapp

Join and get latest news update delivered to you via whatsapp

Join Now