Advertisment

ଚାହୁଁଚାହୁଁ ଜଳିଗଲା ଏକ୍ସପ୍ରେସ୍‌ ଟ୍ରେନ୍‌; ପ୍ଲାଟ୍‌ଫର୍ମରେ ଭରିଗଲା ଧୂଆଁ...ଦେଖନ୍ତୁ ଭିଡିଓ

ହୁତୁହୁତୁ ହୋଇ ଜଳିଗଲା ଟ୍ରେନ୍‌। କୋରବା-ବିଶାଖାପଟ୍ଟନମ୍‌ ଏକ୍ସପ୍ରେସରେ ଲାଗିଲା ନିଆଁ। ବିଶାଖାପଟ୍ଟନମ୍‌ ରେଳ ଷ୍ଟେସନର ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ତିନୋଟି ଏସି କୋଚରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କର ମୃତାହତ ନେଇ ସୂଚନା ମିଳିନି।

author-image
Sonali Ojha
korba-visakhapatnam-express-catch-fire

ସୂଚନା ଅନୁସାରେ, କୋରବା-ବିଶାଖାପଟ୍ଟନମ୍‌ ଏକ୍ସପ୍ରେସ ତିରୁପତି ଅଭିମୁଖେ ଯାତ୍ରା କରୁଥିଲା। ଏହା ବିଶାଖାପଟ୍ଟନମ୍‌ ଷ୍ଟେସନ୍‌ର ୪ନମ୍ୱର ପ୍ଲାଟଫର୍ମରେ ଅଟକି ଥିଲା। ହଠାତ୍‌ ଟ୍ରେନ୍‌ର ଏସି କୋଚ୍‌ରୁ ଧୂଆଁ ବାହାରିବା ଦେଖିବାକୁ ମିଳିଥିଲା। ଏହାଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ ଓ ବାହାରକୁ ଚାଲିଆସିଥିଲେ। ଦେଖୁଦେଖୁ ନିଆଁ ବ୍ୟାପିବାକୁ ଆରମ୍ଭ କଲା।

ଏହା ଦେଖି ରେଳ ଅଧିକାରୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତୁରନ୍ତ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ୪ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ। ନିଆଁ ଲାଗି ଏକ୍ସପ୍ରେସ୍‌ର B-6, B-7 ଏବଂ M-1 ବଗି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ନିଆଁ ଲାଗିବାର କାରଣ ଏଯାଏ ଅସ୍ପଷ୍ଟ ରହିଛି।

Advertisment

Train
Advertisment
Advertisment