• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜ । କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା ଏବଂ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ମିଳୁନି । ଏମାନେ ଭୁସ୍ଖଳନରେ ନିଖୋଜ ଥିବା ବିଷ୍ଣୁଙ୍କ ବାପା ଅମର ପ୍ରସାଦ ଚିନାରା ସୂଚନା ଦେଇଛନ୍ତି । ତାଙ୍କ ପୁଅ ବିଷ୍ଣୁ ଓ ବୋହୁ ପ୍ରିୟଦର୍ଶିନୀ ପାଲ ଏବଂ ଅନ୍ୟ ଦୁଇ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ୱୀକୃତି ମହାପାତ୍ର କେରଳ ଯାଇଥିଲେ ।

ଗତକାଲି ରାତିରେ ଭୁସ୍ଖଳନ ହୋଇଥିଲା । ଏଥିରେ ବିଷ୍ଣୁ ପ୍ରସାଦ ନିଖୋଜ ଥିବା ବେଳେ ପ୍ରିୟଦର୍ଶିନୀ ଉଦ୍ଧାର ହୋଇଥିବା ଜଣାପଡିଛି । ପୁଅର କୌଣସି ଖବର ମିଳୁନଥିବା ବେଳେ ବୋହୁ ମେଡିକାଲରେ ଅଛନ୍ତି ବୋଲି ବାପା କହିଛନ୍ତି । ସେପଟେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ମଧ୍ୟ କୌଣସି ପତ୍ତା ମିଳୁନି ।

ତେବେ ତାଙ୍କ ପତ୍ନୀ ସ୍ୱୀକୃତି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । କେରଳ ୱାଏନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୯୩ ରେ ପହଞ୍ଚିଛି । ସେହିପରି ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଭୀଷଣ ବର୍ଷା ଓ ଏହା ଯୋଗୁଁ ହୋଇଥିବା ଭୂସ୍ଖଳନରେ ଶତାଧିକ ଲୋକ ଫସି ରହିଛନ୍ତି ।

ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ରେସକ୍ୟୁ ଅପରେସନରେ ଆର୍ମି ଓ ଭାରତୀୟ ସେନାର ଯବାନ ମାନେ ମୁତୟନ ହୋଇଛନ୍ତି । ୯୦ରୁ ଅଧିକ ଲୋକଙ୍କ ଅକାଳ ବିୟୋଗ ପରେ କେରଳ ସରକାର ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ସମଗ୍ର ରାଜ୍ୟରେ ଶୋକ ଦିବସ ଘୋଷଣା କରିଛନ୍ତି ।

ସେନାର MI 17 ଓ ALH ହେଲିକପ୍ଟର ବି ନିୟୋଜିତ ହୋଇଛି । ଭୂସ୍ଖଳନ ସ୍ଥଳରୁ ସାମ୍ନାକୁ ଆସୁଛି ଭୟଙ୍କର ଚିତ୍ର । ପାଣିରେ ଧୋଇଯାଇଛି ବିସ୍ତୀର୍ଣ୍ଣ ଅଞ୍ଚଳ । ମାଟିରେ ମିଶିଯାଇଛି ଘରଦ୍ୱାର । ରାସ୍ତାଘାଟ ଧୋଇ ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ସହ କଥା ହୋଇଛନ୍ତି ।

ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି । ଏଥିସହ ମୃତାହତଙ୍କୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now