Advertisment

ଶ୍ରାବଣରେ ଅଘଟଣ; ଜଳଲାଗି ପୂର୍ବରୁ ନଦୀରେ ବୁଡ଼ି କାଉଡ଼ିଆ ମୃତ

ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳ ଲାଗି ପାଇଁ ପାଣି ଉଠାଇବା ବେଳେ ବୁଡ଼ି କାଉଡିଆଙ୍କ ମୃତ୍ୟୁ ହୋଇଛି।

author-image
Sonali Ojha
Kaudia

Kaudia

ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ ଲାଗିଛି। ଶିବମୟ ହୋଇ ଉଠିଛି ଶୈବପୀଠ । ବିଭିନ୍ନ ନଦୀ ଏବଂ ଜଳାଶୟରୁ ପାଣି ଆଣିବାକୁ କାଉଡିଆ ଧାଡ଼ିରେ ଯାଉଛନ୍ତି। ତେବେ ପାଣି ଆଣିବା ବେଳେ ନଦୀରେ ବୁଡ଼ି ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଯାଜପୁର ବୈତରଣୀ ନଦୀର ବଲ୍ଲଭିଘାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

Advertisment

ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳ ଲାଗି ପାଇଁ ପାଣି ଉଠାଇବା ବେଳେ ବୁଡ଼ି କାଉଡିଆଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପୁରୁଷୋତ୍ତମପୁର ଗାଁର ପ୍ରଶାନ୍ତା ସାମଲ। ବୈତରଣୀରୁ ପାଣି ଉଠାଇ ଆଖଣ୍ଡଳମଣି ପୀଠକୁ ଯିବା ପାଇଁ ଆସିଥିଲେ। ଯାଜପୁର ବଲ୍ଲଭିଘାଟରେ ଗାଧୋଇବା ବେଳେ ପାଣି ସୁଅରେ ଭାସି ଯାଇଥିଲେ।

ପ୍ରଶାନ୍ତ ବୁଡ଼ିବା ଦେଖି ଆଉ ଜଣେ କାଉଡ଼ିଆ ତାଙ୍କୁ ଉଦ୍ଧାର କରିବାକୁ ଯାଇ ବୁଡ଼ି ଯାଇଥିଲେ। ତେବେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏହା ଦେଖି ସେଠାରେ ଥିବା ଅନ୍ୟ କାଉଡିଆ ମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ। ପ୍ରଶାନ୍ତଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Advertisment

Drowning
Advertisment
Advertisment