ନୂଆଦିଲ୍ଲୀ ରେଳ ଷ୍ଟେସନ୍ ଷ୍ଟାମ୍ପେଡ୍ ଟ୍ରାଜେଡି। କେଉଁ କାରଣରୁ ହେଲା ଏତେବଡ ଅଘଟଣ? କାହିଁକି ବେକାବୁ ହେଲା ଭିଡ଼? ଦଳାଚକଟା ପରଠୁ ଘଟଣାକୁ ନେଇ ଚାଲିଛି ତନାଘନା ।
ରେଲୱେ ପ୍ରଶାସନର ଉଚ୍ଚସ୍ତରୀୟ ତଦନ୍ତ କମିଟି ଯାଞ୍ଚ ଆରମ୍ଭ କରିଥିଲା ବେଳେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆଜି ସ୍ଥିତି ବାବଦରେ ଅବଗତ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କୁହାଯାଉଛି ଅତ୍ୟଧିକ ଭିଡ଼ ସାଙ୍ଗକୁ ଆନାଉନ୍ସମେଣ୍ଟ ଓ ପ୍ଲାଟଫର୍ମ ଦ୍ୱନ୍ଦ୍ୱ ପାଇଁ ବିଗିଡ଼ି ଯାଇଥିଲା ସ୍ଥିତି।
ଦୁର୍ଘଟଣା ଭିଆଇ ଶହେ ମିଟର ଯାଏଁ ସ୍କୁଟରକୁ ଘୋଷାଡ଼ି ନେଉଛି ବସ୍, ତାର ଦୃଶ୍ୟକୁ ଯିଏ ଦେଖୁଛନ୍ତି, ମୁଣ୍ଡରେ ହାତ ଦେଉଛନ୍ତି। ବେପରୁଆ ଗାଡ଼ି ଚାଳନାର ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସିଥିବାବେଳେ ମୋ ବସ୍ ଡ୍ରାଇଭରଙ୍କ ଦାୟିତ୍ବହୀନତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
ଦୁର୍ଘଟଣାରେ ଡିଏସପି ବଳରାମ ନାୟକଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କର ଜଣେ ସଂପର୍କୀୟଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାଲିରେ ଏକ ବେଆଇନ ସୁନା ଖଣିରେ କାମ ଚାଲିଥିବା ବେଳେ ଶନିବାର ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ଖଣିରେ ୧୮୦୦ରୁ ଅଧିକ କର୍ମଚାରୀ ଉପସ୍ଥିତ ଥିଲେ। ଖଣି ଭୁଶୁଡି ପଡିଥିବା ବେଳେ ପାଣି ମଧ୍ୟକୁ ଖସି ପଡି ଅନେକଙ୍କ ପ୍ରାଣ ହାନି ଘଟିଥିଲା।
ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିଲା ଦଳାଚକଟା। ଆଉ ଚାଲିଗଲା ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପାଇଁ ଘରୁ ବାହାରିଥିବା ତୀର୍ଥ ଯାତ୍ରୀଙ୍କ ଜୀବନ। ଏହି ଘଟଣାକୁ ସମଗ୍ର ଦେଶରେ ଉଦ୍ବେଗ ପ୍ରକାଶ ପାଇଛି।
ଗତକାଲି ଅପରାହ୍ନ ଚିତଳପୁରଠାରେ ନଦୀ ବନ୍ଧରେ ଲେବୁଲ ନିଆଯାଉଥିଲା। ରବି ଏହି ଲେବୁଲ ଷ୍ଟାଣ୍ଡକୁ ଧରିଥିଲେ। ହଠାତ୍ ଲେବୁଲଟି ନଦୀ ବନ୍ଧ ତଳେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା।
ଟ୍ବିନ୍ ସିଟିର ଲାଇଫଲାଇନ୍ ସାଜିଥିବା ଏହି ବସକୁ ଲୋକେ କହିଲେଣି ମଣିଷ ମରା ବସ୍। ଗତରାତିରେ ତମାଣ୍ଡୋରେ ଜଣେ ମହିଳାଙ୍କୁ ଯେଭଳି ଘୋଷାଡ଼ି ମାରିଲା ସମସ୍ତଙ୍କୁ ବିଚଳିତ କରିଛି। କେବଳ କାଲି ନୁହେଁ, ଗତ କିଛି ମାସ ହେଲା ଅନେକ ଲୋକଙ୍କ ଜୀବନ ନେଲାଣି।
ରାଜଧାନୀରେ ପୁଣି 'ମୋ ବସ୍' ଆତଙ୍କ । ତମାଣ୍ଡୋରେ ମହିଳାଙ୍କୁ ଘୋଷାଡ଼ି ନେଲା \'ମୋ ବସ୍\'। ଗାଡ଼ିର ରୁଟ୍ ପରିବର୍ତ୍ତନକୁ ନେଇ ପ୍ରଶ୍ନ। ଲଗାତର ଅଘଟଣକୁ ନେଇ ତେଜୁଛି ଅସନ୍ତୋଷ ।
ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ପଟରୁ ଏକ ବାଇକରେ ୨ ଜଣ ଯୁବକ ଆସୁଥିଲେ। ଏହି ସମୟରେ ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ନିକଟରେ ଏକ ଅଜଣା ଗାଡ଼ି ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା
ମୋ ବସ୍ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍ସିଟିର ପ୍ରକାଶ ପାଇଛି ଉଦ୍ବେଗ । କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇ ଜୀବନ ନେଇଥିଲା ମୋ ବସ୍ ।
ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନଟି ଠିଆ ହୋଇଥିଲା। ଏହି ସମୟରେ ସଂପୃକ୍ତ ଯୁବକ ଜଣଙ୍କ କୋଇଲା ବୋଝେଇ ଟ୍ରେନ ଉପରେ ଚଢ଼ିଯାଇଥିଲେ।
ବାଲେଶ୍ୱର ଚନ୍ଦନେଶ୍ୱରରୁ ବସ୍ଟି ପ୍ରୟାଗରାଜ ଯାଉଥିଲା। ବିହାର-ଉତ୍ତରପ୍ରଦେଶ ସୀମାନ୍ତ ମଥାନୀ ନିକଟରେ ବସ୍ଟି ଭାରସାମ୍ୟ ହରାଇ ବାଲି ବୋଝେଇ ଡମ୍ପରକୁ ପଛ ପଟୁ ଧକ୍କା ଦେଇଥିଲା।
ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଦ୍ରୁତଗତିରେ ଆସି ପ୍ରଥମେ ଏକ ଗାଡ଼ିକୁ ଧକ୍କା ଦେଇଥିଲା। ପରେ ଜଣେ ପଥଚାରୀକୁ ଧକ୍କା ଦେଇ ଦୋକାନ ଉପରେ ମାଡ଼ି ଯାଇଥିଲା।
ରାସ୍ତାରେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ଦାମୀ କାର୍ ବାଲା । ବେପରୱା ଡ୍ରାଇଭିଂରୁ ଗୋଟିଏ ରାତିରେ ରାଜଧାନୀରେ ଦୁଇଟି ବଡ଼ ଦୁର୍ଘଟଣା । ଶାସ୍ତ୍ରୀନଗରରେ ଘର ଭାଙ୍ଗିଦେଲା BMW । ଟଙ୍କପାଣି ରୋଡରେ ୩ ଜୀବନ ନେଲା ଟାଟା ହାରିୟର୍ । ଢିଲା ଧରପଗଡ଼କୁ ଦାୟୀ କଲେ ବିଭିନ୍ନ ବର୍ଗ ।
ଗତ କିଛି ମାସ ହେଲା, ରାଜଧାନୀରେ ନାମୀଦାମୀ କାର୍ ଚକ ତଳେ ଗଲାଣି ବହୁ ଜୀବନ। ୨୦୨୪ ମସିହା ଜୁନ୍ ୨୯ ତାରିଖରେ ଜୟଦେବ ବିହାରରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କାର ଦୁର୍ଘଟଣାରେ ଟ୍ରାଫିକ କନେଷ୍ଟବଳ ମଧୁସୂଦନ କିଷାନୀଙ୍କ ପ୍ରାଣହାନୀ ହୋଇଥିଲା।
ବାଜୁଥିଲା ସାହାନାଇ, ଚାଲିଥିଲା 'ହଳଦୀ ଉତ୍ସବ' । ଖୁସିକୁ ଦୁଇ ଗୁଣିତ କରିଥିଲା ନାଚର ଆସର । ହେଲେ ଉତ୍ସବରେ ଯୁବତୀ ନାଚୁଥିବା ସମୟରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହେଲା । ଫଳରେ ପୂରା ପରିବାର ଦୁଃଖରେ ଭାଙ୍ଗିପଡିଛି ।
ଗତକାଲି ବିଳମ୍ବିତ ରାତିରେ କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଭୁବନେଶ୍ୱର ଟଙ୍କପାଣି ସାଇ ମନ୍ଦିର ନିକଟରେ ବୀପରିତ ଦିଗରୁ ଆସୁଥିବା ବାଇକ୍ ସହ କାର୍ର ଧକ୍କା ହୋଇଥିଲା।
ଦୁର୍ଘଟଣାପରେ ଗାଡ଼ି ଛାଡ଼ି ୨ ଜଣ ଯୁବକ ଫେରାର ହୋଇଯାଇଥିଲେ। ସେମାନେ ନିଶାସକ୍ତ ଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
କଥାରେ ଅଛି ମହି ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ । ଅର୍ଥାତ୍ ପୃଥିବୀ ପୃଷ୍ଠରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଏହି ମୃତ୍ୟୁ କାହାକୁ,କେବେ ଏବଂ କେମିତି ଗ୍ରାସ କରେ କେହିବି ଜାଣିନଥା'ନ୍ତି ।
କମଳା ଜୀଅନ୍ତା ଜଳିଯାଇଥିଲେ। ସ୍ଥାନୀୟ ଲୋକେ ବିସ୍ଫୋରଣର ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଗତକାଲି ୩ସାଙ୍ଗ ସିଙ୍ଗଡ଼ା ଗାଁରେ ଚାଲିଥିବା ଭୀମ ମେଳା ଦେଖିବାକୁ ଯାଇଥିଲେ। ମେଳା ଦେଖି ଖୁସିରେ ଗୋଟିଏ ବାଇକ୍ରେ ଘରକୁ ଫେରୁଥିଲେ। ବାଟରେ ସେମାନଙ୍କ ବାଇକ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା।
ଆଠ ଦିନରେ ତିନି ତିନୋଟି ବିମାନ ଦୁର୍ଘଟଣାରେ ମୋଟ୍ ୮୪ ଜୀବନ ଗଲାଣି। ଏହାପୂର୍ବରୁ ଜାନୁଆରୀ ୨୯ ରେ ୱାଶିଂଟନ୍ ନିକଟରେ ଏକ ଆମେରିକୀୟ ଏୟାରଲାଇନ୍ସର ଜେଟ ଏବଂ ସାମରିକ ହେଲିକପ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଜାନୁଆରୀ ୩୧ ରେ, ଫିଲାଡେଲଫିଆରେ ଏକ ମେଡିକାଲ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ମୃତାହତ ଶ୍ରମିକଙ୍କ ଘର ଗୁଣୁପୁର ଅଞ୍ଚଳରେ ବୋଲି ଜଣାଯାଇଛି। ସମସ୍ତ ଆହତଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।