• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ, ଜାରି ହେଲା ହେଲ୍ପଲାଇନ୍ ନମ୍ୱର

କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହେବା ଘଟଣାରେ ହେଲ୍ପଲାଇନ୍ ନମ୍ବର ଜାରି କଲା ଇଷ୍ଟକୋଷ୍ଟ ରେଲୱେ । 

- କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮

- କଟକ ପାଇଁ ମୋବାଇଲ୍ ନଂ-୭୨୦୫୧୪୯୫୯୧

- ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା

- ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନମ୍ୱର ଜାରି

- ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ ନମ୍ୱର - ୦୬୭୪୨୪୯୨୨୪୫

- ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନଂ- ୯୪୩୭୪୪୩୪୬୯

ଏକ୍ସପ୍ରେସ ଲାଇନଚ୍ୟୁତ ପରେ ଅନେକ ଟ୍ରେନ୍‌ର ଗତିପଥ ମଧ୍ୟ ପରିବର୍ତ୍ତନ ହୋଇଛି - ଧଉଳି  ଏକ୍ସପ୍ରେସ, ନୀଳାଚଳ ଏକ୍ସପ୍ରେସ ଓ ପୁରୁଲିଆ ସୁପରଫାଷ୍ଟର ଗତିପଥରେ ପରିବର୍ତ୍ତନ କରାଯାଇଛି ।

କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ଦଣେ ଅଧିକାରୀ ସୂଚନା ଦେଇଛନ୍ତି । କେତେ ଜଣ ଯାତ୍ରୀ ଆହତ ହୋଇଛନ୍ତି ସ୍ପଷ୍ଟ ହୋଇପାରିନି ବୋଲି କହିଛନ୍ତି ରେଳବାଇ ସିପିଆର୍‌ଓ ।

କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି । ପୂର୍ବାହ୍ନ ୧୧ଟା ୫୪ ମିନିଟ୍‌ରେ ଟ୍ରେନର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ବେଙ୍ଗଳୁରୁ-କାମାକ୍ଷା ଏକ୍ସପ୍ରେସ୍‌ର ୧୧ଟି ବଗି ଲାଇନ୍‌ଚ୍ୟୁତ ୱୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବାର ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି । ଟ୍ରେନରୁ ଓହ୍ଲାଇ ପଡିଥିବା ଯାତ୍ରୀମାନେ ଖରାରେ ଛିଡା ହୋଇଥିବାର ଅଭିଯୋଗ କରିଛନ୍ତି । ଖରାରେ ଥିବା ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି ।

ତୁରନ୍ତ ସେମାନଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରାଯିବାକୁ ଯାତ୍ରୀମାନେ କ୍ଷୋଭର ସହ କହୁଛନ୍ତି । ଆହତ ହୋଇଥିବା କେତେଜଣ ଯାତ୍ରୀଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ତେବେ କେତେଜଣ ଆହତ ହୋଇଛନ୍ତି, ନିର୍ଦ୍ଦିଷ୍ଟ ଭାବେ ତାହା ଜଣାପଡିନାହିଁ । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯିବ ବୋଲି ପୂର୍ବତଟ ରେଳବାଇର ସିପିଆରଓ ଅଶୋକ ମିଶ୍ର କହିଛନ୍ତି । ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ: କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ

  • Reported by:
  • DEBASHISH MOHANTY