କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ପରେ ସ୍ପେଶାଲ୍ ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି । ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭୁବନେଶ୍ବରରୁ ଏହି ସ୍ବତନ୍ତ୍ର ଟ୍ରେନ୍ ବାହାରିଥିଲା । ଭାୟା ନରାଜ ଦେଇ ଏହି ଟ୍ରେନ ଦୁର୍ଘଟଣାସ୍ଥଳ ନିକଟକୁ ଯାଇଛି । ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ଏହି ଟ୍ରେନ୍ । ସମସ୍ତ ଯାତ୍ରୀଙ୍କୁ ନେଇ ଟ୍ରେନଟି କାମାକ୍ଷା ଅଭିମୁଖେ ଯାତ୍ରା କରିବ ବୋଲି ସେ କହିଛନ୍ତି ।
ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମେଡିକାଲରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି । ବରିଷ୍ଠ ଡାକ୍ତରମାନେ ଆହତଙ୍କ ଚିକିତ୍ସା କରୁଛନ୍ତି । ଦୁର୍ଘଟଣା ପରେ NDRF ଟିମ୍ ଓ ଅଗ୍ନିଶମ ବାହିନୀ ଲୋକଙ୍କ ଉଦ୍ଧାରକାର୍ଯ୍ୟ କରିଥିଲେ ।
କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଛି । ପୂର୍ବାହ୍ନ ୧୧ଟା ୫୪ ମିନିଟ୍ରେ ଟ୍ରେନର ୧୧ଟି ଏସି ବଗି ଲାଇନ୍ଚ୍ୟୁତ ହୋଇଛି । ବେଙ୍ଗଳୁରୁ-କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ୱୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁର୍ଘଟଣାରେ ୭ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଥିଲା । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି । ଟ୍ରେନରୁ ଓହ୍ଲାଇ ପଡିଥିବା ଯାତ୍ରୀମାନେ ଖରାରେ ଛିଡା ହୋଇଥିବାର ଅଭିଯୋଗ କରିଛନ୍ତି । ଖରାରେ ଥିବା ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ଏହି ଦୁର୍ଘଟଣା ପରେ ୫ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି ।
ଅଧିକ ପଢ଼ନ୍ତୁ: କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ଜଣେ ମୃତ, ଜାରି ହେଲା ହେଲ୍ପଲାଇନ୍ ନମ୍ୱର
- Reported by:
- DEBASHISH MOHANTY