• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ସମ୍ବଲପୁରରେ ବଡ଼ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି । ଦୁର୍ଘଟଣାରେ ୨୫ ଜଣ ଆହତ । ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ଧଳପୁର ବୁଲାଣି ନିକଟରେ ଗତକାଲି ରାତିରେ ଏହି ଦୁର୍ଘଟଣା ହୋଇଛି । ବରଯାତ୍ରୀ ପିକଅପ୍ ଭ୍ୟାନ ଓଲଟି ପଡିବାରୁ ଦୁଇ ଜଣ ଶିଶୁଙ୍କ ସମେତ ୨୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଛି । ଆହତମାନଙ୍କୁ ସମ୍ବଲପୁର, ବୁର୍ଲା ଓ ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଅଧିକ ପଢ଼ନ୍ତୁ: ଅଧା ରହିଲା ମାଟ୍ରିକ ପରୀକ୍ଷା; କଲମ ଧରିବା ପୂର୍ବରୁ ଟଳିପଡିଲେ ଛାତ୍ର

ସୂଚନାଯୋଗ୍ୟ, ଭ୍ୟାନରେ ୨୫ ଜଣ ବରଯାତ୍ରୀ ଥିଲେ । ସମସ୍ତେ ନାକଟିଦେଉଳ ବ୍ଲକର ଗରଗଡବାହାଲକୁ ବରଯାତ୍ରୀରେ ଯାଇ ଫେରିବା ବାଟରେ‌ ଦୁର୍ଘଟଣାର ଶିକାର ହୋଇଛନ୍ତି । କିସିଣ୍ଡା ଥାନା ଧଳପୁର ବୁଲାଣି ନିକଟରେ ଏହି ଗାଡିଟି କୌଣସି କାରଣରୁ ଭାରସାମ୍ୟ ଓଲଟି ପଡିଥିଲା । 

ଆହତଙ୍କ ମଧ୍ୟରୁ ସମ୍ବଲପୁର ମେଡିକାଲରେ ୯ ଜଣ ଓ ନାକଟିଦେଉଳ ମେଡିକାଲରେ ୧୦ଜଣଙ୍କୁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ୬ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେପଟେ ସମ୍ବଲପୁର ମେଡ଼ିକାଲରେରେ ଭର୍ତ୍ତି ହୋଇଥିବା ଦୁଇ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି । 
 

ଅଧିକ ପଢ଼ନ୍ତୁ: ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ, ଜଳିଗଲା ୧୦ ମାଛଧରା ବୋଟ୍

OTV is now on Whatsapp

Join and get latest news update delivered to you via whatsapp

Join Now