• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଏଥର ମାଟ୍ରିକ ପରୀକ୍ଷା ଦେଇଥିଲେ । ସ୍ୱପ୍ନ ଥିଲା, ପାସ୍ କରି ସାଙ୍ଗମାନଙ୍କ ସହ କଲେଜ ଯିବେ । ପାଠ ପଢିବେ, ଚାକିରି କରିବେ । ହେଲେ ନିମିଷକରେ ପାଣି ଫୋଟକା ପରି ମିଳେଇଗଲା ସବୁ ସ୍ୱପ୍ନ । ରେଜଲ୍ଟ ବାହାରିବା ପୂର୍ବରୁ ବଜ୍ରପାତରେ ଚାଲିଗଲା ନିରୀହ ଛାତ୍ରର ଜୀବନ । ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବମକେଇ ଅଞ୍ଚଳରେ ।

ଏଠାରେ ବଜ୍ରପାତରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ନାରାୟଣପାଟଣା ଗାଁର ରାଜେଶ ଗୌଡ । ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ପାସ୍ କରି କଲେଜ ଯିବାକୁ କେତେ ସ୍ୱପ୍ନ ଦେଖିଥିଲେ । ହେଲେ ଦାଉ ସାଧିଲା ଦଇବ । ବଜ୍ରପାତରେ ଲିଭିଯାଇଛି ପିଲାଟିର ଜୀବନ ଦୀପ ।

ଅଧିକ ପଢ଼ନ୍ତୁ ଓଲଟିଲା ବରଯାତ୍ରୀ ଗାଡି; ଜଣେ ମୃତ, ୬ ଆହତ

ସୂଚନା ମୁତାବକ, ରାଜେଶ ଆଜି ବମକେଇରୁ ନାରାୟଣପୁର ଫେରୁଥିଲେ । ବମକେଇ-କୁମରଡ଼ା ରାସ୍ତାରେ ଆକାଶରୁ କାଳ ଖସିଲା ଭଳି ଘଟିଥିଲା ବଜ୍ରପାତ । ରାଜେଶ ବଜ୍ରପାତର ଶିକାର ହୋଇ ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ବମକେଇ ମେଡିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠି ମୃତ ଘୋଷଣା କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି ।


ଅଧିକ ପଢ଼ନ୍ତୁପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ବସ୍