• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ୍ ଭ୍ୟାନ ସହ ପିଟିହେଲା ଦୁଇଟି ସ୍କୁଟି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବିଲୁ ଢ଼ାବା ସମ୍ମୁଖରେ ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି । ଦୁଇ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । 

ଅଧିକ ପଢ଼ନ୍ତୁ: ଏମିତି ଆସେ ମୃତ୍ୟୁ; ଝିଅ ଘର ସାମ୍ନାରେ ଚାଲିଗଲା ବାପାମା’, ଭାଇର ଜୀବନ

ସୂଚନା ମୁତାବକ, ଗୋଟିଏ ପିକଅପ୍ ଭ୍ୟାନ ଓ ଦୁଇଟି ସ୍କୁଟି ମଧ୍ୟରେ ଧକ୍କା ହୋଇଥିଲା ।  ଦୁର୍ଘଟଣା ପରେ ପିକଅପ୍ ଭ୍ୟାନ୍ ରାସ୍ତାକଡ଼ରେ ଥିବା ଜଳାଶୟ ଭିତରେ ପଶି ଯାଇଥିଲା । ସ୍କୁଟି ଓ ପିକଅପ୍ ଭ୍ୟାନ ଏତେ ଜୋରରେ ପିଟି ହୋଇଥିଲେ ଯେ ସ୍କୁଟି ଆରୋହୀ ବହୁ ଦୂରକୁ ଛିଟିକି ପଡିଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ଚାଲି ଯାଇଥିଲା ଜଣଙ୍କ ଜୀବନ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଦୁର୍ଘଟଣାରେ ଗୁରୁତର ଆଉ ୨ ଜଣ ସ୍କୁଟି ଆରୋହୀଙ୍କୁ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ତେବେ ମୃତାହତଙ୍କ ପରିଚୟ ହସ୍ତଗତ ହୋଇପାରିନି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିନକ ପୂର୍ବରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଏନଏଚ୍ ୨୦ ଦୋଳିତା ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ହୋଲିରେ ଝିଅ ଘରକୁ ଯିବା ବାଟରେ ବାପା,ମା’ ଓ ପୁଅ ଉପରେ ମାଡ଼ିଯାଇଥିଲା ଟ୍ରକ୍ । ଶେଷ ହୋଇଯାଇଥିଲା ପୂରା ପରିବାର । ଝିଅ ଘର ନିକଟରେ ପହଞ୍ଚି ସାରିଥିବା ବେଳେ ଏକ ଟ୍ରକ୍ ସେମାନଙ୍କ ବାଇକୁ ଧକ୍କା ଦେଇଥିଲା ।

ଅଧିକ ପଢ଼ନ୍ତୁ: ଦିନକୁ ହାରାହାରି ୩୧ ଦୁର୍ଘଟଣାରେ ଯାଉଛି ୧୫ ଜୀବନ

OTV is now on Whatsapp

Join and get latest news update delivered to you via whatsapp

Join Now