/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741696509.jpg)
Mo Bus accident
୮ ମାସରେ ୬ ମୁଣ୍ଡ ନେଲାଣି ମୋ ବସ୍ । ଜୁନ୍ ୨୦୨୪ ଠାରୁ ଏ ଯାଏଁ କଟକ, ପୁରୀ ଓ ଭୁବନେଶ୍ୱରରେ ମୋ ବସ୍ ଦ୍ୱାରା ୧୯ଟି ଦୁର୍ଘଟଣା ହୋଇଛି । ଏଥିରେ ୧୮ ଜଣ ଆହତ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି । ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ: ଗୃହ ଆରମ୍ଭରୁ ହୁଲସ୍ତୁଲ; ହାତାହାତି ହେଲେ ଜୟନାରାୟଣ-ତାରା, ଏମିତି କେବେ ହୋଇନଥିଲା କହିଲା ବିଜେଡି
ମନ୍ତ୍ରୀ ଗୃହରେ ଜଣାଇଛନ୍ତି, କେବଳ ଦୁଇଟି ଦୁର୍ଘଟଣା ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ୫ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଛି । ଦୁର୍ଘଟଣା ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଡିଜେଲ ବସର ସ୍ପିଡ୍ ଲିମିଟ ଘଣ୍ଟା ପ୍ରତି ୪୦ କିଲୋମିଟର ଓ ଇଲେକ୍ଟ୍ରିକ୍ ବସର ଘଣ୍ଟାପ୍ରତି ବେଗ ୩୫ କିଲୋମିଟର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବସରେ ଆଡାସ ବା ସ୍ୱୟଂକ୍ରିୟ ଚାଳକ ସହାୟକ ବ୍ୟବସ୍ଥା ଲଗାଇବାକୁ ଯୋଜନା କରାଯାଇଛି । ଦୁର୍ଘଟଣାର ସମୀକ୍ଷା ପାଇଁ କମିଟି ଗଠନ ହୋଇଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର ।
ଏଠାରେ ଉଲ୍ଲେଖଯୋଗ୍ୟ, କିଛି ଦିନ ହେଲା ରାଜ୍ୟରେ ବାରମ୍ବାର ମୋ ବସ୍ ଦୁର୍ଘଟଣାକୁ ନେଇ ତେଜୁଛି ଅସନ୍ତୋଷ । ରାସ୍ତାରେ ମୋ ବସ୍ ଦେଖିଲେ ଯମ ଆସୁଛି ବାଟ ଛାଡ କହୁଛନ୍ତି ଲୋକେ । କେତେବେଳେ ସ୍କୁଟିକୁ ଘୋଷାଡି ନେଉଛି ତ ଆଉ କେତେବେଳେ ଲୋକଙ୍କ ଉପରେ ମାଡ଼ି ଯାଉଛି । ବାରମ୍ବାର ମୋ ବସ ଦୁର୍ଘଟଣା ବଢିବାକୁ ନେଇ ଡ୍ରାଇଭରଙ୍କୁ କ୍ରୁଟ ପକ୍ଷରୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ହେଲେ ସ୍ଥିତି ବଦଳିବାର ନାଁ ନେଉନି । ଯାହାକୁ ନେଇ ଟ୍ୱିନସିଟିରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)