Advertisment

Fire Mishap: ରାତି ଅଧରେ ଘରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ କିନ୍ତୁ ୨ ଜଣ...

ଘରେ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରେ ଶିଶୁ ମଧ୍ୟ ଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି । ଘରେ ଲାଗିଥିବା ପ୍ଲାଷ୍ଟିକ କବାଟ ତରଳି ଯାଇଛି । କାନ୍ଥ ଫାଟିଯାଇଛି । ନିଆଁରେ ଘରର ମାଲିକ ମଧ୍ୟ ଆହତ ହୋଇଛନ୍ତି । ତେବେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Fire At Midnight

Fire At Midnight

କଟକରେ ଭୟଙ୍କର ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ସିଡିଏ ସେକ୍ଟର-୭ରେ ଥିବା ଏକ ଦୁଇ ମହଲା କୋଠା ଜଳିଯାଇଥିବା ବେଳେ ନିଆଁରେ ପୋଡ଼ି ହୋଇ ୨ଜଣ ଯୁବକ ଯୁବତୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସମେତ ପାର୍କିଂରେ ଥିବା କାର୍ ଓ ଦୁଇଟି ୨ ଚକିଆ ଗାଡ଼ି ବି ଜଳିଯାଇଛି। ଅଗ୍ନିକାଣ୍ଡରେ ଅନ୍ୟମାନେ ଅଳ୍ପକେ ବର୍ତ୍ତିଥିବା ବେଳେ କେମିତି ଘଟିଲା ଏତେ ବଡ଼ ଅଘଟଣ, ଏଯାଏଁ କାରଣ ଜଣାପଡ଼ି ପାରିନି। 

Advertisment

ରାତିରେ ହଠାତ୍ ଗ୍ୟାରେଜରେ ନିଆଁ ଲାଗିଥିଲା । ତଳ ମହଲାରୁ ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା । ପରେ ନିଆଁ ଭୟଙ୍କର ରୂପ ନେଇଥିଲା । ଘରର ମାଲିକ କୌଣସି ପ୍ରକାରେ ଘରୁ ବାହାରକୁ ଖସି ଆସିଥିଲେ । କିନ୍ତୁ ଭଡାଟିଆ ବାହାରିବା ବେଳକୁ ନିଆଁ ଧରିନେଇଥିଲା । ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘରେ ଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରେ ଶିଶୁ ମଧ୍ୟ ଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି । ଘରେ ଲାଗିଥିବା ପ୍ଲାଷ୍ଟିକ କବାଟ ତରଳି ଯାଇଛି । କାନ୍ଥ ଫାଟିଯାଇଛି । ନିଆଁରେ ଘରର ମାଲିକ ମଧ୍ୟ ଆହତ ହୋଇଛନ୍ତି । ତେବେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଗ୍ୟାରେଜରେ ଥିବା ବ୍ୟାଟେରୀ ଗାଡ଼ିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଅଧିକ ପଢ଼ନ୍ତୁ: ଈର୍ଷାରେ ଜଳି ୫ ଲକ୍ଷର ନଡ଼ାଗଦାରେ ନିଆଁ ଲଗାଇଦେଲେ, ଏଣେ ଚାହୁଁ ଚାହୁଁ ଜଳିଗଲା ଘର

Advertisment

ସେପଟେ ଗତକାଲି ଭୟଙ୍କର ନିଆଁରେ ପାରାଦୀପରେ ଜଳିଯାଇଛି ୧୦ଟି ବୋଟ୍। ପ୍ରଥମେ ଗୋଟିଏ ବୋଟ୍ ରେ ନିଆଁ ଲାଗିଥିଲା, ତାପରେ ଧିରେ ଧିରେ ଅନ୍ୟ ବୋଟ୍ ଗୁଡ଼ିକୁ ବ୍ୟାପି ଯାଇଥିଲା। ନିଆଁ ଏତେ ତୀବ୍ର ଥିଲା ଯେ, କାବୁ କରିବା ସହଜ ହୋଇନଥିଲା। ଖବର ପାଇ ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଛନ୍ତି । ଜେଟିରେ ଆହୁରି ଅନେକ ବୋଟ୍ ଥିବାରୁ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପାରାଦୀପ ନେହରୁ ବଙ୍ଗଳା ମାଛଧରା ଜେଟିରେ ଆୟତ୍ତ ହୋଇପାରିନି ନିଆଁ । ମଝିରେ ମଝିରେ କୁହୁଳୁଛି ନିଆଁ ।

ଅଧିକ ପଢ଼ନ୍ତୁ: ଖଲ୍ଲିକୋଟରେ ବଡ଼ ଅଘଟଣ; ଗ୍ୟାସ ସିଲିଣ୍ଡର୍ ଫାଟି ଜଳିଗଲା ୧୦ ବଖରା ଘର

Cuttack Fire Breaks Out 2 Injured Fire Mishap
Advertisment
Advertisment