• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

‘ନୂଆ-ଓ’ ଛାତ୍ରବୃତ୍ତିରେ ନାହାନ୍ତି +2 ପିଲା ! ଛୋଟପିଲା ବୋଲି ଭଣ୍ଡେଇ ଦେଲେ କି ରାଜ୍ୟ ସରକାର ? ନୂଆ କରି କଲେଜରେ ପାଠ ପଢ଼ୁଥିବା +2 ପିଲାଙ୍କୁ ମିଳିବନି ‘ନୂଆ-ଓ’ ଛାତ୍ରବୃତ୍ତି ! +3 ଓ ପିଜି ଛାତ୍ରଛାତ୍ରୀଙ୍କୁ ‘ନୂଆ-ଓ’ ଛାତ୍ରବୃତ୍ତି ଆକାରରେ ବାର୍ଷିକ ଛାତ୍ରମାନଙ୍କୁ ୯ ହଜାର ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର । ହେଲେ +2 ପିଲାଙ୍କ ପାଇଁ ହଜାରେ ଟଙ୍କା ବି ଘୋଷଣା କଲେନି ମୁଖ୍ୟମନ୍ତ୍ରୀ, କି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ମଧ୍ୟ ଦେଲେନି କୌଣସି ସୂଚନା ।

ଆଜି ଯାଜପୁର NC କଲେଜରେ ଆୟୋଜିତ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ଯୋଗଦେଇ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳିବା ନେଇ ସୂଚନା ଦେଇଛନ୍ତି । ଗତକାଲି ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିବା ସେ ମଞ୍ଚ ଉପରୁ କହିଛନ୍ତି । ହେଲେ ସେହି ଗୋଟିଏ କଲେଜରେ ଛୋଟ ବଡ଼ ଭାଇ-ଭଉଣୀ ଭାବେ ପାଠ ପଢ଼ୁଥିବା +2 ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୌଣସି ନିଷ୍ପତ୍ତି ନେଇନଥିବା ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଲାଣି ।

କୁହାଯାଉଛି ଯେ, ନିର୍ବାଚନ ଯେତେଯେତେ ପାଖେଇ ଆସୁଛି ସେତେସେତେ ଯୁବପିଢ଼ିଙ୍କୁ ଆକୃଷ୍ଠ କରିବାରେ ଲାଗିପଡ଼ିଛି ଶାସକ ଦଳ । ‘ନୂଆ-ଓ’ ଛାତ୍ରବୃତ୍ତି ନାଁରେ ଏହା ନିର୍ବାଚନ ଥୋପ ବୋଲି କୁହାଯାଉଛି । କାରଣ +2ରେ ପାଠ ପଢ଼ୁଥିବା ପିଲା ସାବାଳକ ନୁହଁନ୍ତି । ସେମାନେ ନାବାଳକ । ଅର୍ଥାତ୍‌ ସେମାନଙ୍କ ବୟସ ୧୬ରୁ ୧୭ ବର୍ଷ ରହିଛି । ହେଲେ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀମାନେ ୧୮ ବର୍ଷ ଅତିକ୍ରମ କରିଥିବାରୁ ନୂଆ ଭୋଟ୍‌ ହାତେଇବାକୁ ଶାସକ ଦଳ ଏହି ନିର୍ବାଚନୀ ଗୋଟି ଖେଳିଥିବା କୁହାଯାଉଛି ।

ଖାଲି ଏତିକି ଯେ ତାହାନୁହେଁ, ଗତକାଲି ମଧ୍ୟ ଯୁବକଯୁବତୀଙ୍କ ପାଇଁ ଏକ ନୂଆ ଯୋଜନା ଆଣିଛନ୍ତି ରାଜ୍ୟ ସରକାର । ଯାହାର ନାଁ ‘ସ୍ୱୟଂ’ ରଖାଯାଇଛି । ଏହି ଯୋଜନାରେ ଗ୍ରାମୀଣ ଓ ସହରାଞ୍ଚଳ ବେକାର ଯୁବକଯୁବତୀଙ୍କୁ ସରକାର ଋଣ ଯୋଗାଇଦେବାକୁ ଘୋଷଣା କରିଛନ୍ତି । ବ୍ୟବସାୟ ଆରମ୍ଭ ବା ସଂପ୍ରସାରଣ ପାଇଁ ବିନା ସୁଧରେ ୧ ଲକ୍ଷର ଋଣ ମିଳିବ ବୋଲି କୁହାଯାଇଛି । ବିଶେଷକରି ଏହି ଋଣ ସାଧାରଣ ବର୍ଗ ବୟସ ସୀମା ୧୮ରୁ ୩୫ ବର୍ଷ ରଖାଯାଇଛି । ଏସ୍‌ସି/ଏସ୍‌ଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୪୦ ବର୍ଷ ରଖାଯାଇଛି । ଅଉ ଋଣ ପରିଶୋଧ ସମୟ ୪ ବର୍ଷ ରହିବ ଓ ଋଣ ପ୍ରକ୍ରିୟା ଫି’ ପଡ଼ିବ ନାହିଁ ବୋଲି କୁହାଯାଇଛି ।

ଏହା ପୂର୍ବରୁ ମଧ୍ୟ ରାଜ୍ୟର ବୃଦ୍ଧ-ବୃଦ୍ଧାଙ୍କ ପାଇଁ ମୁଧୁବାବୁ ପେନ୍‌ସନ୍‌ ଯୋଜନାର ମୂଲ୍ୟ ବୃଦ୍ଧି କରିଛନ୍ତି । ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧ ହଜାର ଟଙ୍କା କରାଯାଇଛି । ଫେବୃୟାରୀ ୨୦ରୁ ୨୫ ମଧ୍ୟରେ ବର୍ଦ୍ଧିତ ପେନସନ ମିଳିବ । ଯେଉଁ ହିତାଧିକାରୀମାନେ ଯଥାକ୍ରମେ ୫ଶହ ଟଙ୍କା, ୭ଶହ ଟଙ୍କା ଓ ୯୦୦ ଟଙ୍କା ପାଉଥିଲେ, ଏବେ ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନଙ୍କୁ ଯଥାକ୍ରମେ ୧୦୦୦ ଟଙ୍କା, ୧୨୦୦ ଟଙ୍କା ଓ ୧୪୦୦ ଟଙ୍କା ମିଳିବ ।