/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707325257.jpg)
Elections 2024
୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ମିଳିପାରେ ଗତ ଥର ଅପେକ୍ଷା ଅଧିକ ସିଟ୍ । ରାଜ୍ୟରେ ୨୧ ଟି ଏମପି ସିଟ୍ ମଧ୍ୟରୁ ୧୧ଟି ହାତେଇପାରେ ଦଳ । ନ୍ୟୁଜ୍ ଚ୍ୟାନେଲ ଟାଇମ୍ସ ନାଓ ପକ୍ଷରୁ କରାଯାଇଥିବା ସର୍ଭେରେ ସାମନାକୁ ଆସୁଛି ଏଭଳି ତଥ୍ୟ ।
ସର୍ଭେରେ ବିଜେପିକୁ ୧୧ଟି ସିଟ୍ ମିଳିବା ସମ୍ଭାବନା ଥିବା ବେଳେ ବିଜେଡିକୁ ୯ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବା ସମ୍ଭାବନା ରହିଥିବା ଆକଳନ କରାଯାଇଛି । ରାଜ୍ୟରେ ବିଜେପି ଗତ ନିର୍ବାଚନରେ ୮ଟି ଏମପି ସିଟ୍ ହାତେଇଥିବା ବେଳେ ଦଳକୁ ଏଥର ଆହୁରି ଅଧିକ ୩ଟି ସିଟ୍ ମିଳିପାରେ ବୋଲି ଟାଇମସ୍ ନାଓ ସର୍ଭେ କହୁଛି ।
ତେବେ ଓଡ଼ିଶା ବିଧାନସଭାରେ କିନ୍ତୁ ବିଜେଡିର ପଲ୍ଲା ଭାରି ରହିବ ବୋଲି ଆକଳନ କରିଛି ଟାଇମସ ନାଓ । ବିଜେଡି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ପୁଣି ସରକାର ଗଢିବ ବୋଲି ସର୍ଭେ କହୁଛି ।
ସେପଟେ ପୁଣି ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ଫେବ୍ରୁଆରୀ ୩ ତାରିଖ ପରେ ପୁଣି ମୋଦି ୧୦ ତାରିଖରେ ଓଡ଼ିଶା ଆସିପାରନ୍ତି ସୂଚନା ରହିଛି । ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ । ରାଜଧାନୀରେ ହେବାକୁ ଥିବା ଏହି ବିଶାଳ ମହିଳା ସମାବେଶରେ ଏକାଠି ହେବେ ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନ୍ୟୁଜ୍ ଚ୍ୟାନେଲ ଟାଇମ୍ସ ନାଓର ଏହି ସର୍ଭେ ରାଜ୍ୟ ବିଜେପିକୁ ଆହୁରି ଉତ୍ସାହିତ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)