/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707877884.jpg)
Shivraj Singh Chouhan
କଟକରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ବାଚନୀ ବୈଠକ । ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରଳା ଭବନରେ କଟକ ଲୋକସଭାର କୋର କମିଟି ତଥା ସଂଚାଳନ ସମିତିର କାର୍ଯ୍ୟକର୍ତ୍ତାଙ୍କ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିବରାଜ ସିଂ ଚୌହାନ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ନିର୍ବାଚନରେ ଜିତିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ବିକାଶ ମୂଳକ କାର୍ଯ୍ୟର ପ୍ରଚାର ସହ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ ପାଇଁ କର୍ମୀ ଓ ନେତାଙ୍କୁ କହିଥିଲେ । ବିଜେଡି ସରକାରକୁ ବିଦା କରିବା ସହ ଆଗାମୀ ଦିନରେ ଓଡ଼ିଶାରେ ଡବଲ ଇଂଜିନ ସରକାର କରିବା ପାଇଁ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ଶିବରାଜ । ଏହାପରେ କଟକ ଚଣ୍ଡୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ମାଆଙ୍କ ଆଶିଷ ଭିକ୍ଷା କରିଥିଲେ ।
ସେପଟେ ଭୁବନେଶ୍ୱର ପରେ ଜଗତସିଂହପୁରରେ ମଧ୍ୟ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶିବରାଜଙ୍କ କଟୁକ୍ତି । ନବୀନ ବାବୁ କିଛି କରନ୍ତିନି କି ଜାଣନ୍ତିନି, ସବୁ ତାଙ୍କ ଅଫିସର କରନ୍ତି ବୋଲି କହିଛନ୍ତି ଶିବରାଜ ସିଂ ଚୌହ୍ୱାନ। ଏହାସହ ସେ ଆହୁରି କହିଛନ୍ତି ଯେ, ‘ବେଲଗାମ ଅଫିସର ଓଡ଼ିଶାକୁ ଭ୍ରଷ୍ଟାଚାରରେ ବୁଡ଼ାଇ ଦେଲେଣି ।
ଓଡ଼ିଶାକୁ ଆକଣ୍ଠ ଭ୍ରଷ୍ଟାଚାରରେ ବୁଡ଼ାଇ ଦେଲେଣି ନବୀନ ବାବୁ । ଏଠାରେ ମହିଳା ଅତ୍ୟାଚାର ବଢ଼ିଚାଲିଛି । ମା’ ଭଉଣୀ ଏଠାରେ ସୁରକ୍ଷିତ ନୁହଁନ୍ତି । ମହିଳା ଅତ୍ୟାଚାରରେ ଓଡ଼ିଶା ନାଁ ଅଗ୍ରଣୀ ରାଜ୍ୟ ମଧ୍ୟରେ ଆସୁଛି । ଓଡ଼ିଶାକୁ କେଉଁଠି ପହଞ୍ଚାଇ ଦେଲେଣି, ଏଥିପାଇଁ ଆପଣଙ୍କୁ ଲାଜ ଲାଗୁନି ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)