/odishatv-khabar/media/post_attachments/uploadimage/library/16_9/16_9_0/Sora_BJD_1705580860.jpg)
Sora BJD
ସକାଳେ ଫଳକ ଲଗାଇଲେ ବିଜେଡି କର୍ମୀ । ରାତିରେ ଭାଙ୍ଗିଦେଲେ ଦୁର୍ବୃତ୍ତ । ବାଲେଶ୍ୱର କୁରୁଡ଼ା ପଞ୍ଚାୟତରେ ‘ଆମ ଓଡିଶା, ନବୀନ ଓଡିଶା’ର ଫଳକ ଲାଗିଥିଲା । ତେବେ ଏହାକୁ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ବିଜେଡିର ଅସନ୍ତୁଷ୍ଟ କର୍ମୀ ସରପଞ୍ଚ ଓ ସମିତିସଭ୍ୟାଙ୍କୁ ଫଳକ ଭାଙ୍ଗିଦେବାକୁ ଧମକ ଦେଇଥିଲେ ।
ସରପଞ୍ଚ ଓ ସମିତିସଭ୍ୟା ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ସମର୍ଥନ କରୁଥିବା ବେଳେ ଅସନ୍ତୁଷ୍ଟ କର୍ମୀ ଶିବାନୀ ଶଙ୍କର ରାୟଙ୍କୁ ସମର୍ଥନ କରୁଥିବାରୁ ଏଭଳି କନ୍ଦଳ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ । ତେବେ ଏଭଳି କୌଣସି ଅସନ୍ତୋଷ ନାହିଁ ଏଥିରେ ଅନ୍ୟ ଦଳ ଲୋକଙ୍କ ସଂପୃକ୍ତି ଥିବା କହିଛନ୍ତି ବାହାନଗା ବ୍ଲକ ବିଜେଡି ସଭାପତି ଅଜୟ କୁମାର ପଣ୍ଡା ।
ସରକାର ପ୍ରତ୍ୟେକ ପଞ୍ଚାୟତକୁ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ୫୦ ଲକ୍ଷ ଟଙ୍କା ଦେଉଛନ୍ତି l ତେଣୁ ଏହି କାମ କରିବାକୁ ପଞ୍ଚାୟତର ୩ଟି ଜାଗାରେ ଫଳକ ମରାଯାଇଥିଲା l କିନ୍ତୁ ରାତି ପହିଲାବେଳକୁ ଫଳକ ଭାଙ୍ଗି ତଳେ ପଡିଥିବା ଦେଖିବାକୁ ମିଳିଥିଳା l ଫଳକ ଲାଗିଥିବା ଦିନ ସେହିରାତିରେ ବିଜେଡିର ଅସନ୍ତୁଷ୍ଟ କର୍ମୀ ସରପଞ୍ଚ ଓ ସମିତିସଭ୍ୟାଙ୍କୁ ଫଳକ ଭାଙ୍ଗିଦେବାକୁ ଧମକ ଦେଇଥିଲେ l
ତେଣୁ ସେହିମାନେ ଭାଙ୍ଗିଦେଇଥିବା ନେଇ ସରପଞ୍ଚ ଅଭିଯୋଗ କରିଛନ୍ତି l ସରପଞ୍ଚ ଓ ସମିତିସଭ୍ୟା ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ସମର୍ଥନ କରୁଥିବା ବେଳେ ଅସନ୍ତୁଷ୍ଟ କର୍ମୀ ଶିବାନୀ ଶଙ୍କର ରାୟଙ୍କୁ ସମର୍ଥନ କରୁଛନ୍ତି l ତେବେ ବିଦ୍ରୋହୀ ମାନେ ପଞ୍ଚାୟତରେ ଖେଳ ପଡିଆ, ମିଶନ ଶକ୍ତି ଗୃହ, ସତସଙ୍ଗ ଘର ପାଇଁ ଫଳକ ଲଗାଯାଇଥିବା ଫଳକକୁ ଭାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚ l ତେବେ ଉଭୟଙ୍କ ଅସନ୍ତୋଷ ପାଇଁ ବଳି ପଡିଛି ସରକାରୀ ଯୋଜନା l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)