• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ଓଡ଼ିଶା ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ BJP ନେତା ଶିବରାଜ ସିଂ ଚୌହାନ । ସେ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ଜଗତସିଂହପୁର ଗସ୍ତ କରିବେ ।

ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ । ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ । ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶାରେ BJP ଯେପରି ଡବଲ ଇଞ୍ଜିନ୍ ସରକାର ଗଢ଼ିବ, ଗତକାଲି ରାଜ୍ୟ ପଦାଧିକାରୀ ବୈଠକରେ ଏହି ମିଶନକୁ ସଫଳ କରିବାକୁ ପର୍ଯ୍ୟାଲୋଚନା ହୋଇଛି । ଗାଁକୁ ଚାଲ ଓ ବୁଥ୍ ସମ୍ପର୍କ ଅଭିଯାନର ସମୀକ୍ଷା କରିଛନ୍ତି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ନୂଆ ଦାୟିତ୍ୱ ପାଇବା ପରେ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ନେତୃତ୍ୱ ସହ ଆଲୋଚନା କରିଛନ୍ତି ।

କେନ୍ଦ୍ରୀୟ ନେତାଙ୍କ ଗସ୍ତର କାର୍ଯ୍ୟସୂଚୀ ନିର୍ବାଚନ ପୂର୍ବରୁ କିପରି ରହିବ ଏବଂ ତୃଣମୂଳ ସ୍ତରର ସ୍ଥିତି କେମିତି ରହିଛି ସେନେଇ ସମୀକ୍ଷା କରିଛନ୍ତି । ସେପଟେ କଂଗ୍ରେସ କ୍ୟାଂପ୍ ବି ଚଳଚଞ୍ଚଳ । କର୍ମୀଙ୍କୁ ଉତ୍ସାହିତ କରି ୯ରୁ ୯୦ ମିଶନକୁ ରାଜ୍ୟରେ ସଫଳ କରିବାକୁ ଖୁବ ଶୀଘ୍ର ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି ଓ ସଚିନ୍ ପାଇଲଟ୍ ।

ରାହୁଲ ଓ ଖଡଗେ ବି ପୁଣିଥରେ ଓଡ଼ିଶା ଆସିପାରନ୍ତି ପ୍ରଚାର କରିବାକୁ । ଦଳ ଏବେଠାରୁ ଟିକେଟ କସରତ ଆରମ୍ଭ କରିଦେଇଛି ।

  • Reported by:
  • JAGDISH DAS