• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ହେଲେ ତୁଟିନି ଗୁଆ ଚାଉଳ ବିବାଦ । ଅର୍ପଣ ରଥରେ ସଂଗୃହୀତ ଗୁଆ ଓ ଚାଉଳ ଏଯାଏଁ କାଳିଆ ପାଖରେ ପହଞ୍ଚି ନାହିଁ । କେଉଁଠି ବ୍ଲକ୍ ଅଫିସ ତ ଆଉ କେଉଁଠି ମନ୍ଦିର ପରିସରରେ ଅଯତ୍ନରେ ପଡି ରହିଛି ଭକ୍ତଙ୍କଠୁ ସଂଗୃହିତ ବସ୍ତା ବସ୍ତା ଚାଉଳ ।

ପ୍ରଶ୍ନ ଉଠୁଛି କେବେ ଶ୍ରୀକ୍ଷେତ୍ରରେ ପହଞ୍ଚିବ ଶ୍ରଦ୍ଧାଳୁଙ୍କ ଭକ୍ତି ଅର୍ଘ୍ୟ । ଯେଉଁ ଉଦ୍ଦେଶ୍ୟରେ ଚାଉଳ ସଂଗ୍ରହ କରାଯାଇଥିଲା ତାହା ପୂରଣ ହେବ ତ ? ତେବେ ଏ ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ । କେବଳ ଚାଉଳ ନୁହେଁ .. ଭକ୍ତ; ଗୁଆ, ନଡିଆ ସହ ଅର୍ଥ ବି ଦାନ କରିଛନ୍ତି । ତେବେ ଏସବୁ ମହାପ୍ରଭୁଙ୍କ ପାଖରେ ପହଞ୍ଚିବ କି ନାହିଁ ତାକୁ ନେଇ ଭକ୍ତଙ୍କ ମନରେ ବଢିଛି ଶଙ୍କା ।

ସଂଗୃହିତ ଚାଉଳ କୋଇଲି ବୈକୁଣ୍ଠ ଅଫିସରେ ରହିବ ଓ ଏହାକୁ ଖେଚୁଡି କିମ୍ବା ପିଠା ପାଇଁ ବ୍ୟବହାର କରାଯାଇପାରେ ବୋଲି କହିଛି ସୁଆର ମହାସୁଆର ନିଯୋଗ । ତାସହିତ ଏଥିରେ ମୁରୁଜ ପ୍ରସ୍ତୁତ ସହ ଏହାକୁ ଆଳତୀରେ ମଧ୍ୟ ଲଗାଯାଇପାରେ । ସେହିପରି ଗୁଆକୁ ମହାପ୍ରଭୁଙ୍କ ବିଡିଆ ପାନରେ ବ୍ୟବହାର କରାଯିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି ।

ତେବେ ଭକ୍ତ ୧୭ ତାରିଖ ଉପଲକ୍ଷେ ଗୁଆ ଚାଉଳ ଦେଇଥିଲେ । ପରେ ଏହାକୁ ବ୍ୟବହାର କରାଯିବାର କି ଯଥାର୍ଥତା ରହିଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସେବାୟତ । ସେହିପରି ଏହି ଚାଉଳରେ ଯଦି ଭୋଗ ପ୍ରସ୍ତୁତ କରାଯାଏଁ ତାହେଲେ ଏହାକୁ କଣ ବିନା ମୂଲ୍ୟରେ ଭକ୍ତଙ୍କୁ ବଣ୍ଟନ କରାଯିବ କି ବୋଲି ବି ପଚାରିଛନ୍ତି ।

ଏପଟେ ଅର୍ପଣ ଚାଉଳକୁ ନେଇ ତେଜିଛି ରାଜନୀତି । ଅର୍ପଣ ଚାଉଳକୁ ବିଜେଡି ଦଳୀୟ କାମରେ ଲଗାଉଛି, ଏମିତିକି ଏଥିରେ ବିଜେଡି କର୍ମୀ ଏଥିରେ ଭୋଜି କରି ଖାଉଥିବା ଭଳି ଗୁରୁତର ଅଭିଯୋଗ ଲଗାଇଛି କଂଗ୍ରେସ । ଗୋଟିଏ ଭୁଲକୁ ଲୁଚାଇବାକୁ ସରକାର ଆଉ ଏକ ଭୁଲ କରୁଥିବା ଦଳ କହିଛି ।

ତେଣେ ସଂଗୃହିତ ଚାଉଳ ଶ୍ରୀମନ୍ଦିର ପ୍ରବେଶ କରିପାରିବ ନାହିଁ ବୋଲି ବିଜେପି କହିଛି । କେବଳ ଭୋଟ୍ ପାଇଁ ଜଗନ୍ନାଥଙ୍କ ନାଁରେ ଚାଉଳ ମଗାଯାଇଥିବା ଦଳ ଅଭିଯୋଗ କରିଛି । ଅନ୍ୟପଟେ ବିରୋଧୀ ଗୁଆ ଚାଉଳକୁ ନେଇ ରାଜନୀତି କରୁଛନ୍ତି ବୋଲି ଜବାବ ରଖିଛି ଶାସକ ଦଳ ।

ଅର୍ପଣ ରଥ ବୁଲାଇବା ସରକାରଙ୍କ ନିଷ୍ପତ୍ତି ଥିଲା ବୋଲି ନିକଟରେ ଗଜପତି ମହାରାଜ କହିଥିଲେ । ତେଣୁ ସୁଆର ମହାସୁଆର ନିଯୋଗ କାହିଁକି ସ୍ପଷ୍ଟୀକରଣ ରଖିଲା ତାକୁ ନେଇ ପ୍ରଶ୍ନ ଉଠିଛି ।

  • Reported by:
  • DEBASHISH MOHANTY , MADHUSUDAN MISHRA , JAGDISH DAS , DEEPAK KUMAR ADAR