/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706086948.jpg)
Congress Press Meet
ଗଜପତି ଜିଲ୍ଲା ପରିସଲ୍ ଛକରେ କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଜୋର ଧରିଲା ରାଜନୀତି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିବା ବୋଲି କହିଛି କଂଗ୍ରେସ । ଧକ୍କା ଦେଇଥିବା ଗାଡ଼ିଟି ଏକ ପୋଲିସ ଗାଡ଼ି ।
ତେବେ ଏହି ଘଟଣାରେ ହିଟ ଆଣ୍ଡ ରନ୍ ଲାଗୁ ହେବ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଏହା ସହ ବିଜୟ କହିଛନ୍ତି ଯାହାଙ୍କ ସିକ୍ୟୁରିଟି ପାଇଁ ଗାଡ଼ି ନିୟୋଜିତ ହୋଇଥିଲା ତାଙ୍କର କର୍ତ୍ତବ୍ୟ ଥିଲା ପରିବାରକୁ ଭେଟିବା ଓ କ୍ଷତିପୂରଣ ଦେବା । ଏହି ଘଟଣାରେ ଏଯାଏଁ ପାଣ୍ଡିଆନ କି ମୁଖ୍ୟମନ୍ତ୍ରୀ କାହିଁକି ପ୍ରତିକ୍ରିୟା ରଖୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।
ଏହାସହ ମୃତକଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦେବାକୁ କଂଗ୍ରେସ ଦାବି କରିଛି । ଗତକାଲି ଦୁର୍ଘଟଣାରେ ପରିସଲ ଗାଁର ସରସ ଆନନ୍ଦଙ୍କ ମୃତ୍ୟୁ ହୋଇଥିଲା। ରାମଗିରିରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇ ଗାଁକୁ ଫେରୁଥିବାବେଳେ ପରିସଲ୍ ଛକ ନିକଟରେ ସରକାରୀ ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇଥିଲା ।
ଗୁରୁତର ଅବସ୍ଥାରେ ତାଙ୍କୁ ଆର.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କଂଗ୍ରେସର ଅଭିଯୋଗ ନେଇ ପାଣ୍ଡିଆନ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)