୨୪ ବର୍ଷର ରାଜୁତି, ୫ ପାଳିର ମୁଖ୍ୟମନ୍ତ୍ରୀ। କିନ୍ତୁ ସଠିକ୍ ନିର୍ବାଚନ ପରିଚାଳନା ନହେବାରୁ ଦଳ ୨୪ରେ ପରାଜିତ ହେଲା। ଖୋଦ୍ ନବୀନଙ୍କ ଆଗରେ ଏକଥା କହିଛନ୍ତି…
୨୪ ବର୍ଷର ରାଜୁତି, ୫ ପାଳିର ମୁଖ୍ୟମନ୍ତ୍ରୀ । କିନ୍ତୁ ସଠିକ୍ ନିର୍ବାଚନ ପରିଚାଳନା ନହେବାରୁ ଦଳ ୨୪ରେ ପରାଜିତ ହେଲା ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଝଟକା । ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀ ବିରୋଧରେ ହାଇକୋର୍ଟରେ ହୋଇଥିବା ଆବେଦନ ଖାରଜ ।
ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ବିଜେଡି ସହ ମେଣ୍ଟ କରିବାର ଆଦୌ ପ୍ରଶ୍ନ ଉଠୁନି। କଂଗ୍ରେସ ଦକ୍ଷ ବିରୋଧୀ ଦଳ ଭାବେ ଗୃହରେ ଓ ବାହାରେ କାର୍ଯ୍ୟ କରୁଛି।
ଗତ ନିର୍ବାଚନ ବେଳେ ଆସନ ଅଦବଦଳ ନେଇ ଉମା ଓ ସଂଜୟଙ୍କ ମଧ୍ୟରେ ବିବାଦ ରହିଥିଲା ।
ଭିନେଶ ଫୋଗଟ-ବଜରଙ୍ଗ ପୁନିଆ ବିଧିବଦ୍ଧ ଭାବେ ଆଜି ହାତ ଧରିଛନ୍ତି। ଦିଲ୍ଳୀ AICC କାର୍ଯ୍ୟାଳୟରେ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।
ସରକାର ଆଉ 5Tର ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ୨୪୭ କୋଟି ଟଙ୍କା ବ୍ୟୟରେ ବାଣ୍ଟିଛନ୍ତି ଝୋଟ ବ୍ୟାଗ୍।
ଲୋକଙ୍କ ଆସ୍ଥା ହରାଇବା ପରେ ଏବେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ବି ଆସ୍ଥା ହରାଉଛି ବିଜେଡି । ବିଜେଡି ଛାଡି ବିଜେପିକୁ ଯାଉଥିବା ନେତାଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି ।
ତୃଣମୂଳ ସ୍ତରରେ ବିଜେପିର ସଂଗଠନ ସୁଦୃଢ଼ ପାଇଁ ବିଜେପି ଆପଣାଇବ ନୂଆ ରଣନୀତି । ଏଥିପାଇଁ ରାଜ୍ୟ ମୁଖ୍ୟାଳୟରେ ଚାଲିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ।
ସୁଭଦ୍ରା ଯୋଜନାକୁ ନେଇ ଜୋର୍ ଧରିଲା ରାଜନୀତି । ଗତକାଲି ବିଧାନସଭାରେ ଏହି ଯୋଜନାର ରୂପରେଖକୁ ନେଇ ପ୍ରାଥମିକ ଚିତ୍ର ସାମ୍ନାକୁ ଆସୁଆସୁ ଏହାକୁ ଧୂଆଁବାଣ କହି ସମାଲୋଚନା କରିଛନ୍ତି ବିରୋଧୀ । ଏଣେ ସ୍ୱଚ୍ଛଳ ବର୍ଗରେ କେଉଁମାନେ ଅନ୍ତର୍ଭୁକ୍ତ, ସ୍ୱାମୀ କିମ୍ବା ବାପା ଆୟକର ଦେଉଥିଲେ ସଂପୃକ୍ତ ମହିଳା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ନା ନାହିଁ, ସେ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ୫ଟି ପଏଣ୍ଟ ଉଲ୍ଲେଖ କରିଛନ୍ତି। ଲେଖିଛନ୍ତି- ନିର୍ବାଚନ ସମୟରେ ବିଜେପି କହିଥିଲା ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ, ହେଲେ ଦେଉଛନ୍ତି ମାତ୍ର ୫ହଜାର ଟଙ୍କା।
ସରକାରୀ ଦଳ ହେବା ପରେ ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ । ଦୁଇ ଗୁଣା କାର୍ଯ୍ୟକର୍ତ୍ତା ପାଇଁ ଷ୍ଟ୍ରାଟେଜି । ପ୍ରତି ବୁଥରେ ୨୦୦, ଆଉ ସାରା ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଲକ୍ଷ୍ୟ ।
ବିଜେଡିକୁ ଗାଁ ଚିନ୍ତା । ଭୁଶୁଡୁଛି ପଞ୍ଚାୟତ ସଂଗଠନ । ଦଳ ଛାଡୁଛନ୍ତି ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ରଖିବାକୁ ଦଳପତି ଆରମ୍ଭ କଲେ ରଣନୀତି ।
ରେଳ ପ୍ରକଳ୍ପକୁ ନେଇ ବିଜେଡିରେ ଫାଟ। ସାଂସଦ ସୁଜିତ୍ କୁମାର ଏଥିପାଇଁ କେନ୍ଦ୍ର ସରକାର ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଅନ୍ୟଜଣେ ସାଂସଦ ମାନସ ମଙ୍ଗରାଜ କିନ୍ତୁ ପ୍ରକଳ୍ପ ସବୁକୁ ପୁରୁଣା କହି ସମାଲୋଚନା କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଘନେଇଛି।
ମମତାଙ୍କ ପରେ ଆଉ କେତେ ଅସନ୍ତୁଷ୍ଟ ଅଛନ୍ତି ବିଜେଡିରେ । ଯେଉଁମାନେ କି ନେଇ ପାରନ୍ତି ଚରମ ନିଷ୍ପତ୍ତି । ସଂଗଠନ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଥିବାରୁ ସୁପ୍ରିମୋ ନବୀନ ତୁରନ୍ତ ମୟୂରଭଞ୍ଜ ଜିଲ୍ଲାର ନେତାଙ୍କୁ ଡାକି ବୈଠକ କରିଛନ୍ତି। ଗଡ ଭୁଶୁଡିଥିବା ଗଞ୍ଜାମ ନେତାଙ୍କ ସହ ବି ଆଲୋଚନା କରିଛନ୍ତି ।
ନବୀନଙ୍କୁ ଝଟକା ପାଇଁ ଅନେକ ବିଜେଡି ନେତା ଲାଇନରେ ଥିବା ଚର୍ଚ୍ଚା । ବିଜେଡି ବସା ଖାଲି ହୋଇଯିବ କହି ନିଆଁ ଲଗାଇଲେ ଢାଲି । ସଂଗଠନ ପରିବର୍ତ୍ତନ ଲୋଡ଼ା ଦର୍ଶାଇ ଘିଅ ଢାଳିଲେ ଅମର ।
ପୁଣି ପାଣ୍ଡିଆନଙ୍କ ସୁରକ୍ଷାରେ ବାହାରିଲେ ନବୀନ। ପୂର୍ବରୁ କ୍ଲିନଚିଟ୍ ଦେଇଥିଲେ । ଆଉ ଆଜି ଢାଲ ହୋଇ ଛିଡ଼ା ହେଲେ। ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କ ଗୁଣ ଗାନ ବି କଲେ।
ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କଲା AICC । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି ।
ଅନେକ ଜାଗାରେ ବିଜେଡି ହିଁ ବିଜେଡିକୁ ହରାଇବାକୁ ଲାଗିଥିଲା । ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ କିଛି ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ।
ଓଡ଼ିଶାର ବିଜେପି ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର । ବିଜୟପାଲ ସିଂ ଆଗରୁ ନିର୍ବାଚନ ପ୍ରଭାରୀ ଥିଲେ ।
୨୪ ନିର୍ବାଚନରେ ମାଟି କାମୁଡ଼ିବା ପରଠୁଁ ଚବିଶ ବର୍ଷର ଶାସକ ବିଜେଡିରେ ଏବେ ଫାଟ ଜଳ ଜଳ । ଯେତେ ଲୁଚାଇଲେ ବି ଆଉ ଲୁଚୁନି ।
ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ନୂଆ ନୁହେଁ । ଗତ ସାଧାରଣ ନିର୍ବାଚନରେ ଟିକେଟ୍ ବଣ୍ଟା ସମୟରୁ ହିଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଲାଗି ଆସୁଛି ।
ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ପାଇଁ ବାଲେଶ୍ୱର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସତ, କିନ୍ତୁ ଦୁର୍ବିସହ ହୋଇପଡ଼ିଛି ଜନ ଜୀବନ । ଆଜିକୁ ୩ ଦିନ ହୋଇଗଲା, କର୍ଫ୍ୟୁ କବଳରେ ସାରା ସହର ।
ପୁଅର ସଫଳତା ଦେଖି ମା ହୋଇଯାଇଛି ଭାବବିହ୍ବଳ। ୧୭ବର୍ଷ ହୋଇଥିଲା ବିବାହ ନ କରି ଜନସେବା ପାଇଁ ବ୍ରତ କରିଥିଲା ମୋ ସୁନା ପୁଅ। ତାକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା, ଭାବିଥିଲୁ ବଞ୍ଚିବନି। ହେଲେ ସେ ଫେରିଲା। ଗୋପାଳପୁର ବିଧାୟକ ତଥା ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ଗାଁକୁ ଫେରିବା ବେଳର ଏ ଦୃଶ୍ୟ ।
ମୋଦି କ୍ୟାବିନେଟର ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ । ରେଳ ସହ ସୂଚନା ପ୍ରସାରଣ ମନ୍ତ୍ରାଳୟ ପାଇଲେ ଅଶ୍ବିନୀ ବୈଷ୍ଣବ । ଶିକ୍ଷା ବିଭାଗ ବଜାୟ ରଖିଲେ ଧର୍ମେନ୍ଦ୍ର ପ୍ରଧାନ ।