ମିଡିଆ ରିପୋର୍ଟ ଅନୁଯାୟୀ, ଟିମ୍ ଇଣ୍ଡିଆକୁ ଆଣିବା ପାଇଁ ଯାଇଥିବା ବିସିସିଆଇର ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିବ । ଏହି ଚାଟାର୍ଡ ଫ୍ଲାଇଟ୍ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ ।
ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ କିଏ ତାଙ୍କ ସ୍ଥାନ ନେବା ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଅର୍ଥାତ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ ?
ସାମୁଦ୍ରିକ ବାତ୍ୟା ଯୋଗୁଁ ଭାରତୀୟ ଦଳ ଠିକ୍ ସମୟରେ ବାର୍ବଡୋସ୍ରୁ ବାହାରି ପାରିନଥିଲା । ତେବେ ବର୍ତ୍ତମାନ ଭାରତୀୟ ଦଳକୁ ସେଠାରୁ ଆଣିବା ପାଇଁ ବିସିସିଆଇ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।
ଭାରତ ବିଶ୍ୱକପ୍ ଜିତିନେଇଛି । ଦୀର୍ଘ ୧୭ ବର୍ଷ ପରେ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତ ବିଶ୍ୱକପ୍ ଜିତିଛି ।
ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ଟିମ୍ ଇଣ୍ତିଆର ଜବରଦସ୍ତ ବିଜୟ ଉତ୍ସବ ପାଳନ କରିବାକୁ ଆଇଟି କମ୍ପାନୀ ‘Xpheno’ ୧ ଜୁଲାଇକୁ ଛୁଟି ଘୋଷଣା କରିଛି ।
ବାର୍ବାଡସରେ ଅଟକିଛନ୍ତି ବିଶ୍ବବିଜୟୀ ଟିମ୍ ଇଣ୍ଡିଆ ସଦସ୍ୟ । ବାଟ ଓଗାଳୁଛି ସାମୁଦ୍ରିକ ଝଡ଼ । ବିମାନ ଉଡ଼ାଣ ପାଇଁ ପାଗ ଅନୁକୁଳ ନଥିବାରୁ ଭାରତ ଫେରିବାରେ ବିଳମ୍ବ ହେଉଛି ।
୨୦୦୭ ପରେ ୨୦୨୪। ଧୋନିଙ୍କ ପରେ ରୋହିତ। ୧୭ ବର୍ଷ ଲମ୍ବା ପ୍ରତୀକ୍ଷାର ଅନ୍ତ। ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ମେନ୍ ଇନ୍ ବ୍ଲୁର ବିଜୟ ପରେ ଝୁମି ଉଠିଥିଲା ସାରା ଦେଶ।
ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା ବିସିସିଆଇ । ପୁରସ୍କାର ଘୋଷଣା କଲେ ବିସିସିଆଇ ସମ୍ପାଦକ ଜୟ ଶାହ ।
ସୂର୍ଯ୍ୟକୁମାର ଯାଦବ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାରତୀୟ ଦଳ ଚାମ୍ପିୟନ ହେବା ପରେ ପୂରା ମାହୋଲ ଇମୋସନାଲ ଥିଲା । ତେବେ ଏହାରି ମଧ୍ୟରେ ଯେତେବେଳେ ଏହି ଉଭୟ ଷ୍ଟାର ଖେଳାଳି ଅବସର ଘୋଷଣା କରିଥିଲା, ଏହାପରେ ସମସ୍ତେ ବହୁତ ଇମୋସନାଲ ହୋଇଯାଇଥିଲେ ।
ଦୁଇଟି ବିଶ୍ୱକପ୍, ଦୁଇଟି ଅଭୁଲା କ୍ୟାଚ୍ । କୁହାଯାଏ ନା କ୍ୟାଚ୍ ବଦଳାଇ ଦିଏ ମ୍ୟାଚ୍ । ଏଠି ତ ଗୋଟିଏ କ୍ୟାଚ୍ ବିଶ୍ୱକପ୍ ଟ୍ରଫି ହିଁ ଆଣିଦେଲା।
ଗତକାଲି ଟି-୨୦ ଫର୍ମାଟରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଆଜି ରବୀନ୍ଦ୍ର ଜାଡେଜା ଅବସର ଘୋଷଣା କରିଛନ୍ତି ।
ବିଶ୍ୱକପ୍ ବିଜୟ ପରେ ଅଧିନାୟକ ରୋହିତ ଶର୍ମା କରିଥିଲେ ଏକ ନିଆରା ସେଲିବ୍ରେସନ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ଗତକାଲି ବିଶ୍ୱକପ୍ ବିଜୟ ପରେ ପ୍ରତ୍ୟେକ ଭାରତୀୟଙ୍କ ପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବେଶ୍ ଖୁସି ଥିଲେ। ମ୍ୟାଚ୍ ପରେ ସେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ଫୋନରେ କଥା ମଧ୍ୟ ହୋଇଛନ୍ତି ।
ବିଶ୍ୱ ଟାଇଟଲ ଲଢ଼େଇରେ ବାଜି ମାରି ନେଇଛି ଟିମ୍ ଇଣ୍ତିଆ । ଦୀର୍ଘ ୧୧ ବର୍ଷର ପ୍ରତୀକ୍ଷା ପରେ ଦଳଗତ ଭାବେ ଭଲ ପ୍ରଦର୍ଶନ ଦେଇ ବିଜୟୀ ହୋଇଛି ଭାରତ ।
ଅଜୟ ଭାରତ... ବିରାଟ ବିଜୟ । ହାର୍ଦ୍ଦିକ ଶୁଭେଚ୍ଛା । ସାରା ଦେଶରେ ସେଲିବ୍ରେସନ । ଟି-୨୦ ବିଶ୍ୱକପ୍ ଚାମ୍ପିଅନ ଭାରତ ।
ଟି-୨୦ ବିଶ୍ୱକପ୍ ବିଜୟ ସହ ପ୍ରଶଂସକଙ୍କ ପାଇଁ ବିରାଟ ଝଟକା । ଟି-୨୦ ଫର୍ମାଟରୁ ଅବସର ଘୋଷଣା କଲେ ରନ ମେସିନ ବିରାଟ କୋହଲି ଓ ହିଟ୍ ମ୍ୟାନ ରୋହିତ ଶର୍ମା ।
ଦୂର ହେଲା ଆଇସିସି ଟ୍ରଫି ଜିତିବା ଆଶା । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଜିତିଲା ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରି ଟାଇଟଲ୍ ହାତେଇଲା ଟିମ୍ ଇଣ୍ଡିଆ ।
କୋହଲିଙ୍କ ଅର୍ଦ୍ଧଶତକ ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ୍ କରିବାରେ ସଫଳ ହୋଇଛି । ଯାହାଫଳରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୭୭ ରନ୍ ଟାର୍ଗେଟ ରଖିଛି ।
ଅପରାଜେୟ ବାଦଶାହା ବନିବ ଟିମ୍ ଇଣ୍ଡିଆ ନା ପ୍ରଥମ ଆଇସିସି ଟ୍ରଫି ସହ ଇତିହାସ ରଚିବ ଦକ୍ଷିଣ ଆଫ୍ରିକା ? ଟ୍ବେଣ୍ଟି ବିଶ୍ବକପ୍ ଗ୍ରାଣ୍ଡ ଫିନାଲେରେ କାହାର ହେବ ଜିତ୍ ?
ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ ରୋହିତ ଶର୍ମା ।
ଉତ୍କଣ୍ଠାରେ ଅନ୍ତ ଲାଗି ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା। ୱେଷ୍ଟଇଣ୍ଡିଜର ବାର୍ବାଡସରେ ଆରମ୍ଭ ହେବ ଟି ଟ୍ବେଣ୍ଟି ଗ୍ରାଣ୍ଡ ଫିନାଲେ। ଓଭାଲ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା।
କ୍ରିକେଟ ଅନିଶ୍ଚିତତାର ଖେଳ। ହାର୍ ଜିତ୍ ତ ଲାଗି ରହିଥାଏ। ତେବେ ୧୧ ବର୍ଷର ଅପେକ୍ଷାର ଅନ୍ତ ଆଜି ଘଟିବାକୁ ଯାଉଛି। ରୋହିତ-ଦ୍ରାବିଡ୍ଙ୍କ ଯୋଡ଼ି ଆଜି ICC ଟ୍ରଫି ସହ ଅନ୍ତ ହୋଇପାରେ।
ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ଲଢେଇ । ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍ ।
ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆଉଟ୍ ଅଫ୍ ଫର୍ମ ଅଛନ୍ତି ଟିମ୍ ଇଣ୍ତିଆର ଷ୍ଟାର କ୍ରିକେଟର ବିରାଟ କୋହଲି। ତେବେ ତାଙ୍କ ଫର୍ମକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ସବୁ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କ୍ୟାପ୍ଟେନ୍ ରୋହିତ ଶର୍ମା।
୧୦ ବର୍ଷ ପରେ ବିଶ୍ବକପ୍ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଶେଷ ଥର ୨୦୧୪ରେ ଫାଇନାଲ୍ ଖେଳିଥିଲା। ଆସନ୍ତାକାଲି ଟି-ଟ୍ବେଣ୍ଟି ବିଶ୍ବକପ୍ ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା।