• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଭାଙ୍ଗିଲା ଯୁବରାଜଙ୍କ ୧୭ ବର୍ଷର ରେକର୍ଡ । ଗୋଟିଏ ଓଭରରେ ସଂଗ୍ରହ ହେଲା ୩୯ ରନ୍ । ବ୍ୟାଟରଙ୍କ ବିସ୍ପୋରକ ବ୍ୟାଟିଂ ଦେଖି ସମସ୍ତେ ତାଜୁବ। ଏମିତିକି ଲାଇଭ କମେଣ୍ଟ୍ରୀରେ ମଧ୍ୟ ବିଶ୍ୱାସ କରିପାରିଲେନି କମେଣ୍ଟେଣ୍ଟର । ଆଗାମୀ ଟି-ଟ୍ୱେଣ୍ଟି କ୍ରିକେଟ ବିଶ୍ୱକପ ପାଇଁ ଖେଳାଯାଉଥିବା ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଘଟିଛି ଏହି ବିରଳ ଘଟଣା । ଗୋଟିଏ ଓଭର ଅର୍ଥାତ ୬ଟି ବଲରୁ ଅବିଶ୍ୱସନୀୟ ୩୯ ରନ୍ ସଂଗ୍ରହ କରିଛନ୍ତି ଜଣେ ଯୁବ ବ୍ୟାଟର।

ଅଧିକ ପଢ଼ନ୍ତୁ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରନ୍‌ମେସିନ୍‌ଙ୍କର ବେମିସାଲ୍ ୧୬ ବର୍ଷ, ପଛରେ ପଡ଼ିଲେ ଅନେକ ଦିଗଜ୍ଜ

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ସମୋଆ ୱିକେଟ କିପର ବ୍ୟାଟର ଡେରିଅସ ଭିସେର ପୁରୁଷ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚର ଗୋଟିଏ ଓଭରରେ ସର୍ବାଧିକ ରନର ରେକର୍ଡ ଭାଙ୍ଗିବା ସହ ନୂଆ ଇତିହାସ ରଚିଛନ୍ତି । ଚଳିତ ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ ସବ୍ ରିଜିଓନାଲ ଇଷ୍ଟ ଏସିଆ-ପେସିଫିକ୍ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ମଙ୍ଗଳବାର ସମୋଆ ଓ ଭନୁଆତୁ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଭିସେର ଗୋଟିଏ ଓଭରରେ ୩୯ ରନ୍ ସଂଗ୍ରହ କରି ଚର୍ଚ୍ଚାରେ ରହିଛନ୍ତି । ମ୍ୟାଚର ୧୫ତମ ଓଭରରେ ଭିସେର, ପ୍ରତିପକ୍ଷ ଟିମ ଭନୁଆତୁର ଦ୍ରୁତ ବୋଲର ନଲିନ୍ ନିପିକୋଙ୍କୁ ମହଙ୍ଗା ସାବ୍ୟସ୍ତ କରାଇବା ସହ ଅଲୋଡ଼ା ରେକର୍ଡର ଅଧିକାରୀ କରାଇଥିଲେ । ତିନୋଟି ନୋ ବଲର ଫାଇଦା ଉଠାଇ ଛକା ବର୍ଷା କରିଥିଲେ ସମୋଆ ଷ୍ଟାର ବ୍ୟାଟର ଭିସେର।

ଓଭରର ପ୍ରଥମ ତିନୋଟି ବଲରେ ତିନୋଟି ଛକା ଲଗାଇଥିଲେ ଭିସେର । ଏହାପରେ ଚତୁର୍ଥ ବଲକୁ ମଧ୍ୟ ବାଉଣ୍ଡ୍ରୀ ପାର୍ କରାଇଥିଲେ । ମାତ୍ର ବୋଲର ନିପିକୋ ଓଭରର ପଞ୍ଚମ ବଲରେ କୌଣସି ରନ୍ ଦେଇନଥିଲେ । ତେବେ ନୋ ବଲ୍ ବୋଲିଂ କରିବା ନିପିକୋଙ୍କୁ ମହଙ୍ଗା ପଡ଼ିଥିଲା । ନୋ ବଲର ଫାଇଦା ଉଠାଇ ପରବର୍ତ୍ତୀ ବଲରେ ବିଶାଳ ଛକା ମାରିଥିଲେ ଭିସେର । ଶେଷରେ ଓଭରର ଶେଷ ବଲରୁ ୬ ରନ୍ ସଂଗ୍ରହ ପରେ ରେକର୍ଡ ଭଙ୍ଗ କରିଥିଲେ ଭିସେର । ଏଥିସହ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ସମୋଆ ଖେଳାଳି ଭାବେ ଶତକ ହାସଲକାରୀ ହୋଇଥିଲେ ।

 

ଅଧିକ ପଢ଼ନ୍ତୁ: ହାରି ମଧ୍ୟ ଜିତିଗଲେ ଭିନେଶ, ସୁନା ଦେଇ ପଦକ ତିଆରି କରିବେ ଗାଁ ଲୋକେ

ଭିସେରଙ୍କ ଆକର୍ଷଣୀୟ ଶତକୀୟ ଇଂନିସରେ ସାମିଲ ରହିଛି ୧୪ଟି ଛକା । ୬୨ ବଲରୁ ବିସ୍ଫୋରକ ୧୩୨ ରନ୍ ସଂଗ୍ରହ କରିବା ପରେ  ଇଭେଣ୍ଟର ଦ୍ୱିତୀୟ ବିଜୟ ହାସଲ କରିଛି ସମୋଆ । ଏହି ବିଜୟ ସହ ସମୋଆର ୨୦୨୬ରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପର ପରବର୍ତ୍ତୀ ସଂସ୍କରଣ ପାଇଁ ଯୋଗ୍ୟତା ଅର୍ଜନ କରିବା ଆଶା ଉଜ୍ଜୀବୀତ ରହିଛି ।

ଅନ୍ୟପଟେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଐତିହାସିକ ୬ବଲରୁ ୬ ଛକାର ରେକର୍ଡ ଭଙ୍ଗ ହୋଇଛି। ୨୦୦୭ରେ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପର ଉଦଘାଟନୀ ସଂସ୍କରଣରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କୁ ୬ଟି ଛକା ଲଗାଇ ଗୋଟିଏ ଓଭରରେ ୩୬ ରନ୍ ସଂଗ୍ରହ କରିଥିଲେ ଯୁବରାଜ । 
କାରବିୟନ ପାୱାର ହିଟର କାୟରନ୍ ପୋର୍ଲାଡ ଓ ନିକୋଲାସ ପୁରୋନ୍ ମଧ୍ୟ ଗୋଟିଏ ଓଭରରୁ ୩୬ ରନ୍ ସଂଗ୍ରହ କରିସାରିଛନ୍ତି । ଦିପେନ୍ଦ୍ର ସିଂ ଐରି ମଧ୍ୟ ୨୦୨୪ରେ ୩୬ ରନ୍ ସଂଗ୍ରହ କରିଥିଲେ ।  
  

OTV is now on Whatsapp

Join and get latest news update delivered to you via whatsapp

Join Now