Advertisment

ନୀରଜ ଓ ମନୁଙ୍କ ବିବାହ ଚର୍ଚ୍ଚା, ମୁହଁ ଖୋଲିଲେ ସୁଟରଙ୍କ ବାପା

ମନୁ ଓ ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସବୁଠୁ ସଫଳତମ ଆଥଲେଟ୍ ରହିଛନ୍ତି । ଉଭୟ ନିଜ ଖେଳରେ ଆହୁରି ଭଲ ପ୍ରଦର୍ଶନ ଆଶା ରଖିଥିଲେ ମଧ୍ୟ ଭାରତ ପାଇଁ ଗୌରବ ଆଣିଛନ୍ତି ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Neeraj Chopra Manu Bhaker Marriage

Neeraj Chopra

ଜାଭେଲିନ୍ ଷ୍ଟାର ନୀରଜ ଚୋପ୍ରାଙ୍କୁ ବିବାହ କରିବେ କି ସୁଟର ମନୁ ଭାକର ? ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଏହି ପ୍ରଶ୍ନ ପଚାରିଥିଲେ । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପରେ ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରାଙ୍କ ସହିତ ମନୁ ଭାକର ଓ ତାଙ୍କ ମାଆ କଥା ହେବାର ଭିଡିଓ ଭାଇରାଲ୍ ହୋଇଥିଲା। ତିନିଜଣ ପରସ୍ପର ମଧ୍ୟରେ ଯେପରି କଥାହୋଇଥିଲେ, ଏହାକୁ ଦେଖି ନୀରଜଙ୍କ ସହ ମନୁଙ୍କ ବିବାହ ହୋଇପାରେ ବୋଲି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ କରିଥିଲେ ପ୍ରଶଂସକ । ମାତ୍ର ଏହି ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁଟର ମନୁଙ୍କ ବାପା । 

Advertisment

ଅଧିକ ପଢ଼ନ୍ତୁ: Video: ନୀରଜଙ୍କୁ ଭେଟିଲେ ମନୁଙ୍କ ମା’; ବିବାହ ପକ୍କା ? ଭାଇରାଲ ହେଉଛି ଭିଡ଼ିଓ...

ମନୁଙ୍କ ବାପା ରାମ କିଷନ କହିଛନ୍ତି, "ମନୁ ଏବେବି ବହୁତ ଛୋଟ ଅଛି । ବିବାହ ବୟସ ହୋଇନାହିଁ । ବର୍ତ୍ତମାନ ସେ ବିଷୟରେ ଚିନ୍ତା ବି କରିନାହାନ୍ତି ।" ନୀରଜଙ୍କ ସହ ମନୁଙ୍କର ମାଆ କଥାବାର୍ତ୍ତା ନେଇ ମଧ୍ୟ ରାମ କିଷନ ଖୁଲାସା କରିଛନ୍ତି । ସେ କହିଛନ୍ତି,"ମନୁଙ୍କ ମାଆ ନୀରଜଙ୍କୁ ପୁଅ ପରି ଦେଖୁଛନ୍ତି । ଏଥିରେ ମନୁ ଓ ନୀରଜଙ୍କୁ ନେଇ ଅନ୍ୟକିଛି ଚିନ୍ତା କରିବାର ଆବଶ୍ୟକତା ନାହିଁ ।"

Advertisment

ସେପଟେ ରୌପ୍ୟ ବିଜେତା ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରାଙ୍କ ଅଙ୍କଲ୍ ମଧ୍ୟ ବିବାହ ଚର୍ଚ୍ଚାନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ନୀରଜ ମେଡାଲ ଜିତିବା ପରେ ଯେପରି ପୁରା ଦେଶ ଜାଣିଲା, ସେହିଭଳି ଯେବେ ସେ ବିବାହ କରିବେ ସେତେବେଳେ ସମସ୍ତେ ଜାଣିପାରିବେ ।"

ମନୁ ଓ ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସବୁଠୁ ସଫଳତମ ଆଥଲେଟ୍ ରହିଛନ୍ତି। ଉଭୟ ନିଜ ଖେଳରେ ଆହୁରି ଭଲ ପ୍ରଦର୍ଶନ ଆଶା ରଖିଥିଲେ ମଧ୍ୟ ଭାରତ ପାଇଁ ଗୌରବ ଆଣିଛନ୍ତି। ପୃଥକ ସୁଟିଂ ଇଭେଣ୍ଟରେ ମନୁ ଦୁଇଟି ବ୍ରୋଞ୍ଜ ମେଡାଲ ଜିତିଥିବାବେଳେ, ଟୋକିଓ ଅଲିମ୍ପିକ୍ସର ଗୋଲ୍ଡ ମେଡାଲିଷ୍ଟ ନୀରଜ ଏଥର ସିଲଭର ହାତେଇଛନ୍ତି।

Manu Bhaker Neeraj Chopra
Advertisment
Advertisment