/odishatv-khabar/media/post_attachments/uploadimage/library/16_9/16_9_0/Jay_Shah_1724242690.jpg)
Jay Shah
ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଆଗାମୀ ଅଧ୍ୟକ୍ଷ ହୋଇପାରନ୍ତି ବିସିସିଆଇର ସମ୍ପାଦକ ଥିବା ଜୟ ଶାହ । ବର୍ତ୍ତମାନ ଆଇସିସିର ଅଧ୍ୟକ୍ଷ ଥିବା ଗ୍ରେଗ୍ ବାର୍ସଲେଙ୍କ କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେଉଛି । ଏହାପରେ ସେ ପଦ ଛାଡ଼ୁଥିବା ଜଣାପଡ଼ିଛି ।
ଆଇସିସି ଡିରେକ୍ଟର ସମେତ କ୍ରିକେଟ ଅଷ୍ଟ୍ରେଲିଆର ମାଇକ୍ ବେଅର୍ଡଙ୍କୁ ମଧ୍ୟ ନିଜ ନିଷ୍ପତ୍ତି ବିଷୟରେ ଅବଗତ କରାଇ ସାରିଛନ୍ତି ବାର୍ସଲେ । ତୃତୀୟ ଥର ପାଇଁ ପଦ ସମ୍ଭାଳିବାକୁ ସେ ଅନିଚ୍ଛା ପ୍ରକାଶ କରିଛନ୍ତି । ଏହାପରେ ଜୟ ଶାହ ଆଇସିସିର ପରବର୍ତ୍ତୀ ମୁଖିଆ ହେବାର ସମ୍ଭାବନା ବଢ଼ିଛି । ଶାହଙ୍କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆର କ୍ରିକେଟ ବୋର୍ଡ ସମର୍ଥନ ଜଣାଇଛି । ଏଥିସହ ଆଇସିସିର ମୁଖ୍ୟ ହେବାକୁ ଜୟ ଶାହଙ୍କ ପାଖରେ ଆବଶ୍ୟକୀୟ ବୋର୍ଡର ସମର୍ଥନ ସଂଖ୍ୟା ମଧ୍ୟ ରହିଛି ।
ଅଧିକ ପଢ଼ନ୍ତୁ: ଅନ୍ତର୍ଜାତୀୟ କ୍ରିକେଟ୍ରେ ରନ୍ମେସିନ୍ଙ୍କର ବେମିସାଲ୍ ୧୬ ବର୍ଷ, ପଛରେ ପଡ଼ିଲେ ଅନେକ ଦିଗଜ୍ଜ
ଏକରୁ ଅଧିକ ପ୍ରାର୍ଥୀ ରହିଲେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଆଇସିସିର ନିୟମ ଅନୁଯାୟୀ, ଚେୟାରମ୍ୟାନ ନିର୍ବାଚନରେ ବିଜୟ ପାଇଁ ୧୬ଟି ଭୋଟ୍ ମଧ୍ୟରୁ ସଂଖ୍ୟାଗରିଷ୍ଠତା ଅର୍ଥାତ ୫୧ ପ୍ରତିଶତ ଭୋଟ୍ ଆବଶ୍ୟକ । ପୂର୍ବରୁ ଚେୟାରମ୍ୟାନ ହେବାପାଇଁ ଦୁଇ- ତୃତୀୟାଂଶ ସମର୍ଥନ ଆବଶ୍ୟକ ରହିଥିଲା ।
ପୂର୍ବରୁ ୪ ଜଣ ଭାରତୀୟ ମଧ୍ୟ ଆଇସିସିର ସର୍ବୋଚ୍ଚ ପଦରେ ରହିସାରିଛନ୍ତି । ଜଗମୋହନ ଡାଲମିୟା ୧୯୯୭ରୁ ୨୦୦୦ ଓ ଶରଦ ପାୱାର ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ଆଇସିସିର ସଭାପତି ରହିଥିଲେ । ଏନ ଶ୍ରୀନିବାସନ ୨୦୧୪ରୁ ୨୦୧୫ ଓ ଶଶାଙ୍କ ମନୋହର ୨୦୧୫ରୁ ୨୦୨୦ ଚେୟାରମ୍ୟାନ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ଫଳରେ ତୃତୀୟ ଭାରତୀୟ ଭାବେ ଜୟ ଶାହ ନଭେମ୍ବରରେ ଆଇସିସିର ଚେୟାରମ୍ୟାନ୍ ହୋଇପାରନ୍ତି । ଏପରି ହେଲେ ୩୫ ବର୍ଷୀୟ ବିସିସିଆଇ ସମ୍ପାଦକ ଶାହ ଆଇସିସି ଇତିହାସର ସର୍ବକନିଷ୍ଠ ଚେୟାରମ୍ୟାନ ହେବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)