Advertisment

ସସ୍‌ପେଣ୍ଡ ହେବାପରେ କ'ଣ କହିଲେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ

ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ଦେଢ ବର୍ଷ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେସନ ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Pramod Bhagat Reaction After Suspension at paris Olympic

Pramod Bhagat

ଓଡ଼ିଆ ପାରା ବ୍ୟାଡମିଣ୍ଟନ ଷ୍ଟାର୍ ତଥା ଟୋକିଓ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ଲାଗିଛି ବଡ଼ ଝଟକା । ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ଦେଢ ବର୍ଷ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେସନ । ଏହାପରେ ତାଙ୍କର ପ୍ୟାରିସ୍ ପାରା ଅଲିମ୍ପିକ୍ସ ସ୍ୱପ୍ନ ଧୁଳିଶାତ୍ ହୋଇଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ନୀରଜ ଓ ମନୁଙ୍କ ବିବାହ ଚର୍ଚ୍ଚା, ମୁହଁ ଖୋଲିଲେ ସୁଟରଙ୍କ ବାପା

BWF ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ୨୦୨୦ ଟୋକିଓ ପାରା ଅଲିମ୍ପିକ ଚାମ୍ପିଅନ ପ୍ରମୋଦ ଭଗତଙ୍କୁ ୧୮ମାସ ପାଇଁ ନିଲମ୍ୱିତ କରାଯାଇଛି । ସେ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାଗ ନେଇ ପାରିବେ ନାହିଁ । କୋର୍ଟ ଅଫ୍ ଆର୍ବିଟେସନ୍ (CAS) ପ୍ରମୋଦଙ୍କୁ ବର୍ଷକ ମଧ୍ୟରେ ୩ଥର ସୁଯୋଗ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରମାଣ କରିପାରିନଥିଲେ । ମାର୍ଚ୍ଚ ୨୦୨୪ରେ କୋର୍ଟ ଅଫ୍ ଆର୍ବିଟେସନ୍ ଆଣ୍ଟି ଡୋପିଂ ଡିଭିଜନ ତାଙ୍କୁ ଏକ ବର୍ଷ ମଧ୍ୟରେ ୩ଥର ସ୍ଥାନ ବିଷୟରେ ବିସ୍ତୃତ ସୂଚନା ମାଗିଥିଲେ ସୁଦ୍ଧା ସେ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେସନର ଆଣ୍ଟି ଡୋପିଂ ନିୟମର ଉଲ୍ଲଂଘନ କରିଥିଲେ ।

ତେବେ ସସ୍‌ପେଣ୍ଡକୁ ନେଇ ପାରା ସଟଲର୍‌ ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପ୍ରମୋଦ କହିଛନ୍ତି, "ଏହା ଏକ ଟେକ୍ନିକାଲ ଇସ୍ୟୁ, ମୋର କିଛି ଭୁଲ ନାହିଁ। ଏହା ୱାଡ଼ାର ବହୁତ ବଡ଼ କଠିନ ନିଷ୍ପତ୍ତି, ମୁଁ ଗଭୀର ଭାବେ ଦୁଃଖିତ। ତଥାପି ପୁନଃ ବିଚାର ଲାଗି ମୁଁ ଆବେଦନ କରିବି ।"

Advertisment

ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ ଦ୍ୱାରା ୧୮ ମାସ ପାଇଁ ସସ୍‌ପେଣ୍ଡ ହେବା ଫଳରେ ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାଗ ନେଇ ପାରିବେନି ପ୍ରମୋଦ । ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦ ସ୍ୱର୍ଣ୍ଣ ପଦକ ବିଜେତା ରହିଥିଲେ ।

ଅଧିକ ପଢ଼ନ୍ତୁ: ଅଲିମ୍ପିକ୍ସରେ ଜ୍ୱାଇଁ ଜିତିଲେ ଗୋଲ୍ଡ ମେଡାଲ, ମଇଁଷି ଗିଫ୍ଟ ଦେଲେ ଶ୍ୱଶୁର

Olympic Pramod Bhagat Para Olympian
Advertisment
Advertisment