ଗତକାଲି ବିଶ୍ୱକପ୍ ବିଜୟ ପରେ ପ୍ରତ୍ୟେକ ଭାରତୀୟଙ୍କ ପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବେଶ୍ ଖୁସି ଥିଲେ। ମ୍ୟାଚ୍ ପରେ ସେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ସହ ଫୋନରେ କଥା ମଧ୍ୟ ହୋଇଛନ୍ତି ।
ବିଶ୍ୱ ଟାଇଟଲ ଲଢ଼େଇରେ ବାଜି ମାରି ନେଇଛି ଟିମ୍ ଇଣ୍ତିଆ । ଦୀର୍ଘ ୧୧ ବର୍ଷର ପ୍ରତୀକ୍ଷା ପରେ ଦଳଗତ ଭାବେ ଭଲ ପ୍ରଦର୍ଶନ ଦେଇ ବିଜୟୀ ହୋଇଛି ଭାରତ ।
ଅଜୟ ଭାରତ... ବିରାଟ ବିଜୟ । ହାର୍ଦ୍ଦିକ ଶୁଭେଚ୍ଛା । ସାରା ଦେଶରେ ସେଲିବ୍ରେସନ । ଟି-୨୦ ବିଶ୍ୱକପ୍ ଚାମ୍ପିଅନ ଭାରତ ।
ଟି-୨୦ ବିଶ୍ୱକପ୍ ବିଜୟ ସହ ପ୍ରଶଂସକଙ୍କ ପାଇଁ ବିରାଟ ଝଟକା । ଟି-୨୦ ଫର୍ମାଟରୁ ଅବସର ଘୋଷଣା କଲେ ରନ ମେସିନ ବିରାଟ କୋହଲି ଓ ହିଟ୍ ମ୍ୟାନ ରୋହିତ ଶର୍ମା ।
ଦୂର ହେଲା ଆଇସିସି ଟ୍ରଫି ଜିତିବା ଆଶା । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଜିତିଲା ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରି ଟାଇଟଲ୍ ହାତେଇଲା ଟିମ୍ ଇଣ୍ଡିଆ ।
କୋହଲିଙ୍କ ଅର୍ଦ୍ଧଶତକ ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ୍ କରିବାରେ ସଫଳ ହୋଇଛି । ଯାହାଫଳରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୭୭ ରନ୍ ଟାର୍ଗେଟ ରଖିଛି ।
ଅପରାଜେୟ ବାଦଶାହା ବନିବ ଟିମ୍ ଇଣ୍ଡିଆ ନା ପ୍ରଥମ ଆଇସିସି ଟ୍ରଫି ସହ ଇତିହାସ ରଚିବ ଦକ୍ଷିଣ ଆଫ୍ରିକା ? ଟ୍ବେଣ୍ଟି ବିଶ୍ବକପ୍ ଗ୍ରାଣ୍ଡ ଫିନାଲେରେ କାହାର ହେବ ଜିତ୍ ?
ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ ରୋହିତ ଶର୍ମା ।
ଉତ୍କଣ୍ଠାରେ ଅନ୍ତ ଲାଗି ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା। ୱେଷ୍ଟଇଣ୍ଡିଜର ବାର୍ବାଡସରେ ଆରମ୍ଭ ହେବ ଟି ଟ୍ବେଣ୍ଟି ଗ୍ରାଣ୍ଡ ଫିନାଲେ। ଓଭାଲ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା।
କ୍ରିକେଟ ଅନିଶ୍ଚିତତାର ଖେଳ। ହାର୍ ଜିତ୍ ତ ଲାଗି ରହିଥାଏ। ତେବେ ୧୧ ବର୍ଷର ଅପେକ୍ଷାର ଅନ୍ତ ଆଜି ଘଟିବାକୁ ଯାଉଛି। ରୋହିତ-ଦ୍ରାବିଡ୍ଙ୍କ ଯୋଡ଼ି ଆଜି ICC ଟ୍ରଫି ସହ ଅନ୍ତ ହୋଇପାରେ।
ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ଲଢେଇ । ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍ ।
ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆଉଟ୍ ଅଫ୍ ଫର୍ମ ଅଛନ୍ତି ଟିମ୍ ଇଣ୍ତିଆର ଷ୍ଟାର କ୍ରିକେଟର ବିରାଟ କୋହଲି। ତେବେ ତାଙ୍କ ଫର୍ମକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ସବୁ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କ୍ୟାପ୍ଟେନ୍ ରୋହିତ ଶର୍ମା।
୧୦ ବର୍ଷ ପରେ ବିଶ୍ବକପ୍ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ। ଶେଷ ଥର ୨୦୧୪ରେ ଫାଇନାଲ୍ ଖେଳିଥିଲା। ଆସନ୍ତାକାଲି ଟି-ଟ୍ବେଣ୍ଟି ବିଶ୍ବକପ୍ ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା।
ଫାଇନାଲରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା । ଅତି ଦୟନୀୟ ପ୍ରଦର୍ଶନ କରି ସେମି ଫାଇନାଲରୁ ବିଦା ହୋଇଛି ଆଫଗାନିସ୍ତାନ ।
ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲ ଗଲା ଦ. ଆଫ୍ରିକା ଟିମ୍ । ୫୭ ରନ୍ର ସହଜ ଟାର୍ଗେଟକୁ ୮.୫ ଓଭରରେ ହାସଲ କରି ନେଇଛି ।
ଭାରତୀୟ ହକି ଦଳ ଘୋଷିତ ହୋଇଛି । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଟିମ୍ ଘୋଷଣା ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ବଡ଼ ବିପର୍ଯ୍ୟୟ । ବାଂଲାଦେଶକୁ ହରାଇ ସେମି ଫାଇନାଲରେ ପହଞ୍ଚିଲା ଆଫଗାନିସ୍ତାନ ।
ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ। ୪୧ ବଲରେ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୭ ରନ୍ କରିଥିଲେ।
ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଟି-୨୦ ବିଶ୍ବକପ୍ ସୁପର ଏଇଟ୍ ପର୍ଯ୍ୟାୟରେ ଆଜି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ । ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।
ଭାରତର ୧୯୭ ରନ୍ ଟାର୍ଗେଟର ଜବାବରେ ବାଂଲାଦେଶ ୮ ୱିକେଟ୍ ହରାଇ ୧୪୬ ରନ କରିବାରେ ସକ୍ଷମ ହୋଇଥିଲା ।
ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ଅବସର ପାଇଁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ୨୦୩୩ ପରିବର୍ତ୍ତେ ୨୦୩୬ ଯାଏ ପ୍ରାୟୋଜକ ରହିବା ନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ମହାସଚିବ ଭୋଲାନାଥ ସିଂ ।
ସୋସିଆଲ ମିଡିଆରେ ଏହି ଚର୍ଚ୍ଚା ମଧ୍ୟରେ ସାନିଆ ମିର୍ଜାଙ୍କ ପିତା ଇମ୍ରାନ ମିର୍ଜା ଏହି ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ।
ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ୱାନ୍ଡେ ମ୍ୟାଚ୍। ଫେବ୍ରୁଆରୀ ୯ ତାରିଖ ରବିବାର ଦିନ ଖେଳାଯିବ ୱାନ୍ ଡେ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରୁ ବାଦ୍ ପଡ଼ି ସାରିଛି ପାକିସ୍ତାନ । ଅତି ଦୟନୀୟ ଖେଳ ପ୍ରଦର୍ଶନ କରି ସୁପର୍ ଆଠ ଖେଳିବାର ଯୋଗ୍ୟତା ହରାଇ ସାରିଛି ପାକିସ୍ତାନ । ଏହା ପରେ ମଧ୍ୟ ବିବାଦ ପାକିସ୍ତାନ ଦଳର ପିଛା ଛାଡ଼ୁନାହିଁ ।
ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ବିରାଟ କୋହଲିଙ୍କ ଫର୍ମ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିକ୍ରମ ରାଠୋର କହିଛନ୍ତି ଯେ ବିରାଟ କୋହଲି ଭଲ ବ୍ୟାଟିଂ କରୁଛନ୍ତି।