• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ହକି ହିରୋଙ୍କୁ ଜୋରଦାର ସ୍ୱାଗତ । ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ପରେ ବିମାନ ବନ୍ଦରରୁ ବିଶାଳ ରୋଡ୍ ସୋ' କରି ପୁରା ଟିମକୁ କଳିଙ୍ଗ ଷ୍ଟାଡିୟମକୁ ନିଆଯାଇଛି । ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଛି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ । 

ହକି ହିରୋଙ୍କ ରୋଡ଼ ସୋ' ପାଇଁ ବିଶାଳ ଆୟୋଜନ କରାଯାଇଥିଲା । ରୋଡ଼ ସୋ'ରେ ଶହ ଶହ ଯୁବକ ମୋଟର ସାଇକେଲ ଧରି ରାଲିରେ ସାମିଲ ହୋଇଥିଲେ । ଏଥିସହିତ ରୋଡ଼ ସୋ'ରେ ଓଡିଶାର କଳା ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ପୁରୀ ସାହିଯାତ ନୃତ୍ୟ, ଛଉ ନୃତ୍ୟ, ଘୁମୁରା ନୃତ୍ୟ, ଆଦିବାସୀ ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀ, ଢୋଲ ବାଜା ଆଦି ପାରମ୍ପରିକ ବାଦ୍ୟ ମାଧ୍ୟମରେ ଜୋରଦାର ସ୍ୱାଗତ କରାଯାଇଛି । 

ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ଖେଳାଳିଙ୍କୁ ରାଜ୍ୟ କନଭେନସନ ହଲରେ ଅପରାହ୍ନ ସାଢେ ୫ଟାରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହକି ହିରୋଙ୍କୁ ସମ୍ବର୍ଦ୍ଧିତ କରିବେ । ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଖେଳାଳିଙ୍କୁ ୧୫ଲକ୍ଷ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।  

OTV is now on Whatsapp

Join and get latest news update delivered to you via whatsapp

Join Now