Advertisment

ପ୍ୟାରିସ୍ ଅଲିମ୍ପିକ୍ସରୁ ଫେରିଲେ କୁସ୍ତି ଯୋଦ୍ଧା ଭିନେଶ; ଦେଶବାସୀଙ୍କୁ କହିଲେ...

ବିମାନବନ୍ଦରରେ ପହଞ୍ଚିବା ପରେ ଭିନେଶ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ମେଡାଲ୍ ଆଣିପାରିନଥିଲେ ମଧ୍ୟ ତାଙ୍କୁ ଏଭଳି ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇଛନ୍ତି ଭିନେଶ।

author-image
Sujit kumar Swain
ଅଦ୍ୟତନ ହୋଇଛି
Vinesh Phogat

Vinesh Phogat

ପ୍ୟାରିସ୍ ଅଲିଂପିକ୍ସରୁ ସ୍ବଦେଶ ଫେରିବା ପରେ କୁସ୍ତି ଯୋଦ୍ଧା ଭିନେଶ ଫୋଗଟଙ୍କୁ ଜୋରଦାର ସ୍ବାଗତ। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଭିନେଶଙ୍କୁ ଗ୍ରାଣ୍ଡ ୱେଲକମ କରାଯାଇଛି। ରେସଲର ବଜରଙ୍ଗ ପୁନିଆ, କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକଙ୍କ ସମେତ ଭିନେଶଙ୍କ ବନ୍ଧୁ ପରିବାର ବର୍ଗ ଓ ପ୍ରଶଂସକମାନେ ତାଙ୍କୁ ଜୋରଦାର ସ୍ବାଗତ କରିଛନ୍ତି। 

Advertisment

ବିମାନବନ୍ଦରରେ ପହଞ୍ଚିବା ପରେ ଭିନେଶ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ମେଡାଲ୍ ଆଣିପାରିନଥିଲେ ମଧ୍ୟ ତାଙ୍କୁ ଏଭଳି ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇଛନ୍ତି ଭିନେଶ। ଦିଲ୍ଲୀରେ ପହଞ୍ଚିବା ପରେ ରୋଡ ଶୋରେ ଭିନେଶ ନିଜ ଗାଁ ହରିୟାଣା ଚରଖି ଅଭିମୁଖେ ଯାଇଛନ୍ତି। 

ପ୍ୟାରିସ୍ ଅଲିମ୍ପିକ୍ସରେ ଭିନେଶ ୫୦ କେଜି ବର୍ଗରେ କୁସ୍ତି ଲଢୁଥିଲେ। ସେମିଫାଇନାଲ ମ୍ୟାଚରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଥିଲେ ଭିନେଶ। ମାତ୍ର ଫାଇନାଲ ପୂର୍ବରୁ ତାଙ୍କୁ ଲାଗିଥିଲା ଜୋରଦାର ଝଟକା। ୧୦୦ ଗ୍ରାମ ଅଧିକ ଓଜନ ପାଇଁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏହା ପରେ ସେ କୁସ୍ତିରୁ ଅବସର ଘୋଷଣା କରିଥିଲେ।

Advertisment

ତେବେ ଅଲିମ୍ପିକ୍ସରେ ସେମିଫାଇନାଲକୁ ସେ ବିନା କୌଣସି ନିୟମ ଖିଲାପ କରି ଖେଳିଥିବାରୁ ଯୁଗ୍ମ ରୌପ୍ୟ ପଦକ ପାଇଁ ହକଦାର୍ ବୋଲି CASରେ ଅପିଲ୍ କରିଥିଲେ ଭିନେଶ। ମାତ୍ର କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ ବା CASରେ ଭିନେଶ ଫୋଗଟଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ।

Vinesh Phogat Ace Wrestler Vinesh Phogat
Advertisment
Advertisment