• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଜନ୍ମମାଟିରେ ପହଞ୍ଚିଲେ ହକି ତାରକା ଅମିତ ରୋହିଦାସ । ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ୍‌ ମେଡାଲ ଜିତିବା ପରେ ଆଜି ଜନ୍ମମାଟି ସୁନ୍ଦରଗଡ଼ର ସଉନାମରା ଗାଁରେ ପହଞ୍ଚିଛନ୍ତି ଅମିତ । ପ୍ୟାରିସ୍‌ ଅଲିମ୍ପିକ୍ସରେ ପଦକ ଜିତିବା ପରେ ଗତକାଲି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହକି ଦଳକୁ ସମ୍ବର୍ଦ୍ଧନା ଦେବା ପରେ ଆଜି ନିଜ ଗାଁ ସଉନାମରାରେ ପହଞ୍ଚିଥିଲେ ଅମିତ । ଜନ୍ମମାଟିରେ ପହଞ୍ଚିବା ପରେ ଅମିତଙ୍କୁ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ଗାଁ ଲୋକେ । ଅମିତଙ୍କ ଆଗମନରେ ଉତ୍ସବ ମୁଖରିତ ହୋଇପଡ଼ିଥିଲା ସାରା ଗାଁ । ପାରମ୍ପରିକ ନୃତ୍ୟ, ଗୀତରେ ଅମିତଙ୍କୁ ପାଛୋଟି ଆଣିଥିଲେ ।

ତେବେ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସ୍ଵାଗତ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ ଅମିତ । ନିଜ ମାଟି, ନିଜ ଘରକୁ ଫେରି ବହୁତ ଖୁସି ଲାଗୁଛି ବୋଲି କହିଥିଲେ ଅମିତ । ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଚଳିତ ଅଲମ୍ପିକ ପାଇଁ ବହୁତ ପରିଶ୍ରମ କରିଥିଲୁ । ସମସ୍ତ ଖେଳାଳିଙ୍କ ଆଶା ଥିଲା ଚଳିତ ଥର ପଦକର ରଙ୍ଗ ପରିବର୍ତ୍ତନ କରିବାକୁ । କିନ୍ତୁ ଏହା ହୋଇପାରିଲାନି । ବ୍ରୋଞ୍ଜ୍‌ ମେଡାଲ ବି ଗୋଲ୍ଡ ମେଡାଲଠାରୁ କମ୍‌ ନୁହେଁ । ଦେଶ ଓ ଆମ ରାଜ୍ୟ ପାଇଁ ଏହା ଏକ ବଡ଼ ଖୁସିର କଥା । ତେବେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଅମିତ ତାଙ୍କ ବାପାଙ୍କୁ ବହୁତ ମିସ୍‌ କରୁଛନ୍ତି ବୋଲି କହିଥିଲେ ।

ସୂଚନା ଅନୁସାରେ ସୁନ୍ଦରଗଡ଼ ହେଉଛି ହକିର ଗଡ଼ । କିନ୍ତୁ ହକିର ଏନ୍ତୁଡ଼ିଶାଳା ହେଉଛି ସୁନ୍ଦରଗଡ଼ର ସଉନାମରା ଗାଁ । ହକି ଖେଳାଳିଙ୍କ ହବ୍‌ ପାଲଟିଛି ଏହି ଗାଁ । ଏହି ଗାଁରୁ ଆସି ଏକାଧିକ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭା ଦେଖାଇଛନ୍ତି । ଦିଲ୍ଲୀପ ତିର୍କୀଙ୍କଠାରୁ ଆରମ୍ଭ କରି ଶୁଭଦ୍ରା ପ୍ରଧାନ, ବିକାଶ ଟପ୍ପା ,ଦୀପସାନ ତିର୍କୀ ଏହି ସମସ୍ତ ହକି ଷ୍ଟାର ସଉନାମରା ଗାଁର । ଏଇଠୁ ହିଁ ହୋଇଛି ଏହି ମହାନ ହକି ତାରକାଙ୍କ ସୃଷ୍ଟି ।

OTV is now on Whatsapp

Join and get latest news update delivered to you via whatsapp

Join Now