Advertisment

ଭିନେଶଙ୍କୁ ମିଳିବନି ପଦକ, ଆବେଦନ ଖାରଜ କଲେ CAS

କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ ବା CASରେ ଭିନେଶ ଫୋଗଟଙ୍କ ଆବେଦନ ଅଗ୍ରାହ୍ୟ ହୋଇଥିବା ସୂଚନା ମିଳିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Vinesh Phogat

Vinesh Phogat

ପ୍ୟାରିସ୍‌ ଅଲିମ୍ପିକ୍ସରେ ରେସଲର ଭିନେଶ ଫୋଗଟଙ୍କୁ ମିଳିବନି ପଦକ। କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ ବା CASରେ ଭିନେଶ ଫୋଗଟଙ୍କ ଆବେଦନ ଅଗ୍ରାହ୍ୟ ହୋଇଥିବା ସୂଚନା ମିଳିଛି । ଯଦିଓ CAS ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇନାହିଁ, କିନ୍ତୁ ଭିନେଶଙ୍କ ଆବେଦନକୁ CAS ଖାରଜ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Advertisment

ସୂଚନା ଅନୁସାରେ କୁସ୍ତି ୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ୍ ଫୋଗଟ । ତାଙ୍କର ପ୍ରକୃତ ଓଜନ ଠାରୁ ଶହେ ଗ୍ରାମ୍ ଅଧିକ ଥିଲା । ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏଭଳି ବିବାଦୀୟ ନିଷ୍ପତ୍ତିରେ ଭାଙ୍ଗି ଯାଇଥିଲା କୋଟି କୋଟି ଭାରତୀୟଙ୍କ ହୃଦୟ । ଜୀବନର ଶ୍ରେଷ୍ଠ ସଫଳତାକୁ ପାଉ ପାଉ ଅନ୍ତିମ କ୍ଷଣରେ ହରାଇ ଦେବାର ଦୁଃଖରେ ପୂରା ଭାଙ୍ଗିଯାଇଥିଲେ ଭିନେଶ୍ । ଖାଲି ମାନସିକ ଭାବେ ଭାଙ୍ଗି ପଡ଼ି ନଥିଲେ, ଡିହାଇଡ୍ରେସନ୍ କାରଣରୁ ଅଚେତ୍ ହୋଇ ପଡ଼ିଥିବା ଭିନେଶଙ୍କୁ ପ୍ୟାରିସର ଏକ ହସ୍ପିଟାଲରେ ବି ଭର୍ତ୍ତି ହେବାକୁ ପଡ଼ିଥିଲା।

ତେବେ ତିନି ତିନିଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଖେଳିବା ପରେ ବି ଫାଇନାଲ୍ ପୂର୍ବରୁ କିଭଳି ତାଙ୍କ ଓଜନ ବଢ଼ିଗଲା, ତାକୁ ନେଇ ପ୍ରଶ୍ନ ଉଠିଛି । ଏଥିସହ ଯଦି ଫାଇନାଲ୍ ପୂର୍ବରୁ ଓଜନ ଅଧିକ ଥିବା ଜଣାପଡ଼ିଲା ତାହେଲେ ସେମିଫାଇନାଲ୍ ପର୍ଯ୍ୟନ୍ତ ଖେଳି ସେ ରୌପ୍ୟପଦକ ସୁନିଶ୍ଚିତ କରିଥିଲେ ବି ତାଙ୍କୁ ସେଥିରୁ ବି କାହିଁକି ବଞ୍ଚିତ କରାଗଲା ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା । କିନ୍ତୁ ଭିନେଶ୍‌ ଫୋଗଟ୍‌ଙ୍କ ଏହି ଆବେଦନକୁ CAS ଖାରଜ କରିଛି ।

Advertisment

୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ହେବା ପରେ କୁସ୍ତିକୁ ଅଲବିଦା କହିଛନ୍ତି ଭିନେଶ ଫୋଗଟ୍‌। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ସବୁଦିନ ପାଇଁ କୁସ୍ତି ଛାଡିଛନ୍ତି ଭିନେଶ୍ । ସେ କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଥିଲେ । ଏଥିସହ ଭାବ ବିହ୍ଵଳ ପୋଷ୍ଚ କରି ଲେଖିଛନ୍ତି, କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା, ମୁଁ ହାରିଗଲି। ୨୦୦୧- ୨୦୨୪ର କୁସ୍ତି କ୍ୟାରିୟରକୁ ଛାଡିଛନ୍ତି ଭିନେଶ ।

Olympics Vinesh Phogat
Advertisment
Advertisment