• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରା ବ୍ୟକ୍ତିଗତ ଖେଳରେ ପ୍ରଥମ ଭାରତୀୟ ଭାବେ ଦୁଇଟି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇ ଇତିହାସ ରଚିବାର ନିକଟତର ଥିଲେ । ମାତ୍ର  ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ସମସ୍ତ ପ୍ରୟାସ ସତ୍ତ୍ୱେ ଦ୍ୱିତୀୟ ସ୍ଥାନରେ ରହିବା ସହ ନୀରଜଙ୍କୁ ରୋପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ ପାକିସ୍ତାନର ଅର୍ଶଦ ନଦୀମ । ୯୨.୯୭ ମିଟରର ସ୍ମରଣୀୟ ଥ୍ରୋ ସହ ନୂଆ ଅଲିମ୍ପିକ୍ ରେକର୍ଡର ଅଧିକାରୀ ହୋଇଥିଲେ ନଦୀମ । 

ବ୍ୟକ୍ତିଗତ ଅଲିମ୍ପିକ ଇଭେଣ୍ଟରେ ପାକିସ୍ତାନ ପାଇଁ ଅର୍ଶଦ କେବଳ ପ୍ରଥମ ଖେଳାଳି ଭାବେ ସ୍ୱର୍ଣ୍ଣ ପଦକ ବିଜେତା ହୋଇନଥିଲେ ବରଂ ବିଶ୍ୱ କ୍ରୀଡାର ସବୁଠୁ ବଡ଼ ମଞ୍ଚରେ ନିଜର ଚମତ୍କାର ପ୍ରତିଭା ଓ ପ୍ରତିବଦ୍ଧତାର ପ୍ରଦର୍ଶନ କରିଥିଲେ ।

ଅଧିକ ପଢ଼ନ୍ତୁ: ଅଲିମ୍ପିକ୍ସରେ ଜ୍ୱାଇଁ ଜିତିଲେ ଗୋଲ୍ଡ ମେଡାଲ, ମଇଁଷି ଗିଫ୍ଟ ଦେଲେ ଶ୍ୱଶୁର

ଏହି ସଫଳତା ପଛରେ କଠିନ ପ୍ରଶିକ୍ଷଣ ଥିବା କହିଛନ୍ତି ଅର୍ଶଦ । ନୀରଜ ଚୋପ୍ରାଙ୍କ ସହ କିପରି ବନ୍ଧୁତା ହୋଇଥିଲା ମଧ୍ୟ କହିଛନ୍ତି । ଏଥିସହ ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜଙ୍କୁ କିପରି ପଛରେ ପକାଇ ଚାମ୍ପିଅନ ହେଲେ ଖୁଲାସା କରିଛନ୍ତି ନଦୀମ । ପାକିସ୍ତାନୀ ଜାଭେଲିନ୍ ଥ୍ରୋଅର ନଦୀମଙ୍କ କହିବା ଅନୁସାରେ, ୨୦୧୬ରେ ଗୌହାଟୀରେ ଆୟୋଜିତ ସାଉଥ ଏସିଆନ ଗେମ୍ସ ସମୟରେ ଆରମ୍ଭ ହୋଇଥିଲା ବନ୍ଧୁତା । ଏହି ପ୍ରତିଯୋଗିତାରେ ସେ ପାକିସ୍ତାନ ପାଇଁ ନ୍ୟାସନାଲ ରେକର୍ଡ ଭଙ୍ଗ କରି ଚର୍ଚ୍ଚାରେ ରହିଥିଲେ ।

ପ୍ୟାରିସ୍ ଅଲିମ୍ପିକରେ ନିଜର ଅଧିକ ଉଚ୍ଚତା ପାଇଁ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଜିତିବା ସମ୍ଭବ ହେଲା ବୋଲି ଖୁଲାସା କରିଛନ୍ତି ଅର୍ଶଦ ନଦୀମ । ନଦୀମ ଆହୁରି ମଧ୍ୟ କହିଛନ୍ତି "ଦକ୍ଷିଣ ଆଫ୍ରିକାରେ ଟ୍ରେନିଂ ସମୟରେ କୋଚ୍ ମୋର ବଳିଷ୍ଠ ଓ ଶକ୍ତିଶାଳୀ ବାହୁକୁ ଲକ୍ଷ୍ୟ କରିଥିଲେ ଓ କହିଥିଲେ ଏହା ଅନ୍ୟମାନଙ୍କ ମଧ୍ୟରେ ତୁମକୁ ଶୀର୍ଷରେ ରଖିବ । କୋଚ୍ ବାହୁର ମାପ ନେବାସହ କହିଥିଲେ ବିଶ୍ୱରେ ଅନ୍ୟ ଖେଳାଳିଙ୍କ ତୁଳନାରେ ତୁମର ରେଞ୍ଜ୍ ଦ୍ୱିତୀୟ ସ୍ଥାନରେ ରହିଛି । ତାଙ୍କର କଥା ମୋତେ ପ୍ରେରିତ କରିଥିଲା ଓ ବିଶ୍ୱାସ ବଢ଼ିଥିଲା । ମୁଁ ଜାଣିଥିଲି ଏହି ରେଞ୍ଜ୍ ସହ ବହୁ ଦୂରକୁ ଜାଭେଲିନ୍ ଫିଙ୍ଗିବାକୁ ସମର୍ଥ ହୋଇପାରିବି ।"

ଅଲିମ୍ପିକ୍ ସଫଳତାର ଗୋଟିଏ ସପ୍ତାହ ହେବାକୁ ଯାଉଥିବାବେଳେ ନଦୀମ ଆହୁରି ମଧ୍ୟ କହିଛନ୍ତି ଯେ, ଆହତ ସମସ୍ୟା ସହ ସେ ସଂଘର୍ଷ କରୁଥିଲେ । କଲ୍ ରୁମରେ ପ୍ରବେଶ କରିବାର ୫ ମିନିଟ୍ ପୂର୍ବରୁ କିଛି ଯନ୍ତ୍ରଣା ଅନୁଭବ କରିଥିଲେ ଓ କୋଚଙ୍କୁ ଜଣାଇଥିଲେ । ମାତ୍ର କୋଚ୍ ଭରସାର ସହ କହିଥିଲେ କିଛି ହେବ ନାହିଁ, ତୁମେ ଜଣେ ସିଂହ ।


 

OTV is now on Whatsapp

Join and get latest news update delivered to you via whatsapp

Join Now