• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜି ହେବ ରେସଲର ଭିନେଶ ଫୋଗଟଙ୍କ ଶୁଣାଣି । ମେଡାଲ ସସପେନ୍ସ ଉପରୁ ହଟିବ ପରଦା । ଆଜି ସ୍ପଷ୍ଟ ହେବ ଭିନେଶଙ୍କୁ ଯୁଗ୍ମ ରୌପ୍ୟ ପଦକ ମିଳିବ ନା ନାହିଁ । ପ୍ୟାରିସ୍ ଅଲିମ୍ପିକ୍ସରେ ଯୁଗ୍ମ ରୌପ୍ୟ ପାଇବା ନେଇ ଭିନେଶ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ(CAS)ରେ ଆବେଦନ କରିଥିଲେ । CAS ଭିନେଶଙ୍କ ଆବେଦନକୁ ଗ୍ରହଣ କରିଥିବା ବେଳେ ଆଜି ଏହାର ରାୟ ପ୍ରକାଶ ପାଇବ । କୁସ୍ତି ୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ୍ ଫୋଗଟ ।

କୁସ୍ତି ୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ୍ ଫୋଗଟ । ତାଙ୍କର ପ୍ରକୃତ ଓଜନ ଠାରୁ ଶହେ ଗ୍ରାମ୍ ଅଧିକ ଥିଲା । ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏଭଳି ବିବାଦୀୟ ନିଷ୍ପତ୍ତିରେ ଭାଙ୍ଗି ଯାଇଥିଲା କୋଟି କୋଟି ଭାରତୀୟଙ୍କ ହୃଦୟ । ଜୀବନର ଶ୍ରେଷ୍ଠ ସଫଳତାକୁ ପାଉ ପାଉ ଅନ୍ତିମ କ୍ଷଣରେ ହରାଇ ଦେବାର ଦୁଃଖରେ ପୂରା ଭାଙ୍ଗିଯାଇଛନ୍ତି ଭିନେଶ୍ । ଖାଲି ମାନସିକ ଭାବେ ଭାଙ୍ଗି ପଡ଼ି ନାହାନ୍ତି, ଡିହାଇଡ୍ରେସନ୍ କାରଣରୁ ଅଚେତ୍ ହୋଇ ପଡ଼ିଥିବା ଭିନେଶଙ୍କୁ ପ୍ୟାରିସର ଏକ ହସ୍ପିଟାଲରେ ବି ଭର୍ତ୍ତି ହେବାକୁ ପଡ଼ିଥିଲା।

ଅଧିକ ପଢ଼ନ୍ତୁ: ପ୍ରମୋଦ ଭଗତଙ୍କୁ ବଡ଼ ଝଟକା; ଦେଢ଼ ବର୍ଷ ପାଇଁ ସସପେଣ୍ଡ କଲା BWF

ତେବେ ତିନି ତିନିଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଖେଳିବା ପରେ ବି ଫାଇନାଲ୍ ପୂର୍ବରୁ କିଭଳି ତାଙ୍କ ଓଜନ ବଢ଼ିଗଲା, ତାକୁ ନେଇ ପ୍ରଶ୍ନ ଉଠିଛି । ଏଥିସହ ଯଦି ଫାଇନାଲ୍ ପୂର୍ବରୁ ଓଜନ ଅଧିକ ଥିବା ଜଣାପଡ଼ିଲା ତାହେଲେ ସେମିଫାଇନାଲ୍ ପର୍ଯ୍ୟନ୍ତ ଖେଳି ସେ ରୌପ୍ୟପଦକ ସୁନିଶ୍ଚିତ କରିଥିଲେ ବି ତାଙ୍କୁ ସେଥିରୁ ବି କାହିଁକି ବଞ୍ଚିତ କରାଗଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।

୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ଅଯୋଗ୍ୟ ଘୋଷିତ ହେବା ପରେ କୁସ୍ତିକୁ ଅଲବିଦା କହିଛନ୍ତି ଭିନେଶ ଫୋଗଟ୍‌। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ସବୁଦିନ ପାଇଁ କୁସ୍ତି ଛାଡିଛନ୍ତି ଭିନେଶ୍ । ସେ କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଥିଲେ । ଏଥିସହ ଭାବ ବିହ୍ଵଳ ପୋଷ୍ଚ କରି  ଲେଖିଛନ୍ତି, କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା, ମୁଁ ହାରିଗଲି। ୨୦୦୧- ୨୦୨୪ର କୁସ୍ତି କ୍ୟାରିୟରକୁ ଛାଡିଛନ୍ତି ଭିନେଶ ।

ଅଧିକ ପଢ଼ନ୍ତୁ: ଅଲିମ୍ପିକ୍ସରେ ଜ୍ୱାଇଁ ଜିତିଲେ ଗୋଲ୍ଡ ମେଡାଲ, ମଇଁଷି ଗିଫ୍ଟ ଦେଲେ ଶ୍ୱଶୁର

OTV is now on Whatsapp

Join and get latest news update delivered to you via whatsapp

Join Now