• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

କୋଲକାତା ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଛି । ପୀଡିତାଙ୍କୁ ନ୍ୟାୟ ଦାବିରେ ସାରା ଦେଶରେ ଜଳୁଛି ପ୍ରତିବାଦର ନିଆଁ । ସବୁଠି ବିକ୍ଷୋଭ, ପ୍ରତିବାଦ ଓ ନ୍ୟାୟ ଦାବି । ଅଭିଯୁକ୍ତକୁ କଠୋର ଶାସ୍ତି ଓ ମହିଳାଙ୍କୁ ସୁରକ୍ଷା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର । ଘଟଣାକୁ ନେଇ ଅନେକ ସେଲିବ୍ରେଟି, କଳାକାର, ରାଜନେତା ଚିନ୍ତା ପ୍ରକଟ କରିଛନ୍ତି ଓ ନ୍ୟାୟ ଦାବି କରିଛନ୍ତି ।

ଏହିକ୍ରମରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି, ଖୁବଶୀଘ୍ର ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡ଼ିଛି । ଜୁନିୟର ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇବେ ଗାଙ୍ଗୁଲି । କୋଲକାତାର ଆରଜି କର୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ପିଜି ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ କରୁଛନ୍ତି ଜୁନିୟର ଡାକ୍ତର ।

ଅଧିକ ପଢ଼ନ୍ତୁ: ସରକାରୀ ହସ୍ପିଟାଲର ବିସ୍ତୃତ ତଥ୍ୟ ସଂଗ୍ରହ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୂଚନା ଅନୁସାରେ, ଗାଙ୍ଗୁଲି ନିଜ ପତ୍ନୀ ଡୋନା ଗାଙ୍ଗୁଲିଙ୍କ ସହିତ ଆନ୍ଦୋଳନରେ ସାମିଲ ହେବେ । କୋଲକାତାର ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଶବ୍ୟାପୀ ଲୋକେ ପୀଡିତାଙ୍କୁ ନ୍ୟାୟ ଦାବି କରିବା ସହ ଆନ୍ଦୋଳନ ଓ ଅନଲାଇନ୍ କ୍ୟାମ୍ପେନରେ ସାମିଲ ହେଉଛନ୍ତି । ଏପରିକି ପୀଡିତାଙ୍କୁ ପ୍ରତି ଶ୍ରଦ୍ଧାଞ୍ଜଳି ଓ ନ୍ୟାୟ ଦାବିରେ ପ୍ରୋଫାଇଲ ପିକଚର ମଧ୍ୟ କଳା ରଙ୍ଗର କରୁଛନ୍ତି । ଗାଙ୍ଗୁଲି ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟ Xର ପ୍ରୋଫାଇଲ ପିକଚର ବ୍ଳାକ୍ କରିଛନ୍ତି । 

ଗାଙ୍ଗୁଲି କହିଛନ୍ତି, ଯାହା ଘଟିଛି ତାହା ଅତ୍ୟନ୍ତ ଲଜ୍ଜାଜନକ । ଏଭଳି ଅପରାଧକୁ ଅତ୍ୟନ୍ତ ଭୟଙ୍କର କହିବା ସହ ସିବିଆଇ ତଦନ୍ତ କରୁଥିବାରୁ ନ୍ୟାୟ ମିଳିବ ବୋଲି ଆଶା ରହିଥିବା କହିଛନ୍ତି । ଏଥିସହ ଦୋଷୀକୁ ଏପରି ଦୃଷ୍ଟାନ୍ତମୂଳକ କଠୋର ଦଣ୍ଡ ଦିଆଯିବା ଉଚିତ୍ ଯାହାଦ୍ୱାରା ଏପରି ଅପରାଧ କରିବାକୁ କେହି ସାହସ କରିବେ ନାହିଁ ବୋଲି କହିଛନ୍ତି ଗାଙ୍ଗୁଲି । 

ଅନ୍ୟପଟେ ଆରଜି କର୍ ମେଡିକାଲ କଲେଜର ଜଘନ୍ୟ ଘଟଣା ପରେ ଏବେ କୋଲକାତା ଓ ଦେଶର ଅନ୍ୟ ସ୍ଥାନରେ ମହିଳାଙ୍କ ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରୁଛନ୍ତି ଲୋକେ । 

ଅଧିକ ପଢ଼ନ୍ତୁ: କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା; ଗୁରୁବାର ସୁଦ୍ଧା ରିପୋର୍ଟ ଦେବାକୁ CBIକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

OTV is now on Whatsapp

Join and get latest news update delivered to you via whatsapp

Join Now