• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

congress
କଂଗ୍ରେସରୁ ଇସ୍ତଫା ଦେଲେ ଦେବୀ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ୧୯୯୨ ମସିହାରୁ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହିଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ। କଂଗ୍ରେସ ଏବେ ଆଉ ଲୋକଙ୍କ ଦଳ ହୋଇ ନାହିଁ। ଦଳ ବର୍ତ୍ତମାନ ଏକ ପ୍ରକାର ବ୍ୟବସାୟୀକରଣ  ହୋଇଯାଇଛି ବୋଲି ଦେବୀ ପ୍ରସନ୍ନ ଅଭିଯୋଗ କରିଛନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଦେବୀ ପ୍ରସନ୍ନ ଜଳେଶ୍ୱରରୁ […]

  • Tuesday, 20 July 2021
balangir
ରୋଚକ ସ୍ଥିତିରେ ବଲାଙ୍ଗିର ରାଜନୀତି

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ରୋଚକ ସ୍ଥିତିରେ ବଲାଙ୍ଗିର ରାଜନୀତି। ବର୍ତ୍ତମାନ ସୁଦ୍ଧା ବିଜେଡି ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀର ଟିକେଟ୍ ଘୋଷଣା କରି ନଥିବାବେଳେ, କିଏ ଏଠାରୁ ଟିକେଟ୍‌ ପାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ଟିକେଟ୍ କଟିବା ପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଜିଲ୍ଲା ବିଜେଡି ସଭାପତି ତଥା କଳିକେଶ ସିଂଦେଓଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ସେହିପରି ପାଟଣାଗଡ଼ରେ ମଧ୍ୟ ଆଶାୟୀ ଆଦିବାସୀ ନେତାଙ୍କୁ ଟିକେଟ୍ ନ […]

  • Tuesday, 20 July 2021
cmo
କାଲି ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ନବୀନ ଛତ୍ରପୁରରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିବେ। ୨୦୦୦ ମସିହାରୁ ନବୀନ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି।

  • Tuesday, 20 July 2021
bjd
ଟିକେଟ୍‌କୁ ନେଇ ପାରଳାଖେମୁଣ୍ଡି ବିଜେଡିରେ ଅସନ୍ତୋଷ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗତକାଲି ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଏହାପରେ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପାରଳାଖେମୁଣ୍ଡି ଆସନରୁ ଆଶାୟୀ ଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କୁ ଟିକେଟ୍‌ ନମିଳିବା ପରେ ତାଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସେମାନେ ଦଳୀୟ ପୋଷ୍ଟର ଓ ପତାକା ଚିରି ପୋଡ଼ିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାରଳାଖେମୁଣ୍ଡି ଆସନରେ କଲ୍ୟାଣୀ ଗଜପତିଙ୍କୁ ବିଜେଡି ଟିକେଟ୍‌ ଦେବା ପରେ […]

  • Tuesday, 20 July 2021
Congress-Bhavan
କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: କଳାହାଣ୍ଡିରୁ ଭକ୍ତ, ସୁନ୍ଦରଗଡ଼ରୁ ଜର୍ଜ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ଏଆଇସିସି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତୁ ପ୍ରଥମେ ନଜର ପକାଇ ନେବା ଲୋକସଭା ଟିକଟ୍ ଉପରେ। ବରଗଡ଼ ଲୋକସଭା ଆସନରୁ ପ୍ରଦୀପ କୁମାର ଦେବତା, ସୁନ୍ଦରଗଡ଼ରୁ ଜର୍ଜ ତିର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ ଓ ନବରଙ୍ଗପୁରରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ […]

  • Tuesday, 20 July 2021
promad
ଟିକେଟ୍‌ ନମିଳିବାରୁ ବିଜେଡି ଛାଡ଼ିଲେ ପ୍ରମୋଦ ପଟ୍ଟନାୟକ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ପ୍ରମୋଦ ପଟ୍ଟନାୟକ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖି ଇସ୍ତଫା ଦେଇଛନ୍ତି। ୨୦୧୯ରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଦଳୀୟ ଟିକେଟ୍‌ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ବି ଏଥର ତାଙ୍କୁ ପ୍ରାର୍ଥୀ କରାଯାଇନାହିଁ। ପୁଣି ଥରେ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ୍ ଦିଆଯାଇଛି। ଦଳର ନେତା ନିଜର କଥା ରଖିନାହାନ୍ତି ବୋଲି ପ୍ରମୋଦ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। […]

  • Tuesday, 20 July 2021
kusum
ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମରେ ନିଜର ଇସ୍ତଫା ପ୍ରସଙ୍ଗରେ ଘୋଷଣା କରିବା ବେଳେ କୁସୁମ ନିଜ କୋହ ସମ୍ବରଣ କରିପାରି ନଥିଲେ। ୫ ବର୍ଷ କାଳ ଦଳ ତାଙ୍କୁ ଚାକର ଭଳି ଖଟାଇଥିବା କୁସୁମ କହିଛନ୍ତି। ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା କଥା […]

  • Tuesday, 20 July 2021
second
ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୫ଟି ଲୋକସଭା ଓ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ଆସନରେ ଏପ୍ରିଲ ୧୮ରେ ଭୋଟଗ୍ରହଣ ହେବ। ଏଥିପାଇଁ ମାର୍ଚ୍ଚ […]

  • Tuesday, 20 July 2021
BBSR
ନିର୍ବାଚନୀ ସଜବାଜ: ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୫ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ମାର୍ଚ୍ଚ ୨୬ରେ ଏହାର ଯାଞ୍ଚ କରାଯିବ। ମାର୍ଚ୍ଚ ୨୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ ଭୋଟ୍ ଗ୍ରହଣ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଯେଉଁ ୪ଟି ଲୋକସଭା ଆସନରେ ଭୋଟ୍ ହେବ, ସେହି ଆସନ ଗୁଡ଼ିକ […]

  • Tuesday, 20 July 2021
sidharnta
ରମେଶଙ୍କ ସମର୍ଥନରେ ବାହାରିଲେ ସିଦ୍ଧାନ୍ତ

ଭୁବନେଶ୍ୱର: ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମର୍ଥନରେ ବାହାରିଛନ୍ତି ସାଂସଦ ସିଦ୍ଧାନ୍ତ ମହାପାତ୍ର। ୫ ଥର ଜିତିଥିବା ବିଧାୟକଙ୍କୁ ଦଳ କାହିଁକି ଟିକେଟ୍ ଦେବନି ବୋଲି ସେ ପ୍ରଶ୍ନ କରିଛନ୍ତି। ଚ୍ୟାଉପଟ୍ଟନାୟକ ଟିକେଟ୍ ନପାଇ ଯଦି ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ନ୍ତି ତା’ହେଲେ ବିଜେଡି ଅସୁବିଧାରେ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସିଦ୍ଧାନ୍ତ। ଏହାସହ ନିଜ ପ୍ରାର୍ଥିତ୍ୱକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାନ୍ତ। ସେ କହିଛନ୍ତି, “ଦଳ ତାଙ୍କୁ ଦୁଇ […]

  • Tuesday, 20 July 2021
e;lection
ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର:ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶାର ୪ଟି ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି ମାର୍ଚ୍ଚ ୨୫।  ମାର୍ଚ୍ଚ ୨୬ରେ ନାମାଙ୍କନ ଯାଞ୍ଚ କରାଯିବ। ମାର୍ଚ୍ଚ ୨୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ […]

  • Tuesday, 20 July 2021
prkash
ପଦ୍ମ ଧରିଲେ ସାଲେପୁର ବିଧାୟକ

ଭୁବନେଶ୍ୱର: ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି ବିଜେପିରେ ମିଶିଛନ୍ତି। କଂଗ୍ରେସରୁ ଗତକାଲି ଇସ୍ତଫା ଦେଇଥିବା ପ୍ରକାଶ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେଭି ସିଂହଦେଓ ସମେତ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ବହୁ କଳ୍ପନାଜଳ୍ପନା ପରେ ଗତକାଲି ସେ କଂଗ୍ରେସ ଛାଡ଼ିଥିଲେ। ଦଳରେ […]

  • Tuesday, 20 July 2021
bjd
ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ନବୀନ !

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିପାରନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଇସାରା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ବିଜେଡିର ସ୍ଥାନୀୟ ନେତାମାନେ ତାଙ୍କୁ ଅନୁରୋଧ କରିଛନ୍ତି। ଚାଷୀ, ମହିଳା, ଛାତ୍ର ନେତାମାନେ ବି ପଶ୍ଚିମ ଓଡ଼ିଶାରୁ ଲଢ଼ିବା ପାଇଁ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ସେ ଗୁରୁତର ସହ ବିଚାର କରୁଥିବା ବିଜେଡି ସୁପ୍ରିମୋ କହିଛନ୍ତି।

  • Tuesday, 20 July 2021
BJP
ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି

ଭୁବନେଶ୍ୱର: ଆସନ୍ତା ମାସରୁ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିପାରେ। ଏନେଇ ଗତକାଲି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ବୈଠକରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୯୧ ଲୋକସଭା ସହ ଆଉ କିଛି  ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି। ଏହା ଭିତରେ ଓଡ଼ିଶାର ୪ଟି ଲୋକସଭା ଆସନ ମଧ୍ୟ ରହିଛି। ସେହିପରି ଓଡ଼ିଶାର […]

  • Tuesday, 20 July 2021
bjd
ଖଣ୍ଡପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ

ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ କିଏ ନେବ ବିଜେଡି ଟିକେଟ୍‌ ସେ ନେଇ ଆଶାୟୀଙ୍କ ଭିଡ଼ ଲାଗିଛି। ଟିକେଟ୍‌ ଦୌଡ଼ରେ ବିଧାୟକ ଅନୁଭବ ପଟ୍ଟନାୟକ, ଭାପୁର ବ୍ଲକ ବିଜେଡି ସଭାପତି ଗୟାଧର ପରିଡା ଓ ନୂଆକରି ଦଳରେ ମିଶି ସାଂସଦ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ରହିଛନ୍ତି। ନବୀନ ନିବାସରେ ଟିକେଟ୍‌ ପାଇଁ ତିନିଜଣଙ୍କ ମଧ୍ୟରେ କସରତ ଚାଲିଥିବା ବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ତାର ପ୍ରଭାବ […]

  • Tuesday, 20 July 2021
dilip-ray
ଆଜି ବିଜେଡିରେ ମିଶି ପାରନ୍ତି ଦିଲ୍ଲୀପ ରାୟ

ଭୁବନେଶ୍ୱର: ଆଜି ଦିଲ୍ଲୀପ ରାୟ ବିଜେଡିରେ ମିଶିପାରନ୍ତି। ଗତକାଲି ସନ୍ଧ୍ୟାରେ ସେ ନବୀନ ନିବାସ ଆସି ଆଲୋଚନା କରି ଫେରି ଯାଇଥିଲେ। ଏହାପରେ ଦିଲ୍ଲୀପ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏନେଇ ଦିଲ୍ଲୀପ କିମ୍ବା ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ, ଗତବର୍ଷ ନଭେମ୍ବରରେ ବିଜେପିରୁ ଇସ୍ତଫା ଦେବା ସହ ରାଉରକେଲା ବିଧାୟକ ପଦ ମଧ୍ୟ ଛାଡ଼ିଥିଲେ। ତା’ପରେ ସେ […]

  • Tuesday, 20 July 2021
balabhadra
ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବଳଭଦ୍ର ମାଝୀ

ଭୁବନେଶ୍ୱର: ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଁ ୭ ବର୍ଷର ସରକାରୀ ଚାକିରି ଛାଡ଼ି ବିଜେଡିକୁ ଆସିଥିଲି। ଏ ମଧ୍ୟରେ ଆମ ଭିତରେ ଦୂରତା ବଢ଼ୁଥିବା ଅନୁଭବ କରୁଛି। କିଛି ଲୋକ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗତଥର ଅପେକ୍ଷା ଏଥର […]

  • Tuesday, 20 July 2021
BJD
ବିଜେଡିର ଇସ୍ତାହାର କମିଟି ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ଇସ୍ତାହାର କମିଟି ଘୋଷଣା କରିଛନ୍ତି। ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ବେଦପ୍ରକାଶ ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଂଜନ ପଟ୍ଟନାୟକ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ଇସ୍ତାହାର କମିଟିର ସହ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଅନଙ୍ଗ ଉଦୟ ସିଂଦେଓ, ଭର୍ତ୍ତୃହରି ମହତାବ, ଅଚ୍ୟତ ସାମନ୍ତ, ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା, ଅରୁଣ ସାହୁ, ସୁଦାମ […]

  • Tuesday, 20 July 2021
narla-
‘ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେଉ’

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ଜଣେ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ କଳାହାଣ୍ଡି ଓବିସି ସେଲ୍‌ ଦାବି କରିଛି। ଏନେଇ ଗତକାଲି କଳାହାଣ୍ଡି ଓବିସି ସେଲ୍‌ର ସଭାପତି ରୋହିତ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ତେବେ ନର୍ଲା ବିଧାନସଭା କ୍ଷେତ୍ର ସାଧାରଣ ବର୍ଗ ପାଇଁ ସଂରକ୍ଷିତ […]

  • Tuesday, 20 July 2021
TMC MP Parliament
ତେଜୁଛି ଅସନ୍ତୋଷ, ସାଇକେଲରେ ସଂସଦକୁ ଆସିଲେ ସାଂସଦ

ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ସଂସଦକୁ ସାଇକେଲରେ ଆସିଲେ ତୃଣମୂଳ କଂଗ୍ରେସର ସାଂସଦ । ପେଟ୍ରୋଲ, ଡିଜେଲ୍ ଓ ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ସାଂସଦ ।

ka
ବାପ-ପୁଅ ଟିକଟ ଫର୍ମୁଲା ଫେଲ୍, ଭାଇ-ଭଉଣୀ, ଭାଇ-ଭାଇ ଯୋଡ଼ି ଫ୍ଲପ୍

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଧୂରନ୍ଧର ନିରଂଜନ ପଟ୍ଟନାୟକଙ୍କୁ ୧୯ ମହାଯୁଦ୍ଧରେ ଲାଗିଛି ଶକ୍ତ ଧକ୍କା । ଘସିପୁରା ଓ ଭଣ୍ଡାରୀପୋଖରୀରେ ପରାଜୟ ଭୋଗିବାକୁ ପଡ଼ିଛି ତାଙ୍କୁ। ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନିରାଶ ହୋଇଛନ୍ତି। ସମାନ ଦଶା ଭୋଗିଛନ୍ତି କଂଗ୍ରେସର ହେଭିୱେଟ ଭକ୍ତଚରଣ ଦାସ। ନିଜେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଭାବେ ଛିଡ଼ା ହେବା ସହ ପୁଅ ସାଗରଙ୍କୁ ଭବାନୀପାଟଣା ବିଧାନସଭା ପ୍ରାର୍ଥୀ ଭାବେ ମୈଦାନକୁ ଛାଡ଼ିଥିଲେ। କିନ୍ତୁ ବାପ-ପୁଅ ଯୋଡ଼ିଙ୍କ ଏହି ପରିବାରବାଦ ରାଜନୀତିକୁ ପ୍ରତ୍ୟାଖାନ […]

bb
ପରାଜୟର ସମୀକ୍ଷା: ପିସିସି ଗଢ଼ିଲା ୨୧ଜଣିଆ କମିଟି

ଭୁବନେଶ୍ୱର: ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଏବେ ଦଳ ଭିତରେ କମ୍ପନ ସୃଷ୍ଟି କରିଛି। ନିର୍ବାଚନରେ ଦଳର ଏଭଳି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି ପ୍ରଚାର କମିଟି ମୁଖ୍ୟ ଭକ୍ତ ଦାସ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଥିବାବେଳେ ପରାଜୟର ସମୀକ୍ଷା ନିମନ୍ତେ ୨୧ଜଣିଆ କମିଟି ଗଠନ କରାଯାଇଛି। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଗଢ଼ା ଯାଇଥିବା ଏହି କମିଟି ନିର୍ବାଚନରେ […]

pm
ଜିତିଲେ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: କାମାକ୍ଷାନଗର ଆସନରୁ ୪ର୍ଥ ଥର ଲାଗି ବିଜୟୀ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ୨୦୦୪ ମସିହାରୁ ଏହି ଆସନରୁ ସେ ଲଗାତର ୩ ଥର ଜିତିଆସିଛନ୍ତି। ଶ୍ରୀ ମଲ୍ଲିକ ଏଥର ପୁଣି ବିଜୟୀ ହୋଇଛନ୍ତି। ସେ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଶତ୍ରୁଘ୍ନ ଜେନାଙ୍କୁ ପରାସ୍ତ କରିଛନ୍ତି।

navjot singh sidhu
ପଞ୍ଜାବ କଂଗ୍ରେସର ନୂଆ ମୁଖିଆ ହେଲେ ନବଜ୍ୟୋତ ସିଂ ସିଦ୍ଧୁ

କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଳଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ସୁନୀଲ ଜାଖଡଙ୍କ ସ୍ଥାନରେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନିଯୁକ୍ତି ମିଳିଛି। ନିକଟରେ ସିଦ୍ଧୁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ।

patkura4
ସରିଲା ପାଟକୁରା ଭୋଟ୍ ; ଇଭିଏମ୍‌ରେ ସିଲ୍ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡ଼ା : ସରିଲା ପାଟକୁରାରେ ମତଦାନ। ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ଭୋଟଗ୍ରହଣରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଛି। ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ରାଜ୍ୟ ରାଜନୀତିକ ପାଣିପାଗକୁ ଉଷ୍ମ କରି ରଖିଥିବା ପାଟକୁରା ବାଜି କିଏ ଜିତୁଛି ତାହା ଆସନ୍ତା ୨୪ରେ ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ। ପାଟକୁରା ନିର୍ବାଚନମଣ୍ଡଳୀରେ ୧୦ ଜଣ ପ୍ରାର୍ଥୀ […]

  • Saturday, 17 July 2021