Advertisment

ପଞ୍ଚାୟତ କାଉଣ୍ଟିଂ ରୁଲ୍‌ରେ ସଂଶୋଧନ କରିବାକୁ କାହିଁକି ଚାହୁଁଛନ୍ତି ରାଜ୍ୟ ସରକାର ?

ନୂଆ ନିୟମ ଅନୁସାରେ ନିର୍ବାଚନ ଶେଷ ହେବାପରେ ପ୍ରିଜାଇଡିଂ  ଅଫିସର୍ ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବ୍ୟାଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ କରି ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ସମସ୍ତ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବ୍ଲକ୍‌ରେ ଧାର୍ଯ୍ୟ ତାରିଖ ଦିନ କାଉଣ୍ଟିଂ ହେବ। ଏଥିପାଇଁ ଏଥର ୯୨ ହଜାର ବାଲାଟ୍ ବକ୍ସର ଆବଶ୍ୟକ ପଡିବ।

author-image
Chandan Shishu
ଅଦ୍ୟତନ ହୋଇଛି
ପଞ୍ଚାୟତ କାଉଣ୍ଟିଂ ରୁଲ୍‌ରେ ସଂଶୋଧନ କରିବାକୁ କାହିଁକି ଚାହୁଁଛନ୍ତି ରାଜ୍ୟ ସରକାର ?

Panchayat Election

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନରେ କେମିତି ହେବ ଭୋଟ ଗଣତି ? ଆଗ ଭଳି ଭୋଟ୍‌ ଗ୍ରହଣ ଦିନ ଜାଣି ହେବ କି ଫଳାଫଳ ? ଏହାକୁ ନେଇ ଚର୍ଚ୍ଚା ଭିତରେ ଭୋଟ ଗଣତି ନେଇ ଥିବା ନିୟମରେ ସଂଶୋଧନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ପଂଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଡ୍ରାଫଟ୍ ରୁଲ୍‌ର ଚିଠା ବିଜ୍ଞପ୍ତି। ୧୫ ଦିନ ଭିତରେ ଆପତ୍ତି ଅଭିଯୋଗ ପରେ ଚୂଡାନ୍ତ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ। ତେବେ ପ୍ରସ୍ତାବିତ ଓଡ଼ିଶା ଗ୍ରାମ ପଂଚାୟତ ଇଲେକସନ୍ ସଂଶୋଧନ ରୁଲ୍ ଅନୁଯାୟୀ ଏଣିକି ଭୋଟଗ୍ରହଣ ଦିନ ହେବନାହିଁ କାଉଣ୍ଟିଂ। ତେଣୁ ଅଣ ଆନୁଷ୍ଠାନିକ ଭାବେ କେହିବି ଜାଣିପାରିବେନି ଫଳାଫଳ। 

Advertisment

ନୂଆ ନିୟମ ଅନୁସାରେ ନିର୍ବାଚନ ଶେଷ ହେବାପରେ ପ୍ରିଜାଇଡିଂ  ଅଫିସର୍ ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବ୍ୟାଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ କରି ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ସମସ୍ତ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବ୍ଲକ୍‌ରେ ଧାର୍ଯ୍ୟ ତାରିଖ ଦିନ କାଉଣ୍ଟିଂ ହେବ। ଏଥିପାଇଁ ଏଥର ୯୨ ହଜାର ବାଲାଟ୍ ବକ୍ସର ଆବଶ୍ୟକ ପଡିବ। ହେଲେ ଏ ନୂଆ ନିୟମକୁ ଦୃଢ଼ ବିରୋଧ କରିଛନ୍ତି ବିରୋଧୀ। କହିଛନ୍ତି ପୂର୍ବ ବ୍ୟବସ୍ଥାରେ ଗଣତି ନହେଲେ ବିଜେଡି ଗଡବଡି କରିବା ନିଶ୍ଚିତ। ଦଳ ଏହାର  ଜବାବ୍ ରଖିଛି। 

ତେବେ କଣ ପାଇଁ ପଞ୍ଚାୟତ କାଉଣ୍ଟିଂ ରୁଲ୍‌ରେ ସଂଶୋଧନ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର ? ପୂର୍ବରୁ ପଂଚାୟତ ନିର୍ବାଚନର ଫଳାଫଳ ଭୋଟ୍ ଦିନ ହିଁ ଜଣାପଡୁଥିଲା,ଯାହାକି ଅନ୍ୟ ପର୍ଯ୍ୟାୟ ନିର୍ବାଚନକୁ ପ୍ରଭାବିତ କରୁଥିବା ଅଭିଯୋଗ ହେଉଥିଲା ଯେଉଁଥିପାଇଁ କି ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ବିଜେଡିକୁ ଝଟ୍‌କା ଲାଗିଥିବା କୁହାଯାଉଛି। ତେଣୁ ଖାସ୍ ସେଇଥିପାଇଁ ଏଥର ଏ ପରିବର୍ତ୍ତନ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ  

Advertisment

ସେପଟେ ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ସୀମା ପୁନଃ ନିର୍ଦ୍ଧାରଣ ଅର୍ଥାତ ଓ୍ୱାର୍ଡ ଓ ପଞ୍ଚାୟତ ପୁନର୍ଗଠନର ଆବଶ୍ୟକତା ପଡିବ ନାହିଁ। ହେଲେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ଆସନ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରଖିବାକୁ ପଡିବ। ତେଣୁ କେବେ ଆଇନ୍ ସଂଶୋଧିତ ହୋଇ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ତା ଉପରେ ନଜର ରହିଛି।

ରିପୋର୍ଚ: ଜିତେନ୍ଦ୍ର ବେଉରିଆ ଓ ହରିହର ଚାନ୍ଦ

Odisha News Panchayat Polls
Advertisment
Advertisment