• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

road show jay panda
ମହାକାଳପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ମେଗା ରୋଡ୍ ଶୋ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ବିଜେପିର ମେଗା ରୋଡ୍ ଶୋ। କେନ୍ଦ୍ରାପଡ଼ାରୁ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଏହି ରୋଡ୍‌ ଶୋ’ରେ ସାମିଲ ହୋଇଛନ୍ତି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନତା। ଏହି ଶୋଭାଯାତ୍ରା ଅନ୍ତେଇରୁ ଆରମ୍ଭ ହୋଇ ପ୍ରାୟ ୩୫ କିଲୋମିଟର ଦୂର ମଙ୍ଗଳା ଛକ ପର୍ଯ୍ୟନ୍ତ ଚାଲିଥିଲା। ଶୋଭାଯାତ୍ରାରେ ବୈଜୟନ୍ତଙ୍କ ସହ ମହାକାଳ ପଡ଼ା ବିଜେପି ପ୍ରାର୍ଥୀ ବିଜୟ ପ୍ରଧାନ ସାମିଲ ହୋଇଥିଲେ। ରାଲି ବେଳେ ବିଭିନ୍ନ ସ୍ଥାନରେ ବୈଜୟନ୍ତଙ୍କୁ […]

  • Friday, 16 July 2021
lulu
ଲୁଲୁଙ୍କ ପତ୍ନୀ ଓ ସମର୍ଥକଙ୍କ ଉପରେ ବିଜୁ ଯୁବ ବାହିନୀର ଆକ୍ରମଣ ଅଭିଯୋଗ

ବ୍ରହ୍ମଗିରି  : ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ୍‌ ବ୍ରାହ୍ମଣ ଦେଓ ଗାଁରେ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପତ୍ନୀଙ୍କ ଉପରକୁ ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ ଅଭିଯୋଗ। କେତକ ବିଜେଡି କର୍ମୀ ତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଜୁ ଯୁବ ବାହିନୀ ସାହଯ୍ୟରେ କିଛି ବିଜେଡି କର୍ମୀ ପ୍ରଚାର ଗାଡ଼ିକୁ ଅଟକାଇବା ସହ ଢେଲା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ପରେ ପରେ ଠେଙ୍ଗାରେ ପିଟିବା ସହ କିଛି ବିଜେପି କର୍ମୀଙ୍କୁ ମଧ୍ୟ ଆକ୍ରମଣ […]

  • Friday, 16 July 2021
evm
ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ବିଜେପି ପ୍ରାର୍ଥୀ ଥାନାରେ ଅଟକ

ଗଞ୍ଜାମ : ମତଦାନ କେନ୍ଦ୍ରରେ ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ପୁଲିସ୍ ଜଣେ ବିଜେପି ପ୍ରାର୍ଥୀଙ୍କୁ ଥାନାରେ ଅଟକ ରଖିଛି। ତାଙ୍କ ନାଁ ନୀଳମଣି ବିଷୋୟୀ। ସେ ସୋରଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ନୀଳମଣିଙ୍କୁ ଥାନାରେ ଅଟକ ରଖାଯାଇଥିବା ନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଆଜି ମତଦାନ ଚାଲିଥିବା ବେଳେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍‌ରେ ନୀଳମଣି ଇଭିଏମ୍‌ ଭଙ୍ଗାରୁଜା କରିଥିଲେ। ଏ […]

  • Friday, 16 July 2021
prakash
ନବୀନ ସରକାରଙ୍କ ଗୁମର ଖୋଲିଲେ ପ୍ରକାଶ ମିଶ୍ର

ଭୁବନେଶ୍ୱର :୨୦୧୪ ସାଧାରଣ ନିର୍ବାଚନରେ ଆମ୍ବୁଲାନ୍ସରେ ଯାଉଥିବା ବିଜେଡି ଟଙ୍କାକୁ ଧରିବାରୁ କ୍ଷୁବ୍ଧ ହେଲେ ନବୀନ ସରକାର। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ସାଙ୍ଘାତିକ ଗୁମର ଖୋଲିଛନ୍ତି କଟକ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ପୂର୍ବତନ ପୁଲିସ୍ ଡିଜି ପ୍ରକାଶ ମିଶ୍ର। ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖି ପ୍ରକାଶ କହିଛନ୍ତି, ସାରଦା ଚିଟ୍‌ଫଣ୍ଡ୍ ଦୁର୍ନୀତିର ସିବିଆଇ ତଦନ୍ତକୁ ସୁପ୍ରିମ୍ କୋର୍ଟରେ ବିରୋଧ କରିଥିଲେ ରାଜ୍ୟ ସରକାର। ଏପରିକି ପ୍ରାୟ ୨୦ ହଜାର କୋଟି […]

  • Friday, 16 July 2021
booth
ଅପରାହ୍ଣ ୫ଟା ସୁଦ୍ଧା ୬୪% ମତଦାନ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟରେ ଭୋଟ୍ ଗ୍ରହଣ ଚାଲିଛି। ୫ଟି ଲୋକସଭା ଆସନ (ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କନ୍ଧମାଳ ଓ ଆସିକା) ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଚାଲିଥିବା ବେଳେ ଅପରାହ୍ଣ ୫ଟା ସୁଦ୍ଧା ୬୪% ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି। ସେ କହିଛନ୍ତି, ନିର୍ଦ୍ଧାରିତ ସମୟରେ ଧାଡ଼ିରେ ଛିଡ଼ା ହୋଇଥିବା ଲୋକେ ଭୋଟ୍ ଦେଉଛନ୍ତି। […]

  • Friday, 16 July 2021
cm
ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ବେଳେ ଦୁର୍ଘଟଣା

ଖୋର୍ଦ୍ଧା  : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ’ ବେଳେ ଘଟିଛି ଦୁର୍ଘଟଣା। ଏଥିରେ ବିଜେଡିର ଜଣେ କର୍ମୀ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍ ଶୋ’ କରିଥିଲେ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବେଗୁନିଆରେ ପହଞ୍ଚିବା ପରେ ରୋଡ୍ ଶୋ’ରେ ବାହାରିଥିଲେ। ସେ ଖୋର୍ଦ୍ଧା ଓ ଜଟଣୀ ହୋଇ ଭୁବନେଶ୍ୱର ଯାଇଥିଲେ ଓ ସ୍ଥାନୀୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଥିଲେ। […]

  • Friday, 16 July 2021
repolling
୬ ବୁଥ୍‌ରେ ହେବ ସାନି ନିର୍ବାଚନ

ଭୁବନେଶ୍ୱର : ୩ ଲୋକସଭା ନିର୍ବାଚନ ମଣ୍ଡଳୀର ୬ଟି ବୁଥ୍‌ରେ ହେବ ସାନି ନିର୍ବାଚନ। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୬୮, ଅତାବିରାର ୨୩୫ ନମ୍ବର ବୁଥ୍, ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ୨୧୩ ନମ୍ବର, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୨୯ ନମ୍ବର, କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପଲ୍ଲାର ୨୧୦ ଓ ୨୨୨ ବୁଥ୍‌ରେ ସାନି ନିର୍ବାଚନ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ସୂଚନା […]

  • Friday, 16 July 2021
2nd
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଶେଷ ; ଇଭିଏମ୍‌ରେ ସିଲ୍ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ୫ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ହୋଇଛି ଭୋଟ୍। ସକାଳୁ ଲମ୍ବା ଧାଡିରେ ଛିଡ଼ା ହୋଇ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର। ଭୋଟରଙ୍କ ସହ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କର ମୂଲ୍ୟବାନ ଭୋଟ୍ ଦେଇଛନ୍ତି। ବଲାଙ୍ଗିର ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇଥିବା କଳିକେଶ ସିଂହଦେଓ, କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର, ଆସ୍କା ଲୋକସଭାରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପ୍ରମିଳା ବିଷୋୟୀ ଭୋଟ୍ ଦେଇଛନ୍ତି । ସେହିପରି ସୁନ୍ଦରଗଡ଼ରେ ବିଜେପି ସାଂସଦ ପ୍ରାର୍ଥୀ […]

  • Friday, 16 July 2021
voter
ଭୋଟ ଦେଲେ ନାହିଁ ସେଲେଡି ଗାଁର ୭ଶହ ଭୋଟର୍

ବିନିକା(ଦିଲୀପ ସାହୁ) :  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ବିନିକା ବ୍ଲକ୍‌ ସେଲେଡି ଗ୍ରାମବାସୀ ଭୋଟ ଦେବାକୁ ଯାଇ ନାହାନ୍ତି। ବହୁ ବର୍ଷ ହେବ ଗାଁରେ ଥିବା ନୋଡାଲ ସ୍କୁଲରେ ଭୋଟ୍‌ ଦେଇ ଆସୁଥିଲେ ଏଠାକାର ଲୋକେ। ହେଲେ ଚଳିତ ଥର ଗାଁରୁ ଦେଢ କିଲୋମିଟର ଦୂରରେ ଥିବା ହାଇସ୍କୁଲରେ ମତଦାନ କେନ୍ଦ୍ର କରାଯାଇଛି। ଫଳରେ ଗାଁର ବୃଦ୍ଧବୃଦ୍ଧା ତଥା ଗର୍ଭବତୀ ମହିଳାମାନେ ଭୋଟ ଦେବାକୁ ଯାଇ ପାରିବେ ନାହିଁ ବୋଲି କହି ଗାଁର ପାଖାପାଖି […]

  • Friday, 16 July 2021
modi again
୨୩ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସିବେ। କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ନିର୍ବାଚନୀ ସଭାରେ ଯୋଗ ଦେବେ। ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆସନ୍ତାକାଲି (୧୯ ତାରିଖ) କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଆସିବେ। ସେ ମୟୂରଭଞ୍ଜ, ନୟାଗଡ଼ ଓ କଟକ ସଦରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ। ସେହିପରି ୨୦ ତାରିଖରେ କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଆବାସ୍ […]

  • Friday, 16 July 2021
vote boycut
ଲୋକଙ୍କ ସାମୂହିକ ଭୋଟ ବର୍ଜନ

ନୟାଗଡ଼ (ସତ୍ୟନାରାୟଣ ସୁର୍‌ଜଗଦେବ୍‌) : ଆଜି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଚାଲିଥିବା ବେଳେ ନୟାଗଡ଼ ଦଶପଲ୍ଲା ଢ଼ିପାମାଳର ଲୋକ ମାନେ ସାମୂହିକ ଭୋଟ ବର୍ଜନ କରିଛନ୍ତି। ମୌଳିକ ଆବଶ୍ୟକତା ପୂରଣ କରିବାରେ ପ୍ରଶାସନିକ ଆନ୍ତରିକତା ଅଭାବ ଯୋଗୁ ସେମାନେ ଏହି ଭୋଟ ବର୍ଜନ କରିଛନ୍ତି। ଗାଁର ମହିଳା ଏବଂ ପୁରୁଷ ମାନେ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେବା ସହ ରାସ୍ତା,ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଛନ୍ତି। ତାସହ ପ୍ରଶାସନକୁ ବହୁତ୍ ଥର ଦାବିପତ୍ର ଦେବା ପରେ […]

  • Friday, 16 July 2021
voting
ଇଭିଏମ୍ ତ୍ରୁଟି ପାଇଁ ଭୋଟ୍ ଗ୍ରହଣ ବନ୍ଦ

ସୁନ୍ଦରଗଡ଼( ବିଜୟ ବରୁଆ) : ସୁନ୍ଦରଗଡ଼ରେ ଇଭିଏମ୍ ତ୍ରୁଟି ପାଇଁ ଭୋଟ ଗ୍ରହଣ ବନ୍ଦ ନିଷ୍ପତ୍ତି। ସୁନ୍ଦରଗଡ଼ ଜିଲ୍ଲା ରଙ୍ଗାଢିପା ୨୧୩ ନଂ ବୁଥ୍‌ରେ ଭୋଟ୍ ବନ୍ଦ କରାଯାଇଛି। ସକାଳେ ଆରମ୍ଭରୁ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଥିଲା। ପରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟଗ୍ରହଣ ଆରମ୍ଭ ହୋଇଥିବା ଜଣାପଡିଥିଲା। ଭୋଟ ଗ୍ରହଣର କିଛି ସମୟ ପରେ ପୁଣି ତ୍ରୁଟି ଦେଖା ଦେଇଥିଲା। ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟକୁ ଯାଉଥିବା ଅଭିଯୋଗ କରିଥିଲେ ଭୋଟରମାନେ। ଏହାକୁ ନେଇ […]

  • Friday, 16 July 2021
bjd y
କଟକରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ

କଟକ ( ପ୍ରଭାତ ବିଷୋୟୀ) : କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବସ୍‌ରେ ସହରର ବିଭିନ୍ନ ଅଞ୍ଚଳ ଦେଇ ରୋଡ୍ ଶୋ କରିଥିଲେ। ବହୁ ସଂଖ୍ୟାରେ ଲୋକ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ସ୍ୱାଗତ କରିଥିଲେ।ମୁଖ୍ୟମନ୍ତ୍ରୀ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ। କଟକରେ ନବୀନଙ୍କ ରୋଡ୍ ଶୋ ସିଡିଏ ମଣ୍ଟେଶ୍ୱରୀଗଡ଼ାରୁ ଆରମ୍ଭ ହୋଇଥିଲା। ଏହାପରେ ସେ ସତୀଚଉରା, କନିକା ଛକ, ବକ୍ସିବଜାର, ରିଙ୍ଗ ରୋ଼ଡ୍, ବଜ୍ରକବାଟି, ଦୋଳମୁଣ୍ଡାଇ, ଶିଖରପୁର […]

  • Friday, 16 July 2021
murder
ଗୁଳି କରି ପୋଲିଂ କର୍ମଚାରୀଙ୍କୁ ହତ୍ୟା

ଫୁଲବାଣୀ (ତ୍ରିନାଥ ସାହୁ) : ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଆସନ୍ତାକାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ନକ୍ସଲ ପ୍ରବଣ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ପୁଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ନକ୍ସଲ। ଗୁଳି କରି ଜଣେ ପୋଲିଂ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି। ପୋଲିଂ ଡ୍ୟୁଟିରେ ମୁତୟନ ହୋଇଥିବା ‘ଗ୍ରାମ ରୋଜଗାର’ ସେବିକା […]

  • Friday, 16 July 2021
amit saha
ଢେଙ୍କାନାଳରେ ଅମିତ ଶାହ

ଢ଼େଙ୍କାନାଳ  ( ରାଜଶ୍ରୀ ଶତପଥୀ) : ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ମାରାଥନ୍ ପ୍ରଚାର କରିଛନ୍ତି। ଢେଙ୍କାନାଳ ଓ ବଡ଼ମ୍ବାରେ ନିର୍ବାଚନ ପ୍ରଚାର କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଖାସକରି ଚିଟ୍‌ଫଣ୍ଡ ଘୋଟାଲାକୁ ନେଇ ସେ ନବୀନ ପଟ୍ଟନାୟକଙ୍କ ସରକାରକୁ ଟାର୍ଗେଟ କରିଛନ୍ତି ଶାହ। ସେ କହିଛନ୍ତି-“ଚିଟଫଣ୍ଡ ଘୋଟାଲାରେ ଗରିବ ଲୋକେ ତଳିତଳାନ୍ତ ହୋଇଛନ୍ତି। ଚିଟଫଣ୍ଡ ଅଭିଯୁକ୍ତଙ୍କ ସହ ନବୀନ ସରକାରଙ୍କ ମିଲିଭଗତ ଚାଲିଥିଲା। ବିଜେପି କ୍ଷମତାକୁ ଆସିଲେ ୯୦ ଦିନରେ […]

  • Friday, 16 July 2021
bjp attack
ବିଜେପି ପ୍ରାର୍ଥୀଙ୍କ ଗାଡ଼ିକୁ ଆକ୍ରମଣ

ବରଗଡ଼(ଦୀପକ ଶର୍ମା): ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ଗାଡ଼ି ଉପରକୁ ଢେଲା-ପଥର ମାଡ଼ ହୋଇଛି। ଢେଲା ମାଡ଼ରେ ଗାଡିର କାଚ ଭାଙ୍ଗି ଯାଇଛି। ଆକ୍ରମଣ ସମୟରେ ଗାଡ଼ି ଭିତରେ ସନତ ଓ ତାଙ୍କ ସମର୍ଥକ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ଆକ୍ରମଣ ବିଜେଡି କର୍ମୀମାନେ କରିଥିବା ବିଜେପି ଅଭିଯୋଗ କରିଛି। ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ବିପକ୍ଷରେ ବିଜେପିରୁ ସନତ ଗଡ଼ତିଆ ପ୍ରାର୍ଥୀ […]

  • Friday, 16 July 2021
bjp
ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିର ବିଶାଳ ସମାବେଶ

ପାଟକୁରା (ମନୋଜ କୁମାର ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର କରିଲୋପାଟଣାରେ ବିଜେପିର ବିଶାଳ ସମାବେଶ। ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ପାଟକୁରା ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ନବୀନ ପଚାରିଲେ ଯେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଏଥିରୁ ସ୍ପଷ୍ଟ, ନବୀନଙ୍କ ମନ ଭିତରେ ଆସିଲାଣି ବିଜେପି ସରକାର କରିବ। ନବୀନ କହି ବୁଲୁଛନ୍ତି […]

  • Friday, 16 July 2021
poll
୧୮ ତାରିଖରେ ୨ଟି ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର : ୧୮ ତାରିଖରେ ଓଡ଼ିଶାରେ ଦୁଇଟି ବୁଥ୍‌ରେ ସାନି ମତଦାନ ହେବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତାବକୁ ଗୁରୁତର ସହ ନେଇ ନିର୍ବାଚନ ଆୟୋଗ ମାଲକାନଗିରି ଏପିଭି-୬୫ ଓ ବ୍ରହ୍ମପୁର ସିଟି ହାଇସ୍କୁଲ-୨ ବୁଥ୍‌ରେ ସାନି ମତଦାନ କରିବା ପାଇଁ ନୋଟିସ କରିଛନ୍ତି। ଗତ ୧୧ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ନିର୍ବାଚନରେ ଓଡ଼ିଶାରେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା। ମତଦାନ ଶାନ୍ତିଶୃଙ୍ଖଳାରେ ସରିଥିବା ବେଳେ […]

  • Friday, 16 July 2021
modi--0
ଭୁବନେଶ୍ୱର ସାମାବେଶରେ ନବୀନ ସରକାରକୁ ମୋଦିଙ୍କ ଟାର୍ଗେଟ

ଭୁବନେଶ୍ୱର  : ଭୁବନେଶ୍ୱର ଦଳୀୟ ସମାବେଶରେ ଖୋର୍ଦ୍ଧାରେ ବିଜେପି ନେତା ହତ୍ୟା ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଥିଲେ ଦୁଇ ଦିନ ତଳେ ବିଜେଡିର ଗୁଣ୍ଡାଲୋକ ବିଜେପି କର୍ମୀଙ୍କୁ ହତ୍ୟା କରିଛନ୍ତି। ବିଜେପି ସରକାର ଆସିଲେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ। ଓଡ଼ିଶାରୁ ଗୁଣ୍ଡାରାଜ ଦୂର କରିବା ପାଇଁ ଆମେ ବଦ୍ଧ ପରିକର। ମୋଦି ଅଛି, ତେଣୁ ବିଜେଡି ଗୁଣ୍ଡାଙ୍କୁ ଡରିବାର ଆବଶ୍ୟକ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ତାସହ […]

  • Friday, 16 July 2021
keonjara
କେନ୍ଦୁଝରରେ ନବାଗତ ବନାମ ଭେଟେରାନ ଲଢ଼େଇ

କେନ୍ଦୁଝର( ପ୍ରଣୟ ପାଣି) : ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଲୋକସଭା ଆସନକୁ ନେଇ ଏଥର ଜୋରଦାର ଚର୍ଚ୍ଚା। କାରଣ ଏଠାକାର କେମେଷ୍ଟ୍ରି ସୃଷ୍ଟି କରିପାରେ ନୂଆ ରାଜନୈତିକ ସମୀକରଣ। ପୂର୍ବରୁ କଂଗ୍ରେସର ଗଡ଼ ଥିଲା କେନ୍ଦୁଝର। ତେବେ ୧୯୯୮ମସିହାରେ କଂଗ୍ରେସ ହାତରୁ ଏହି ଆସନକୁ ଛଡାଇ ନେଇଥିଲା ବିଜେପି ବିଜେଡି ମେଣ୍ଟ। ୨୦୦୦ ଓ ୨୦୦୪ରେ ଏଠାରୁ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ। ତେବେ ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ଏହି ଆସନକୁ ଅକ୍ତିଆର […]

  • Friday, 16 July 2021
modi4
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ। ବିମାନବନ୍ଦରରୁ ବରମୁଣ୍ଡା ପର୍ଯ୍ୟନ୍ତ ରୋଡ୍ ଶୋ’ରେ ଆସୁଛନ୍ତି ମୋଦି। ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷାରତ ହଜାର ହଜାର ଜନତା ମୋଦିଙ୍କୁ ହାତ ହଲାଇ ଅଭିବାଦନ ଜଣାଉଛନ୍ତି। ସନ୍ଧ୍ୟା ପାଖାପାଖି ସାଢ଼େ ୫ଟାରୁ ବିମାନବନ୍ଦରରୁ ଆରମ୍ଭ ହୋଇଥିଲା ମୋଦିଙ୍କ ରୋଡ୍ ଶୋ। ଏୟାରପୋର୍ଟରୁ ଶିରିପୁର ରାସ୍ତା ଦେଇ ରୋଡ୍ ଶୋ’ରେ ଆସି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗୁଛନ୍ତି ମୋଦି। ଶେଷରେ ବରମୁଣ୍ଡା ପଡ଼ିଆରେ ଆୟୋଜିତ […]

  • Friday, 16 July 2021
egg
ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼

ବଲାଙ୍ଗିର(ମନୋରଂଜନ ଯୋଶି) : ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼। ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଉପରକୁ ଅଣ୍ଡାମାଡ଼ ହୋଇଛି। ବଲାଙ୍ଗିରରୁ ରୋଡ୍ ସୋ ସାରି ବରଗଡ଼ ଯିବା ବାଟରେ ସାଲେଭଟା ଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼ ହୋଇଛି। ଏହି ଘଟଣା ପରେ ପୁଲିସ୍ ପକ୍ଷରୁ ସେଠାରେ ଲାଠିଚାର୍ଜ ସହ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଏହି ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କୁ ତାଙ୍କ ସମର୍ଥକଙ୍କ ସହ ଅଟକ ରଖାଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ବରଗଡ଼ରେ ପ୍ରଚାର କାର୍ଯ୍ୟକ୍ରମ ରହିଛି।

  • Friday, 16 July 2021
nav
ହିଞ୍ଜିଳି ସହ ବିଜେପୁର ଅକ୍ତିଆର ଦୌଡ଼ରେ ବିଜେଡି ସୁପ୍ରିମୋ

ବରଗଡ଼/ହିଞ୍ଜିଳି (ଦୀପକ ଶର୍ମା/ଅଶୋକ ବ୍ରହ୍ମା) : ଏପ୍ରିଲ ୧୮। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ପଡିବ ରାଜ୍ୟର ଦୁଇ ଚର୍ଚ୍ଚିତ ବିଧାନସଭା ଆସନ ବିଜେପୁର ଓ ହିଞ୍ଜିଳିରେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ବିଜେଡି ଇତିହାସରେ ପ୍ରଥମ ଥର ଲାଗି ନବୀନ ଏକାଠି ଏ ଦୁଇଟି ଆସନରୁ ନିର୍ବାନ ଲଢୁଛନ୍ତି। ସବୁଠି ନବୀନଙ୍କ ବିରୋଧରେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ବି ଟାଣୁଆ ଅଛନ୍ତି। ବିଜେପୁରରେ ଚାଷୀ ଓ ହିଞ୍ଜିଳିରେ ଦାଦନ ପ୍ରସଙ୍ଗକୁ ବିରୋଧୀ […]

  • Friday, 16 July 2021
vote
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ହାଇଭୋଲ୍‌ଟେଜ୍‌ ପ୍ରଚାର

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର ହାତରେ ଆଉ ୨୪ ଘଣ୍ଟାରୁ କମ୍ ସମୟ ଥିବାରୁ ରାତି ଦିନ ଏକ କରି ଦେଇଛନ୍ତି ନେତା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ବିଜେପି ଓ ବିଜେଡି ପକ୍ଷରୁ ଆଜି ଦେଖିବାକୁ ମିଳିଥିଲା ହାଇ ଭୋଲଟେଜ୍‌ ପ୍ରଚାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା କାର୍ଡ ସହ କେନ୍ଦ୍ର ଅବହେଳାକୁ ନେଇ ଭୋଟ୍ ଭିକ୍ଷା କରିଥିବାବେଳେ ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ […]

  • Friday, 16 July 2021
ns
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗୀତା ସିଂହଦେଓ ସବୁଠୁ ଧନୀ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଇଲେକ୍ସନ ଓ୍ୱାଚ୍‌ ଓ ଏଡିଆର ପକ୍ଷରୁ ପ୍ରକାଶ ପାଇଛି ପ୍ରାର୍ଥୀଙ୍କ ସମ୍ପତ୍ତି ତଥ୍ୟ। ଏହି ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ମୋଟ୍‌ ୨୭୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୭୦ ଜଣ କୋଟିପତି ପ୍ରାର୍ଥୀ। ଧନୀ ତାଲିକାର ସବୁଠୁ ଆଗରେ ଅଛନ୍ତି ନବୀନ ପଟ୍ଟନାୟକ ଓ ସଙ୍ଗିତା ସିଂହଦେଓ। ବଲାଙ୍ଗିର ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ସବୁଠାରୁ […]

  • Friday, 16 July 2021