• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସ୍ମାର୍ଟ ହେଲଥ କାର୍ଡ ଯୋଜନାକୁ ସମାଲୋଚନା କଲା ବିଜେପି ।

  • କେତେ ଖର୍ଚ୍ଚ ହୋଇଛି, କେତେ ରୋଗୀ ଆଉ କେଉ ରୋଗ ପାଇଁ ଖର୍ଚ୍ଚ ହୋଇଛି ?

  • ତାର ହିସାବ ଦିଅନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ । 

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ କାର୍ଡ ଯୋଜନାକୁ ସମାଲୋଚନା କଲା ବିଜେପି । କେତେ ଖର୍ଚ୍ଚ ହୋଇଛି, କେତେ ରୋଗୀ ଆଉ କେଉ ରୋଗ ପାଇଁ ଖର୍ଚ୍ଚ ହୋଇଛି ? ତାର ହିସାବ ଦିଅନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ୪ ମାସ ଭିତରେ ୧ କୋଟି ୮୨ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ମିଳିଛି ବୋଲି ସରକାର ହିସାବ ରଖୁଛନ୍ତି । ହେଲେ ପ୍ରକୃତରେ ଏପର୍ଯ୍ୟନ୍ତ ଏହି ଯୋଜନା ପାଇଁ ଟଙ୍କା ଟିଏ ବି ବ୍ୟୟ ବରାଦ ହୋଇ ନାହିଁ । ଖବରକାଗଜରେ ବିଜ୍ଞାପନ ଦେଇ କେବଳ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ସେ କହିଛନ୍ତି । NHMରେ ଏବେ ବି ଅର୍ଥ ଆସୁଛି । ସେହି ଟଙ୍କାକୁ ବି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଖର୍ଚ୍ଚ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କେତେ ରୋଗୀ, କେଉଁ ପ୍ରକାରର ଚିକିତ୍ସା ବାବଦରେ କେତେ ଖର୍ଚ୍ଚ ହୋଇଛି ରାଜ୍ୟ ସରକାର ହିସାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି  ।

ସୂଚନାଯୋଗ୍ୟ, ପଞ୍ଚାୟତ ଭୋଟ୍ ପୂର୍ବରୁ ରାଜ୍ୟ ସରକାର ଲୋକଙ୍କ ଘରେ ଘରେ ପହଞ୍ଚିବା ପାଇଁ ସ୍ମାର୍ଟ ହେଲ୍ଥ କାର୍ଡର ସାହାରା ନେଇଛନ୍ତି ବୋଲି ରାଜନୀତି ବିଶେଷଜ୍ଞମାନେ କହିଛନ୍ତି । କରୋନା କାଳରେ ଚାପଗ୍ରସ୍ତ ସ୍ୱାସ୍ଥ୍ୟ ସେବା ଓ କୋଭିଡ୍ ପରିଚାଳନା ନେଇ ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ଏବେ ଏହି ନୂଆପନ୍ଥା ଆପଣେଇବାକୁ ଯାଉଛନ୍ତି ରାଜ୍ୟ ସରକାର । ଜୁଲାଇ ୨୨ରେ ପ୍ରକାଶ ପାଇଥିବା ଟେଣ୍ଡର ହିଁ ତାର ସଂକେତ ଦେଉଛି । ଯେଉଁଥିରେ ରାଜ୍ୟ ସରକାରଙ୍କ ଅନୁମତି ଥିବା କୁହାଯାଉଛି । ୟୁଟିଆଇ ଇନଫ୍ରାଷ୍ଟକଚର ଟେକ୍ନୋଲୋଜି ଆଣ୍ଡ ସର୍ଭିସ ଲିମିଟେଡ୍ ପକ୍ଷରୁ ଆହ୍ୱାନ କରାଯାଇଥିବା ଏହି ଟେଣ୍ଡରରେ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରସ୍ତୁତି ଓ ବଣ୍ଟନ ନେଇ ରହିଛି ବିସ୍ତୃତ ସୂଚନା । ଏହା ଅନୁଯାୟୀ ୬୪ କେବି SCOSTA ଚିପ୍ ଆଧାରିତ ସ୍ମାର୍ଟ କାର୍ଡକୁ ଘରେ ଘରେ ବଣ୍ଟାଯିବ ।

ପ୍ରତି ଘରକୁ ଦୁଇଟି କାର୍ଡ ଦିଆଯିବ ବୋଲି ଜଣାପଡ଼ିଛି । ତେଣୁ ରାଜ୍ୟର ୯୨ ଲକ୍ଷ ୫୦ ହଜାର ଘର ପାଇଁ ପ୍ରସ୍ତୁତ ହେବ କୋଟିଏ ୮୫ ଲକ୍ଷ କାର୍ଡ । କାର୍ଡ଼ରେ ବ୍ୟକ୍ତିର ନାଁ ଓ ୧୨ ଡିଜିଟ ୟୁନିକ ରେଜିଷ୍ଟ୍ରେସନ ନମ୍ବର ରହିବ । ସ୍ମାର୍ଟ ହେଲଥ କାର୍ଡ ବଣ୍ଟନବେଳେ ଦିଆଯିବାକୁ ଥିବା କିଟରେ ହସ୍ପିଟାଲର ତାଲିକା ବି ରହିଛି । ସିଲେଟେ୍ ଭେଣ୍ଡର ଜରିଆରେ ଅକ୍ଟୋବର ୨ ତାରିଖ ଭିତରେ ପ୍ରତି ପଞ୍ଚାୟତ ଅଫିସରେ କାର୍ଡ ଡେଲିଭରିର ବ୍ୟବସ୍ଥା ରହିଛି । ହେଲେ ବିରୋଧୀ ଏହାକୁ ତୁଚ୍ଛା ପଲିଟିକାଲ୍ କାର୍ଡ ବୋଲି କହିଥିଲା ବେଳେ ଜବାବ ରଖିଛି ବିଜେଡି ।

୨୦୧୮ ଅଗଷ୍ଟ ୧୫ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ ରାଜ୍ୟ ସରକାର। ପରେ ଏଥିରେ ସଂଶାଧନ କରି ପୁରୁଷଙ୍କ ଲାଗି ୫ ଲକ୍ଷ ଓ ମହିଳାଙ୍କ ଲାଗି ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସହାୟତାର ଘୋଷଣା ହୋଇଥିଲା ।