/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629381301.jpg)
bhartuhari mahatab
ଭୁବନେଶ୍ୱର: ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା । ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି । ନିର୍ବନ୍ଧ ବେଳେ ନବୀନ ଥିଲେ, ରିସେପ୍ସନ୍ରେ ବି ସେ ଥିଲେ । ପରିବାରର ବଡ଼ ଭାଇ ଭାବେ ସେ ଏସବୁ କଥା ଜାଣିଥିଲେ । ନିର୍ବାଚନ ହେଲା ୨୦୧୯ରେ, ୨୦୧୮ ଶେଷ ଆଡକୁ ସେ ଜାଣିଥିଲେ । ଯୌତୁକ ଅଭିଯୋଗ କଣ ୪/୫ ବର୍ଷ ପରେ କରାଯାଏ କି ? ଜଣେ ବାପା ହିସାବରେ ମୁଁ ଚାହୁଁଥିଲି ସେମାନେ ଏକାଠି ରହନ୍ତୁ । କୌଣସି କାରଣରୁ ସେମାନେ ୪/୫ ଦିନ ଏକାଠି ରହିପାରିଲେନି କହିଛନ୍ତି ଭର୍ତ୍ତୃହରି ।
ସୂଚନାଯୋଗ୍ୟ, ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୁ ସାକ୍ଷୀ । ମଧ୍ୟପ୍ରଦେଶର ଭୋପାଳ ସହର ବାସିନ୍ଦା ସାକ୍ଷୀ ତାଙ୍କ ଶ୍ୱଶୁର ତଥା ବିଜୁ ଜନତା ଦଳ ସାଂସଦଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଭୋପାଳ ମହିଳା ଥାନାରେ ବୋହୂ ସାକ୍ଷୀ, ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଏତଲା ଦାଏର କରିଛନ୍ତି ।
Also Read
ବିବାହ ସମୟରେ ବାପା ୧.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି, କିନ୍ତୁ ତଥାପି ଏଥିରେ ଶ୍ୱଶୁର ଘର ଲୋକ ସନ୍ତୁଷ୍ଟ ନୁହଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବୋହୂ । ହେଲେ ବିବାହ ପରେ ଅଧିକ ଯୌତୁକ ଆଣିବାକୁ ଶାଶୂ ଘର ଲୋକେ ନିର୍ଯାତନା ଦେଉଥିଲେ । ଏମିତିକି କଟକସ୍ଥିତ ଘରୁ ବାହାର କରି ଦେଇଥିଲେ । ଅନେକ ଥର ପରିବାର ଏବଂ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ସମସ୍ୟାର ସମାଧାନ ହୋଇନପାରିବାରୁ ମାମଲା କୋର୍ଟରେ ପହଞ୍ଚିଛି ।
୨୦୧୮ ମସିହାରେ ଏ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବୋହୂ । ସାକ୍ଷୀଙ୍କୁ ଭର୍ତ୍ତୃହରି ତାଙ୍କ ନୂଆଦିଲ୍ଲୀ ସ୍ଥିତ ଘରେ ରହିବାକୁ ଅନୁମତି ଦେବାକୁ କୋର୍ଟ କହିଥିଲେ । ହେଲେ ତାସତ୍ତ୍ୱେ ସାକ୍ଷୀଙ୍କୁ ଶାଶୂ ଘର ଲୋକେ ଗ୍ରହଣ କରିନଥିଲେ କି ଘରେ ରଖି ନଥିବା ଥାନାରେ ଅଭିଯୋଗ କରିଛନ୍ତି ବୋହୂ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଖୁବଶୀଘ୍ର ମହତାବଙ୍କ ପରିବାରକୁ ନୋଟିସ୍ ପଠାଇବ ବୋଲି କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)