• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

kusum
ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଗଣମାଧ୍ୟମରେ ନିଜର ଇସ୍ତଫା ପ୍ରସଙ୍ଗରେ ଘୋଷଣା କରିବା ବେଳେ କୁସୁମ ନିଜ କୋହ ସମ୍ବରଣ କରିପାରି ନଥିଲେ। ୫ ବର୍ଷ କାଳ ଦଳ ତାଙ୍କୁ ଚାକର ଭଳି ଖଟାଇଥିବା କୁସୁମ କହିଛନ୍ତି। ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା କଥା […]

  • Tuesday, 20 July 2021
second
ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୫ଟି ଲୋକସଭା ଓ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ଆସନରେ ଏପ୍ରିଲ ୧୮ରେ ଭୋଟଗ୍ରହଣ ହେବ। ଏଥିପାଇଁ ମାର୍ଚ୍ଚ […]

  • Tuesday, 20 July 2021
BBSR
ନିର୍ବାଚନୀ ସଜବାଜ: ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୫ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ମାର୍ଚ୍ଚ ୨୬ରେ ଏହାର ଯାଞ୍ଚ କରାଯିବ। ମାର୍ଚ୍ଚ ୨୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ ଭୋଟ୍ ଗ୍ରହଣ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଯେଉଁ ୪ଟି ଲୋକସଭା ଆସନରେ ଭୋଟ୍ ହେବ, ସେହି ଆସନ ଗୁଡ଼ିକ […]

  • Tuesday, 20 July 2021
sidharnta
ରମେଶଙ୍କ ସମର୍ଥନରେ ବାହାରିଲେ ସିଦ୍ଧାନ୍ତ

ଭୁବନେଶ୍ୱର: ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମର୍ଥନରେ ବାହାରିଛନ୍ତି ସାଂସଦ ସିଦ୍ଧାନ୍ତ ମହାପାତ୍ର। ୫ ଥର ଜିତିଥିବା ବିଧାୟକଙ୍କୁ ଦଳ କାହିଁକି ଟିକେଟ୍ ଦେବନି ବୋଲି ସେ ପ୍ରଶ୍ନ କରିଛନ୍ତି। ଚ୍ୟାଉପଟ୍ଟନାୟକ ଟିକେଟ୍ ନପାଇ ଯଦି ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢ଼ନ୍ତି ତା’ହେଲେ ବିଜେଡି ଅସୁବିଧାରେ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ସିଦ୍ଧାନ୍ତ। ଏହାସହ ନିଜ ପ୍ରାର୍ଥିତ୍ୱକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାନ୍ତ। ସେ କହିଛନ୍ତି, “ଦଳ ତାଙ୍କୁ ଦୁଇ […]

  • Tuesday, 20 July 2021
e;lection
ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର:ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶାର ୪ଟି ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି ମାର୍ଚ୍ଚ ୨୫।  ମାର୍ଚ୍ଚ ୨୬ରେ ନାମାଙ୍କନ ଯାଞ୍ଚ କରାଯିବ। ମାର୍ଚ୍ଚ ୨୮ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ […]

  • Tuesday, 20 July 2021
prkash
ପଦ୍ମ ଧରିଲେ ସାଲେପୁର ବିଧାୟକ

ଭୁବନେଶ୍ୱର: ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି ବିଜେପିରେ ମିଶିଛନ୍ତି। କଂଗ୍ରେସରୁ ଗତକାଲି ଇସ୍ତଫା ଦେଇଥିବା ପ୍ରକାଶ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେଭି ସିଂହଦେଓ ସମେତ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ବହୁ କଳ୍ପନାଜଳ୍ପନା ପରେ ଗତକାଲି ସେ କଂଗ୍ରେସ ଛାଡ଼ିଥିଲେ। ଦଳରେ […]

  • Tuesday, 20 July 2021
bjd
ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ନବୀନ !

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିପାରନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଇସାରା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ବିଜେଡିର ସ୍ଥାନୀୟ ନେତାମାନେ ତାଙ୍କୁ ଅନୁରୋଧ କରିଛନ୍ତି। ଚାଷୀ, ମହିଳା, ଛାତ୍ର ନେତାମାନେ ବି ପଶ୍ଚିମ ଓଡ଼ିଶାରୁ ଲଢ଼ିବା ପାଇଁ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ସେ ଗୁରୁତର ସହ ବିଚାର କରୁଥିବା ବିଜେଡି ସୁପ୍ରିମୋ କହିଛନ୍ତି।

  • Tuesday, 20 July 2021
BJP
ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି

ଭୁବନେଶ୍ୱର: ଆସନ୍ତା ମାସରୁ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିପାରେ। ଏନେଇ ଗତକାଲି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ବୈଠକରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୯୧ ଲୋକସଭା ସହ ଆଉ କିଛି  ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି। ଏହା ଭିତରେ ଓଡ଼ିଶାର ୪ଟି ଲୋକସଭା ଆସନ ମଧ୍ୟ ରହିଛି। ସେହିପରି ଓଡ଼ିଶାର […]

  • Tuesday, 20 July 2021
bjd
ଖଣ୍ଡପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ

ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରୁ କିଏ ନେବ ବିଜେଡି ଟିକେଟ୍‌ ସେ ନେଇ ଆଶାୟୀଙ୍କ ଭିଡ଼ ଲାଗିଛି। ଟିକେଟ୍‌ ଦୌଡ଼ରେ ବିଧାୟକ ଅନୁଭବ ପଟ୍ଟନାୟକ, ଭାପୁର ବ୍ଲକ ବିଜେଡି ସଭାପତି ଗୟାଧର ପରିଡା ଓ ନୂଆକରି ଦଳରେ ମିଶି ସାଂସଦ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ରହିଛନ୍ତି। ନବୀନ ନିବାସରେ ଟିକେଟ୍‌ ପାଇଁ ତିନିଜଣଙ୍କ ମଧ୍ୟରେ କସରତ ଚାଲିଥିବା ବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ତାର ପ୍ରଭାବ […]

  • Tuesday, 20 July 2021
dilip-ray
ଆଜି ବିଜେଡିରେ ମିଶି ପାରନ୍ତି ଦିଲ୍ଲୀପ ରାୟ

ଭୁବନେଶ୍ୱର: ଆଜି ଦିଲ୍ଲୀପ ରାୟ ବିଜେଡିରେ ମିଶିପାରନ୍ତି। ଗତକାଲି ସନ୍ଧ୍ୟାରେ ସେ ନବୀନ ନିବାସ ଆସି ଆଲୋଚନା କରି ଫେରି ଯାଇଥିଲେ। ଏହାପରେ ଦିଲ୍ଲୀପ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏନେଇ ଦିଲ୍ଲୀପ କିମ୍ବା ବିଜେଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ, ଗତବର୍ଷ ନଭେମ୍ବରରେ ବିଜେପିରୁ ଇସ୍ତଫା ଦେବା ସହ ରାଉରକେଲା ବିଧାୟକ ପଦ ମଧ୍ୟ ଛାଡ଼ିଥିଲେ। ତା’ପରେ ସେ […]

  • Tuesday, 20 July 2021
balabhadra
ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବଳଭଦ୍ର ମାଝୀ

ଭୁବନେଶ୍ୱର: ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମୁଁ ୭ ବର୍ଷର ସରକାରୀ ଚାକିରି ଛାଡ଼ି ବିଜେଡିକୁ ଆସିଥିଲି। ଏ ମଧ୍ୟରେ ଆମ ଭିତରେ ଦୂରତା ବଢ଼ୁଥିବା ଅନୁଭବ କରୁଛି। କିଛି ଲୋକ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗତଥର ଅପେକ୍ଷା ଏଥର […]

  • Tuesday, 20 July 2021
BJD
ବିଜେଡିର ଇସ୍ତାହାର କମିଟି ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ଇସ୍ତାହାର କମିଟି ଘୋଷଣା କରିଛନ୍ତି। ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ବେଦପ୍ରକାଶ ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଂଜନ ପଟ୍ଟନାୟକ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ଇସ୍ତାହାର କମିଟିର ସହ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଅନଙ୍ଗ ଉଦୟ ସିଂଦେଓ, ଭର୍ତ୍ତୃହରି ମହତାବ, ଅଚ୍ୟତ ସାମନ୍ତ, ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା, ଅରୁଣ ସାହୁ, ସୁଦାମ […]

  • Tuesday, 20 July 2021
narla-
‘ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେଉ’

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ଜଣେ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ସୁଯୋଗ ଦେବା ପାଇଁ କଳାହାଣ୍ଡି ଓବିସି ସେଲ୍‌ ଦାବି କରିଛି। ଏନେଇ ଗତକାଲି କଳାହାଣ୍ଡି ଓବିସି ସେଲ୍‌ର ସଭାପତି ରୋହିତ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ତେବେ ନର୍ଲା ବିଧାନସଭା କ୍ଷେତ୍ର ସାଧାରଣ ବର୍ଗ ପାଇଁ ସଂରକ୍ଷିତ […]

  • Tuesday, 20 July 2021
TMC MP Parliament
ତେଜୁଛି ଅସନ୍ତୋଷ, ସାଇକେଲରେ ସଂସଦକୁ ଆସିଲେ ସାଂସଦ

ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ସଂସଦକୁ ସାଇକେଲରେ ଆସିଲେ ତୃଣମୂଳ କଂଗ୍ରେସର ସାଂସଦ । ପେଟ୍ରୋଲ, ଡିଜେଲ୍ ଓ ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ସାଂସଦ ।

ka
ବାପ-ପୁଅ ଟିକଟ ଫର୍ମୁଲା ଫେଲ୍, ଭାଇ-ଭଉଣୀ, ଭାଇ-ଭାଇ ଯୋଡ଼ି ଫ୍ଲପ୍

ଭୁବନେଶ୍ୱର: ରାଜ୍ୟ ରାଜନୀତିର ଧୂରନ୍ଧର ନିରଂଜନ ପଟ୍ଟନାୟକଙ୍କୁ ୧୯ ମହାଯୁଦ୍ଧରେ ଲାଗିଛି ଶକ୍ତ ଧକ୍କା । ଘସିପୁରା ଓ ଭଣ୍ଡାରୀପୋଖରୀରେ ପରାଜୟ ଭୋଗିବାକୁ ପଡ଼ିଛି ତାଙ୍କୁ। ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନିରାଶ ହୋଇଛନ୍ତି। ସମାନ ଦଶା ଭୋଗିଛନ୍ତି କଂଗ୍ରେସର ହେଭିୱେଟ ଭକ୍ତଚରଣ ଦାସ। ନିଜେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଭାବେ ଛିଡ଼ା ହେବା ସହ ପୁଅ ସାଗରଙ୍କୁ ଭବାନୀପାଟଣା ବିଧାନସଭା ପ୍ରାର୍ଥୀ ଭାବେ ମୈଦାନକୁ ଛାଡ଼ିଥିଲେ। କିନ୍ତୁ ବାପ-ପୁଅ ଯୋଡ଼ିଙ୍କ ଏହି ପରିବାରବାଦ ରାଜନୀତିକୁ ପ୍ରତ୍ୟାଖାନ […]

bb
ପରାଜୟର ସମୀକ୍ଷା: ପିସିସି ଗଢ଼ିଲା ୨୧ଜଣିଆ କମିଟି

ଭୁବନେଶ୍ୱର: ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଏବେ ଦଳ ଭିତରେ କମ୍ପନ ସୃଷ୍ଟି କରିଛି। ନିର୍ବାଚନରେ ଦଳର ଏଭଳି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି ପ୍ରଚାର କମିଟି ମୁଖ୍ୟ ଭକ୍ତ ଦାସ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଥିବାବେଳେ ପରାଜୟର ସମୀକ୍ଷା ନିମନ୍ତେ ୨୧ଜଣିଆ କମିଟି ଗଠନ କରାଯାଇଛି। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଗଢ଼ା ଯାଇଥିବା ଏହି କମିଟି ନିର୍ବାଚନରେ […]

pm
ଜିତିଲେ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: କାମାକ୍ଷାନଗର ଆସନରୁ ୪ର୍ଥ ଥର ଲାଗି ବିଜୟୀ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ୨୦୦୪ ମସିହାରୁ ଏହି ଆସନରୁ ସେ ଲଗାତର ୩ ଥର ଜିତିଆସିଛନ୍ତି। ଶ୍ରୀ ମଲ୍ଲିକ ଏଥର ପୁଣି ବିଜୟୀ ହୋଇଛନ୍ତି। ସେ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଶତ୍ରୁଘ୍ନ ଜେନାଙ୍କୁ ପରାସ୍ତ କରିଛନ୍ତି।

navjot singh sidhu
ପଞ୍ଜାବ କଂଗ୍ରେସର ନୂଆ ମୁଖିଆ ହେଲେ ନବଜ୍ୟୋତ ସିଂ ସିଦ୍ଧୁ

କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଳଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ସୁନୀଲ ଜାଖଡଙ୍କ ସ୍ଥାନରେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନିଯୁକ୍ତି ମିଳିଛି। ନିକଟରେ ସିଦ୍ଧୁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ।

patkura4
ସରିଲା ପାଟକୁରା ଭୋଟ୍ ; ଇଭିଏମ୍‌ରେ ସିଲ୍ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ

କେନ୍ଦ୍ରାପଡ଼ା : ସରିଲା ପାଟକୁରାରେ ମତଦାନ। ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ଭୋଟଗ୍ରହଣରେ ସନ୍ଧ୍ୟା ୫ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଛି। ସାଧାରଣ ନିର୍ବାଚନ ପରେ ବେଶ୍ କିଛି ଦିନ ଧରି ରାଜ୍ୟ ରାଜନୀତିକ ପାଣିପାଗକୁ ଉଷ୍ମ କରି ରଖିଥିବା ପାଟକୁରା ବାଜି କିଏ ଜିତୁଛି ତାହା ଆସନ୍ତା ୨୪ରେ ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ। ପାଟକୁରା ନିର୍ବାଚନମଣ୍ଡଳୀରେ ୧୦ ଜଣ ପ୍ରାର୍ଥୀ […]

  • Saturday, 17 July 2021
cm
ପ୍ରଚାରରେ କମ୍ପୁଛି ପାଟକୁରା ; ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ , କଲେ ରୋଡ୍ ସୋ’

ପାଟକୁରା  : ପ୍ରଚାରରେ କମ୍ପୁଛି ପାଟକୁରା। ନିର୍ବାଚନ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବେଳେ ଆସନ୍ତାକାଲି ସଂଧ୍ୟାରେ ସରୁଛି ପ୍ରଚାର। ତେଣୁ ଦେଖିବାକୁ ଗଲେ କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଦୁଇ ଦିନ। ଆଜି ପ୍ରଚାର ମୈଦାନକୁ ନିଜେ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ସେ ପାଟକୁରା ଯାଇ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ପ୍ରଚାର କରିଛନ୍ତି। ଅନ୍ୟ ମନ୍ତ୍ରୀ, ବିଧାୟକ ଓ କର୍ମୀଙ୍କ ନେଇ କରିଛନ୍ତି ବିରାଟ ରୋଡ୍ ସୋ। […]

  • Saturday, 17 July 2021
Malkanagiri Planning Board meeting
ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ

ବାପା-ଝିଅ କଥା କଟାକଟି। ଜିଲ୍ଲା ଯୋଜନା ବୈଠକରେ ମୁହାଁମୁହିଁ ହେଲେ ବିଧାୟକ ବାପା଼-ଝିଅ।

baijayanta
ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବୈଜୟନ୍ତ

ପାଟକୁରା ( ମନୋଜ କୁମାର ସ୍ୱାଇଁ) : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ଆଜି ଡେରାବିଶର ବିଭିନ୍ନ ଅଞ୍ଚଳ ବୁଲି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି।  ଡେରାବିଶର ଚଟରା ଚକ୍ରଡା ପଂଚାୟତର ତିଳକ ପୁର, ପଣ୍ଡିତ ପାଟଣା, ଦୁମୁକା, ତିଳକଣା, କୁଅଁର ପୁର ଗୋଳାର ହାଟ, ଚଷାଖଣ୍ଡ ଗାଁରେ ଘରକୁ ଘର ବୁଲି ବିଜୟଙ୍କୁ ଭୋଟ ଦେବା ପାଇଁ ନିବେଦନ […]

  • Saturday, 17 July 2021
bijaya
ପାଟକୁରା ପାଇଁ ପ୍ରଚାର ; ଘର ଘର ବୁଲି ଭୋଟ୍ ମାଗିଲେ ବିଜୟ ମହାପାତ୍ର

ପାଟକୁରା :  ଆଜି ବିଜୟ ମହାପାତ୍ର ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବୁଲି ପ୍ରଚାର କରିଛନ୍ତି। ଲୋକଙ୍କ ପାଖକୁ ଯାଇ ଭୋଟ୍ ମାଗିଛନ୍ତି। ପାଟକୁରା ନିର୍ବାଚନରେ ଧର୍ମର ଜୟ ହେବ। ଲୋକଙ୍କ ମନରେ ବିଜେପି ରହିଛି। ଏଥର ଇତିହାସ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ସେପଟେ ବିଜେପି, ବିଜେଡି ମଧ୍ୟରେ ଡିଲ୍ ହୋଇଥିବା କହି ପୁଣି ଥରେ ସମାଲୋଚନା କରିଛି କଂଗ୍ରେସ। ଦୁଇ ଦଲ ଭିତରେ ଫିକ୍ସିଂ ହୋଇଛି, ଯାହାକୁ ଲୋକେ ବୁଝିପାରିଛନ୍ତି। ଉଲ୍ଲେଖନୀୟ […]

  • Saturday, 17 July 2021
chandrani
ମୁଁ ଆଶାବାଦୀ ଥିଲି, ନିଶ୍ଚୟ ବିଜୟ ଲାଭ କରିବି : ଚନ୍ଦ୍ରାଣୀ ମୁର୍ମୁ

କେନ୍ଦୁଝର  : କେନ୍ଦୁଝର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ ହୋଇଛନ୍ତି। ଏଠାରେ ଚନ୍ଦ୍ରାଣୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ  ବିଜେପିର ଅନନ୍ତ ନାୟକଙ୍କୁ ୬୫ ହଜାର ୪୨୯ଟି ଭୋଟରେ ପରାସ୍ତ କରିଛନ୍ତି। ବୟସ ଦୃଷ୍ଟିରୁ ଚନ୍ଦ୍ରାଣୀ ସର୍ବ କନିଷ୍ଠ ହୋଇଥିବାବେଳେ ତାଙ୍କର କୌଣସି ରାଜନୈତିକ ଅଭିଜ୍ଞତା ନଥିଲା। ହଠାତ୍‌ କେନ୍ଦୁଝରରେ ଚନ୍ଦ୍ରାଣୀଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ ନବୀନ। ନିଜର ବିଜୟରେ ଉତ୍ସାହିତ ଚନ୍ଦ୍ରାଣୀ ଆଗାମୀ ଦିନରେ ନିଜର ରାଜନୈତିକ କ୍ୟାରିୟର ବିଷୟରେ […]

  • Saturday, 17 July 2021
basanta panda
ଲୋକଙ୍କ ପାଖକୁ ଯିବି, ଲୋକଙ୍କ ସାଙ୍ଗରେ ରହିବି, ଲୋକଙ୍କ ପାଇଁ ଲଢିବି : ବସନ୍ତ ପଣ୍ଡା

ଭବାନୀପାଟଣା (ରାଜକୁମାର ସିଂହଦେଓ ) : ଗତ ଲୋକସଭା ନିର୍ବାଚନରେ ମାତ୍ର ଗୋଟିଏ ଆସନ ହାସଲ କରିପାରିଥିବା ବିଜେପି ଏଥର କିନ୍ତୁ ୮ଟି ଆସନରେ ବିଜୟୀ ମୁକୁଟ  ପିନ୍ଧିଛି। ଭୁବନେଶ୍ୱର, ବରଗଡ଼, ସମ୍ବଲପୁର, ବାଲେଶ୍ୱର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜୟର ସ୍ୱାଦ ଚାଖିଛି ବିଜେପି। କଳାହାଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଜିତିଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଓ କଂଗ୍ରେସ ପ୍ରାର୍ଥୀ ଭକ୍ତ […]

  • Saturday, 17 July 2021