Advertisment

କଂଗ୍ରେସରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

ସୁସ୍ମିତା ହେଉଛନ୍ତି ଆସାମ କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ସନ୍ତୋଷ ମୋହନ ଦେବଙ୍କ ଝିଅ। ପୂର୍ବରୁ ସେ ସିଲଚାର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଓ ମନ୍ତ୍ରୀ ବି ରହିଥିଲେ। ସେ ୫ ଥର ସିଲଚାର ଓ ୨ ଥର ତ୍ରିପୁରା ୱେଷ୍ଟ୍ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

author-image
Chandan Shishu
କଂଗ୍ରେସରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

Leader Susmita Dev

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ସାଂସଦ ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ସୁସ୍ମିତା ସକାଳେ ପ୍ରଥମେ ନିଜ ସୋସିଆଲ ମିଡିଆ ଟ୍ୱିଟର ପେଜ୍‌ରୁ କଂଗ୍ରେସର ସଭ୍ୟ ଲେଖା ହଟାଇ ଫର୍ମର ମେମ୍ବର ଲେଖିଥିଲେ। ଏହାପରେ ଆଜି ସକାଳୁ ସୁସ୍ମିତା ନିଜର ଇସ୍ତଫା ପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଏଥିରେ ସୁସ୍ମିତା ଉଲ୍ଲେଖ କରିଛନ୍ତି। ଜୀବନରେ ନୂଆ ଇନିଂସ ଆରମ୍ଭ ଲାଗି ଦଳ ଛାଡୁଥିବା ସୁସ୍ମିତା ଏଥିରେ ଲେଖିଛନ୍ତି।

Advertisment

ଏହାସହ ଦୀର୍ଘ ତିନି ଦଶନ୍ଧି ଧରି କଂଗ୍ରେସ ସହ ଯୋଡ଼ି ହୋଇ ଅନେକ କିଛି ଲାଭ କରିଥିବା ସେ ଲେଖିଥିଲେ। ତେବେ ସୁସ୍ମିତାଙ୍କ ଇସ୍ତଫାନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁଜେରୱାଲା କହିଛନ୍ତି ଯେ, ସୁସ୍ମିତା ନିଜ ସଂପର୍କରେ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ଅଛି।

ତେବେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ମୋବାଇଲ୍ ବନ୍ଦ ଥିବାରୁ ତାହା ସମ୍ଭବ ହେଲା ନାହିଁ ବୋଲି ରଣଦୀପ କହିଛନ୍ତି। ସେପଟେ ସୁସ୍ମିତାଙ୍କ ଇସ୍ତଫାକୁ ନେଇ ଦଳର ନେତୃତ୍ୱଙ୍କ ପ୍ରତି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ। ସୁସ୍ମିତା ଆଜି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ସେଥିପାଇଁ ସେ ତୃଣମୂଳ କଂଗ୍ରେସରେ ମିଶିବେ ବୋଲି ଆକଳନ କରାଯାଉଛି।

Advertisment

ସୁସ୍ମିତା ହେଉଛନ୍ତି ଆସାମ କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ସନ୍ତୋଷ ମୋହନ ଦେବଙ୍କ ଝିଅ। ପୂର୍ବରୁ ସେ ସିଲଚାର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଓ ମନ୍ତ୍ରୀ ବି ରହିଥିଲେ। ସେ ୫ ଥର ସିଲଚାର ଓ ୨ ଥର ତ୍ରିପୁରା ୱେଷ୍ଟ୍ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

India News Congress TMC Politics
Advertisment
Advertisment