Advertisment

ବିଜେପି ବିରୋଧରେ ଏକଜୁଟ ହେବାପାଇଁ ବିରୋଧୀଙ୍କୁ ଆହ୍ୱାନ

ଦେଶର ସ୍ୱାର୍ଥ କଥା ଆସିଥିବାରୁ ଆମ ସମସ୍ତଙ୍କୁ ଏହାର ଉର୍ଦ୍ଧ୍ୱକୁ ଯାଇ ଏକାଠି ହେବାର ସମୟ ଆସିଛି। ୨୦୨୪ ନିର୍ବାଚନ ହେଉଛି ଏକମାତ୍ର ଲକ୍ଷ୍ୟ। ଏହି ଚ୍ୟାଲେଞ୍ଜର ଆମେ ସମ୍ମୁଖୀନ ହୋଇପାରିବେ। ଏକଜୁଟ ହୋଇ କାମ କରିବା ଛଡ଼ା ଆଉ କିଛି ବାଟ ନାହିଁ ବୋଲି କହିଛନ୍ତି ସୋନିଆ ଗାନ୍ଧି।

author-image
Chandan Shishu
ବିଜେପି ବିରୋଧରେ ଏକଜୁଟ ହେବାପାଇଁ ବିରୋଧୀଙ୍କୁ ଆହ୍ୱାନ

Sonia Gandhi

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଦଳୀୟ ବାଧ୍ୟବାଧକତା ଓ ବ୍ୟକ୍ତିଗତ ସ୍ୱାର୍ଥର ଉପରକୁ ଯାଇ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ସବୁ ବିରୋଧୀ ଦଳକୁ ଆହ୍ବାନ ଦେଇଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧି। ପ୍ରମୁଖ ବିରୋଧୀ ଦଳକୁ ନେଇ ହୋଇଥିବା ଭର୍ଚୁଆଲ ବୈଠକରେ ସୋନିଆ କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ବ୍ୟବସ୍ଥିତ ଭାବେ ଓ ଏକାଠି କାମ କରିବାକୁ ପଡ଼ିବ। ଏହା ଛଡ଼ା ଆମ ପାଖରେ ଅନ୍ୟ ବିକଳ୍ପ ନାହିଁ। ସମସ୍ତଙ୍କର କିଛି ନା କିଛି ବାଧ୍ୟବାଧକତା ଅଛି କିନ୍ତୁ ଦେଶର ସ୍ୱାର୍ଥ କଥା ଆସିଥିବାରୁ ଆମ ସମସ୍ତଙ୍କୁ ଏହାର ଉର୍ଦ୍ଧ୍ୱକୁ ଯାଇ ଏକାଠି ହେବାର ସମୟ ଆସିଛି।

Advertisment

୨୦୨୪ ନିର୍ବାଚନ ହେଉଛି ଏକମାତ୍ର ଲକ୍ଷ୍ୟ। ଏହି ଚ୍ୟାଲେଞ୍ଜର ଆମେ ସମ୍ମୁଖୀନ ହୋଇପାରିବେ। ଏକଜୁଟ ହୋଇ କାମ କରିବା ଛଡ଼ା ଆଉ କିଛି ବାଟ ନାହିଁ ବୋଲି କହିଛନ୍ତି ସୋନିଆ ଗାନ୍ଧି। ଭର୍ଚୁଆଲ ପ୍ଲାଟଫର୍ମରେ ହୋଇଥିବା ଏହି ବୈଠକରେ ଶରଦ ପାଓ୍ୱାର, ମମତା ବାନାର୍ଜୀ, ଉଦ୍ଧବ ଠାକରେ, ଏମ୍‌କେ ଷ୍ଟାଲିନ, ସୀତାରାମ ୟେଚୁରୀ, ହେମନ୍ତ ସୋରେନ, ତେଜସ୍ୱୀ ଯାଦବ ପ୍ରମୁଖ ଯୋଗ ଦେଇଥିଲେ କିନ୍ତୁ ସମାଜବାଦୀ ପାର୍ଟି ଏହି ବୈଠକରେ ଯୋଗ ଦେଇନାହିଁ। ମାୟାବତୀ, ଅରବିନ୍ଦ କେଜରିଓ୍ୱାଲ ଓ ଅକାଲି ଦଳକୁ ନିମନ୍ତ୍ରଣ କରାଯାଇନଥିଲା। 

ସୋନିଆ ଗାନ୍ଧି ୨୦୨୪ ସମସ୍ତଙ୍କର ଅନ୍ତିମ ଟାର୍ଗେଟ ହେବା ଦରକାର ବୋଲି କହିଛନ୍ତି। ସେ କହିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଗୋଟିଏ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଆମେ ଏକାଠି ରହିଲେ ସବୁ ଅସମ୍ଭବକୁ ସମ୍ଭବ କରିପାରିବା। କାରଣ ଏକତାର କୌଣସି ବିକଳ୍ପ ନାହିଁ। ଆମ ସମସ୍ତଙ୍କୁ ଗୋଟିଏ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ପଡ଼ିବ। ଆମେ ଦେଶକୁ ଏମିତି ଏକ ସରକାର ଦେବା ଦରକାର ଯିଏ ସ୍ୱାଧୀନତାର ମୂଲ୍ୟବୋଧ ଓ ସମ୍ବିଧାନର ନିୟମ କାନୁନକୁ ଠିକ ଭାବେ ବୁଝୁଥିବ।

Advertisment

ସୋନିଆ କେନ୍ଦ୍ର ସରକାରଙ୍କୁ ପେଗାସସ୍‌ ଗୁଇନ୍ଦାଗିରି, ଦର ବୃଦ୍ଧି, କୃଷି ଆଇନ ପ୍ରତ୍ୟାହାର, ବିଭିନ୍ନ ସାମ୍ବିଧାନିକ ସଂସ୍ଥାର ଅପବ୍ୟବହାର ଓ ସଂଘୀୟ ବ୍ୟବସ୍ଥା ଉପରେ ହେଉଥିବା ଆକ୍ରମଣ ଇତ୍ୟାଦି ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ବାରମ୍ବାର କହିଥିବା ବିରୋଧୀଙ୍କ ବୈଠକରେ ସୂଚନା ଦେଇଛନ୍ତି।

India News Sonia Gandhi
Advertisment
Advertisment