Advertisment

ପଂଚାୟତ ନିର୍ବାଚନ ପାଇଁ ଅଂଟା ଭିଡ଼ିଲାଣି କଂଗ୍ରେସ

ପଂଚାୟତ ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ବୈଠକ କରିଛି। ଜିଲ୍ଲା ସଭାପତି, କଂଗ୍ରେସ ନେତୃବୃନ୍ଦଙ୍କ ସହ ଏହି ବୈଠକରେ ଆଲୋଚନା ହୋଇଛି । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲାକୁମାର ଆସିବା ପୂର୍ବରୁ ଆଜି କଂଗ୍ରେସ ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପିସିସି ସଭାପତି, ପର୍ଯ୍ୟବେକ୍ଷକ ଓ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତି ଯୋଗ ଦେଇଥିଲେ। ଆସନ୍ତା ୩୧ ତାରିଖରେ ଆସିବେ ଚେଲା କୁମାର।

author-image
Sarbeswar
ଅଦ୍ୟତନ ହୋଇଛି
ରାହୁଲଙ୍କ ସମେତ ଅନେକ ନେତାଙ୍କ ପରେ ଏବେ କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲ୍ ଲକ୍

Congress flags

ଭୁବନେଶ୍ୱର: ପଂଚାୟତ ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ବୈଠକ କରିଛି। ଜିଲ୍ଲା ସଭାପତି, କଂଗ୍ରେସ ନେତୃବୃନ୍ଦଙ୍କ ସହ ଏହି ବୈଠକରେ ଆଲୋଚନା ହୋଇଛି । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲାକୁମାର ଆସିବା ପୂର୍ବରୁ ଆଜି କଂଗ୍ରେସ ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପିସିସି ସଭାପତି, ପର୍ଯ୍ୟବେକ୍ଷକ ଓ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତି ଯୋଗ ଦେଇଥିଲେ। ଆସନ୍ତା ୩୧ ତାରିଖରେ ଆସିବେ ଚେଲା କୁମାର। ତେବେ କଂଗ୍ରେସର ବିଭିନ୍ନ ନେତାଙ୍କ ମଧ୍ୟରେ ଥିବା ମତଭେଦ ଓ ବୟାନ ବାଜିରୁ ର୍ନିବୃତ୍ତ ରହିବା ପାଇଁ ବୈଠକରେ ଅନୁରୋଧ କରିଥିଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ। ତେବେ ପଂଚାୟତ ନିର୍ବାଚନ ପାଇଁ କଂଗ୍ରେସ ଅଂଟା ଭିଡ଼ିଛି। ପଂଚୟତ ସ୍ତର ପର୍ଯ୍ୟନ୍ତ ଦଳକୁ ସୁଦୃଢ଼ କରିବା ପାଇଁ ଯୋଜନା ଚାଲିଥିବା ଦଳ ପକ୍ଷରୁ କୁହାଯାଇଛି ।

Advertisment

ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା । ବିଜେପି ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଥିଲା ବେଳେ, ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚିବାକୁ ରଣନୀତି ସହ ଆଗକୁ ବଢୁଛି ବିଜେଡି । ମାଲ୍‌କାନ୍‌ଗିରି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋଟରଙ୍କୁ ମନେଇ ପଞ୍ଚାୟତ ଦଖଲ ରଣନୀତିରେ ଏମିତି ଆଗକୁ ବଢ଼ିଲେଣି ରାଜନୈତିକ ଦଳ । ଆଉ ବିଜେପିର ଜନ ଆଶୀର୍ବାଦ ଯାତ୍ରା ବି ଆରମ୍ଭ ହୋଇଛି । କେନ୍ଦ୍ରର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ନେଇ ଜନତାଙ୍କ ପାଖକୁ ଯିବ ବିଜେପି ଓ ଆଶୀର୍ବାଦ ନେଇ ଦଳ ପାଇଁ ତୟାର କରିବେ ପଞ୍ଚାୟତ ଭୋଟ୍ ଭିତ୍ତି ।

Advertisment
Odisha Congress Politics
Advertisment
Advertisment