ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ଥମିଲା ପ୍ରଚାର । ଦିନକ ପରେ ଅର୍ଥାତ ୧୬ ତାରିଖ ସକାଳ ୭ଟାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ ।
କଥା କେବଳ ଏଇଠି ସରୁନି, ତଳଗଂଜେଇପଦରର ଅନେକ ଗାଁରେ ଆନ୍ଧ୍ର ସରକାର ଘର ନମ୍ବରିଂ କରିବା ସହ ଫଳକ ବି ଲଗାଇଛନ୍ତି।
ବାଲଟ ପେପରରେ ଏକାଧିକ ପ୍ରାର୍ଥୀଙ୍କ ଚିହ୍ନ କିମ୍ବା ନାଁ ଉପରେ ମୋହର ବାଜିଥିଲେ ସେହି ଭୋଟ୍କୁ ଅବୈଧ ଘୋଷଣା କରାଯିବ। ଭୋଟ୍ ଦେବାବେଳେ ଯଦି ଜଣେ ଭୋଟର ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିବା ସହିତ ପୂର୍ବରୁ ଭଙ୍ଗା ଯାଇଥିବା ଚିହ୍ନ ଉପରେ ମୋହର ମାରନ୍ତି, ତା ହେଲେ ଭୋଟରଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ ବୋଲି ବୁଝାଯିବ।
ୱାର୍ଡମେମ୍ବର ଆସନ ପାଇଁ ଲଢ଼ୁଥିବା ଜଣେ ପ୍ରାର୍ଥି ହାତିପାଲି ଗ୍ରାମର ମାନସ ପାଢ଼ୀଙ୍କୁ ଦୁଇଦିନ ତଳେ ଗୀତା ଛୁଇଁ ତାଙ୍କୁ ଏବଂ ଜଣେ ନିଦ୍ଧିଷ୍ଟ ସରପଂଚ ପ୍ରାର୍ଥିଙ୍କୁ ଭୋଟ ଦେବାକୁ ବାଧ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ଟଙ୍କା ମଧ୍ୟ ଯାଚିଥିଲେ ।
ଦିନକ ପରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ସନ୍ଧ୍ୟା ୭ଟାରେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସରିବ। ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି।
୧୯୯୭ରେ ଜନତା ଦଳ ଏବଂ ୨୦୦୨ରୁ ଲଗାତର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବସିଛି ବିଜେଡି । ଗତ ନିର୍ବାଚନରେ ଦଳ ୨୪ଟି ଜୋନରୁ ୧୯ଟି ଜିତି ପରିଷଦ ଗଢିଥିଲା । ବିଜେପି ୪ଟି ଆସନ ପାଇଥିବା ବେଳେ ଜଣେ ସ୍ୱାଧିନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ ।
ଢିଙ୍କିଆରୁ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ କରାଯାଇଛି। ଭୋଟରଙ୍କ ଠାରୁ ନେଇ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ କହୁଛି ଢିଙ୍କିଆରେ ଶାନ୍ତି ଫେରିଛି।
ଆଉ ମାତ୍ର କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ତା’ପୂର୍ବରୁ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନରସିଂହପୁରରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍ ଗୋବିନ୍ଦପୁର ସମିତି ସଭ୍ୟା ପ୍ରାର୍ଥିନୀ ପୁଷ୍ପିତା ଜେନାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଷ୍ପିତାଙ୍କୁ ନିଜ ଗାଁ ଘୁଷୁରା ପତ୍ରପାଲିରେ ଥିବା ଘର ପାଖରୁ ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିଥିଲେ।
ବିଜେଡି ପ୍ରଚାରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ବର୍ଷା ଓହ୍ଲାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି
ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଚାର ବନ୍ଦ ହେବ।
ପ୍ରମିଳାଙ୍କ ଠାରୁ ସୋ କଜ୍ ନୋଟିସ୍ ଉତ୍ତର ପାଇବା ପରେ ପଦକ୍ଷେପ ନିଆଯାଇଛି।
ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ଚ୍ୟାଲେଞ୍ଜ କରିପାରିବେ
ଆସନ୍ତାକାଲି ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ । ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଉତ୍ତରାଖଣ୍ଡରେ କ୍ଷମତାସୀନ ବିଜେପି ଓ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ହେଉଛି ।
ଆଜିକାଲି ନେତାଙ୍କ ପାଖରେ ନୀତି ନୈତିକତା କିଛି ନାହିଁ। କଳେବଳେ କେମିତି ନିର୍ବାଚନ ଜିତିବେ ତାହା ସେମାନଙ୍କର ଲକ୍ଷ୍ୟ। କିନ୍ତୁ ଏହି ଭିଡିଓରେ ଭେଟନ୍ତୁ ଜଣେ ବ୍ୟକ୍ତିଙ୍କୁ, ଯିଏ ଗତ ୩୫ ବର୍ଷ ହେଲା ୱାର୍ଡମେମ୍ବର ନିର୍ବାଚନ ଲଢୁଛନ୍ତି, କିନ୍ତୁ କେବେ ଜିତି ନାହାଁନ୍ତି। ଏହାପରେ ବି ସେ ମନୋବଳ ହାରି ନାହାଁନ୍ତି। ସବୁଠୁ ବଡ଼ କଥା ହେଲା, ସେ କୌଣସି ଦଳର ସମର୍ଥନ ନିଅନ୍ତି ନାହିଁ। ସବୁବେଳେ ସ୍ୱାଧୀନ ପ୍ରାର୍ଥୀ। ତା ପୁଣି ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନରେ। ଆସନ୍ତୁ ଭେଟିବା ଏହି ନିଆରା ବ୍ୟକ୍ତିଙ୍କୁ।
ର୍ବାଚନୀ କ୍ୟାମ୍ପେନ୍ରେ କାମ କରୁଛନ୍ତି ସରକାରୀ କର୍ମଚାରୀ। ଶିକ୍ଷକମାନଙ୍କ ସମ୍ପୃକ୍ତି ସବୁଠାରୁ ଅଧିକ। ଏମିତି କିଛି ତଥ୍ୟ ସାମନାକୁ ଆସିବା ପରେ ନିର୍ବାଚନୀ ସ୍ବଚ୍ଛତାକୁ ନେଇ ବି ପ୍ରଶ୍ନ ଉଠିଲାଣି।
ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର ।
ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର ।
ଏବେ ପ୍ରଶ୍ନ ଉଠୁଛି, ସରକାରୀ କର୍ମଚାରୀ କାହିଁକି ରାଜନୈତିକ ଦଳଗୁଡ଼ିକର ହାତବାରିସି ସାଜୁଛନ୍ତି?
ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ବୈଠକ କରିଛନ୍ତି। ବୈଠକରେ ଚୁଡ଼ାନ୍ତ ପ୍ରସ୍ତୁତି ନେଇ କମିଶନ ଆଲୋଚନା କରିଛନ୍ତି। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ ସମୀକ୍ଷା ହୋଇଛି।
ପଲ୍ଲବୀ ସିଂ କଂଗ୍ରେସର ତିନି ନମ୍ବର ପୋଷ୍ଟର ଗର୍ଲ, ଯିଏ ବିଜେପିରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ପ୍ରିୟଙ୍କା ମୌର୍ଯ୍ୟ ଏବଂ ବନ୍ଦନା ସିଂ ବିଜେପିରେ ଯୋଗ ଦେଇଛନ୍ତି
ବହୁବାର ପ୍ରତାରଣାର ଶିକାର ହୋଇଛନ୍ତି, ଖାସ୍ ସେଇ ରାଗରେ ନିର୍ବାଚନ ଲଢ଼ୁଛନ୍ତି କାର୍ତ୍ତିକ ରାଓ।
ସରପଞ୍ଚ ହେବାକୁ ହେଲେ ପରୀକ୍ଷା ଦେବାକୁ ପଡ଼ିବ। ଆଉ ପରୀକ୍ଷାରେ ପାସ୍ କଲେ ଗାଁ ଲୋକେ ଭୋଟ୍ ଦେବେ।
ଗଲା ଦୁଇ ଦଶନ୍ଧି ଧରି ଖୋର୍ଦ୍ଧା ଜିଲ୍ଲା ପରିଷଦରେ ଶାସକ ବିଜେଡିର ହୋଲ୍ଡ । ଗତ ପଞ୍ଚାୟତ ନିର୍ବାଚନରେ ବି ୩୦ ଜିଲ୍ଲା ପରିଷଦ ଜୋନରୁ ୨୦ଟି ଜିତି ପରିଷଦ ଅକ୍ତିଆର କରିଥିଲା ବିଜେଡି ହେଲେ ଏଥର ଟାର୍ଗେଟ୍ କ୍ଲିନ୍ ସ୍ୱିପ୍ ।
ତିହିଡି ବ୍ଳକ ଗୁଆମାଳ ପଞ୍ଚାୟତ ୧୮ ନଂ ୱାର୍ଡର ଅମୃତପୁର ବାସିନ୍ଦା ଅଶ୍ୱିନୀ ସେଠୀ। । ନିର୍ବାଚନ ଲଢିବା ତାଙ୍କ ପାଇଁ ଏକ ପ୍ରକାର ନିଶା । ୬୦ ବର୍ଷର ସେ ୩୫ ବର୍ଷ ହେଲା ନିର୍ବାଚନ ମଇଦାନରେ ପାଦ ଦେଉଛନ୍ତି, କିନ୍ତୁ ସବୁଥର ହାରୁଛନ୍ତି । ୩୫ ବର୍ଷ ହେଲା ୱାର୍ଡମେମ୍ବର ପାଇଁ ଲଗାତର ପ୍ରତିଦ୍ୱନ୍ଦିତା କରୁଛନ୍ତି ।