Advertisment

୨୦୧୭ ଠୁ ଏଥର ଭଲ ପ୍ରଦର୍ଶନ କରିବ କି ବିଜେଡି ?

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ବିଜେଡି ବାଜି ମାରିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Panchayat Elections

Odisha Panchayat Elections

୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩ ଦିନ ଧରି ଭୋଟ୍ ଗଣତି ଚାଲିବ। ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ଜିଲ୍ଲା ପରିଷଦର ୮୫୧ ଆସନରୁ ବିଜେଡି ୨୦୦ରୁ ଅଧିକ ଆସନରେ ଆଗୁଆ ଥିବା ଜଣାପଡ଼ିଛି।

Advertisment

ଟ୍ରେଣ୍ଡ୍‌ ଅନୁସାରେ, ୮୫୧ ଜିଲ୍ଲା ପରିଷଦ ଆସନରୁ ଗଣତିର ପ୍ରଥମ ଦିନରେ ଅର୍ଥାତ୍‌ ଆଜି ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ କାଉଣ୍ଟିଂ ଚାଲିଛି। ସେଥିମଧ୍ୟରୁ ବିଜେଡି ୨୫୬ ଆସନରେ ଆଗୁଆ ଥିବାବେଳେ ବିଜେପି ୩୧ ଆସନରେ ଆଗୁଆ, କଂଗ୍ରେସ ୧୬ ଆସନରେ ଆଗୁଆ ଓ ଅନ୍ୟାନ୍ୟ ପାର୍ଟି ୭ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି। 

୨୦୧୭ ପଞ୍ଚାୟତ ନିର୍ବାଚନ ଉପରେ ଯଦି ନଜର ପକାଇବା, ତେବେ ରାଜ୍ୟରେ ବାଜି ମାରିଥିଲା ବିଜେଡି। ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ହୋଇଥିଲା ନିର୍ବାଚନ। ଏଥିରେ ବିଜେଡି-୪୭୬, ବିଜେପି-୨୯୭, କଂଗ୍ରେସ-୬୦ ଏବଂ ସ୍ୱାଧୀନ ଓ ଅନ୍ୟ ଦଳଙ୍କୁ ୧୫ଟି ସିଟ୍ ମିଳିଥିଲା।

Advertisment

୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ବିଜେଡିକୁ ୨୦, ବିଜେପିକୁ ୮ଟି ଏବଂ କଂଗ୍ରେସକୁ ୨ଟି ସିଟ୍ ମିଳିଥିଲା। ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବିଜେଡି ପାଖକୁ ଯାଇଥିଲା। ବିଜେପି ପାଖରେ ବଲାଙ୍ଗିର, ବରଗଡ଼, ଦେବଗଡ଼, ଗଜପତି, କଳାହାଣ୍ଡି, ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଥିଲା। ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୧୭ ପଞ୍ଚାୟତ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଥିଲା। କେବଳ କଂଗ୍ରେସ ନିଜ ଝାରସୁଗୁଡ଼ା, ରାୟଗଡ଼ା ପାରମ୍ପରିକ ଆସନକୁ ବଜାୟ ରଖି ପାରିଥିଲା। 

BJD BJP Congress Odisha Panchayat Polls Odisha Panchayat Elections
Advertisment
Advertisment