Advertisment

କଂଗ୍ରେସ ନେତା ନରସିଂହ ମିଶ୍ର କହିଲେ- ‘ମୁଁ ଯାହା ଚାହୁଁଥିଲି, ତାହାର ଓଲଟା ହେଲା’

ସାରା ଓଡ଼ିଶାରେ ବିଜେଡି ସପକ୍ଷରେ ବିଜୟର ଏକ ପ୍ରକାର ସୁନାମି ଚାଲିଥିବା ଦେଖିବାକୁ ମିଳିଛି। ଗୋଟିଏପଟେ ବିରୋଧୀ ଦଳ ସଙ୍କୁଚିତ ହେଉଥିବା ବେଳେ ଅନ୍ୟପଟେ ଶାସକ ଦଳ ନିଜର ଗାଦି ମଜବୁତ୍‌ କରିବାରେ ଲାଗିଛି।

author-image
Rajalaxmi Sahoo
Congress Leader Narasingha Mishra

Congress Leader Narasingha Mishra

ଆଜି ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନରେ ୩୦୬ ଜୋନ୍‌ରେ ଗଣତି ଚାଲିଛି। ୨୯୮ ବ୍ଲକର ୩୦୬ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣନା ଚାଲିଛି। ପ୍ରଥମ ଦିନ ଗଣତିରେ ବିଜେଡି ଏକ ପ୍ରକାର ବାଜିମାତ୍‌ କରି ନେଇଥିବା ଜଣାପଡ଼ିଛି। ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଥିବା ଦେଖିବାକୁ ମିଳିଛି।

Advertisment

ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁସାରେ, ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ୪୦୯ ଆସନରେ ଆଗୁଆ ଥିବାବେଳେ ବିଜେପି ୪୧ ଆସନରେ, କଂଗ୍ରେସ ୧୯ ଆସନରେ ଓ ଅନ୍ୟାନ୍ୟ ପାର୍ଟି ୫ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି।  ସାରା ଓଡ଼ିଶାରେ ବିଜେଡି ସପକ୍ଷରେ ବିଜୟର ଏକ ପ୍ରକାର ସୁନାମି ଚାଲିଥିବା ଦେଖିବାକୁ ମିଳିଛି। ଗୋଟିଏପଟେ ବିରୋଧୀ ଦଳ ସଙ୍କୁଚିତ ହେଉଥିବା ବେଳେ ଅନ୍ୟପଟେ ଶାସକ ଦଳ ନିଜର ଗାଦି ମଜବୁତ୍‌ କରିବାରେ ଲାଗିଛି।

ଏନେଇ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ‘ଓଡ଼ିଶାରେ ବିଜେଡି ଇତିହାସ ସୃଷ୍ଟି କରିବାକୁ ଯାଉଛି। ଫଳାଫଳକୁ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଗଣତନ୍ତ୍ରରେ ଲୋକଙ୍କ ମତକୁ ଗ୍ରହଣ କରିବାକୁ ପଡ଼ିବ ଓ ଏହାକୁ ମୁଁ ସ୍ୱାଗତ କରୁଛି। ବିରୋଧୀ ଦଳ ସଙ୍କୁଚିତ ହେଉଛି ଏଥିରେ କୌଣସି ସନ୍ଦେହ ନାହିଁ। ଯାହାକି ଗଣତନ୍ତ୍ର ପ୍ରତି ବିପଦ। ଶକ୍ତିଶାଳୀ ବିରୋଧୀ ନ ଥିଲେ ଗଣତନ୍ତ୍ର ତିଷ୍ଠି ପାରିବ ନାହିଁ କି ବଞ୍ଚି ପାରିବ ନାହିଁ ଓ ଏକଛତ୍ରବାଦ ନିଶ୍ଚିତ ଭାବେ ପ୍ରତିଷ୍ଠା ହେବ।’

Advertisment

ସେ ଆହୁରି କହିଛନ୍ତି, ‘ଗୋଟିଏ ଦଳ ଉପରେ ଭରସା କରି ଲୋକମାନେ ଭୋଟ୍‌ ଦେଇଛନ୍ତି। ଯଦି ବିରାଟ ରାଲି ହେବାପରେ ମଧ୍ୟ ଭୋଟ୍‌ ଶୂନ୍ ହୋଇଯାଏ, ତା’ହେଲେ ଆମେ ଆଉ କ’ଣ କରିପାରିବା ? କୌଣସି ନିର୍ବାଚନରେ ମୁଁ ଆକଳନ କରେ ନାହିଁ। ଭୋଟ୍‌ ଗଣତି ହେବା ପରେ ନିର୍ବାଚନ ଫଳାଫଳ ସ୍ପଷ୍ଟ ଭାବରେ ଜଣାପଡ଼ିବ ବୋଲି ମୁଁ ସବୁବେଳେ କୁହେ। ପରିବର୍ତ୍ତନ ପାଇଁ ନାରା ଦିଆଯାଇଥିଲା। ଲୋକଙ୍କ ଉପସ୍ଥିତି ଓ ଆଲୋଚନାରୁ ମଧ୍ୟ ଜଣାପଡ଼ିଥିଲା ପରିବର୍ତ୍ତନ ଆସିପାରେ। ଆଉ ଲୋକ ପରିବର୍ତ୍ତନ ମଧ୍ୟ କଲେ। ହେଲେ ମୁଁ ଯାହା ଚାହୁଁଥିଲି, ତାହାର ଓଲଟା ହେଲା।’

BJD Congress Odisha Panchayat Polls Odisha Panchayat Elections Odisha Panchayat Poll Results
Advertisment
Advertisment