Advertisment

ମାହାଙ୍ଗା ଡବଲ ମର୍ଡର ଘଟଣା: ସରପଞ୍ଚ ହେଲେ ମୃତ କୁଳମଣି ବରାଳଙ୍କ ପୁଅ

ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନୃତାଙ୍ଗ ଡବଲ ମର୍ଡର ଘଟଣାରେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Ramakanta Baral

Ramakanta Baral

ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ନୃତାଙ୍ଗ ଡବଲ ମର୍ଡର ଘଟଣାରେ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୁନିତା ଦାସଙ୍କ ଠାରୁ 590 ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି। ରମାକାନ୍ତ ମୋଟ 1540ଖଣ୍ଡ ଭୋଟ ପାଇଥିବା ବେଳେ ସୁନିତା 950 ଖଣ୍ଡ ଭୋଟ ପାଇଛନ୍ତି। ଏ ବିଜୟର ଶ୍ରେୟ ସେ ପଞ୍ଚାୟତବାସୀଙ୍କୁ ଦେଇଛନ୍ତି ଏବଂ ଦିବଂଗତ ବାପାଙ୍କ ଭଳି  ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବା ସହ ପଞ୍ଚାୟତ ପାଇଁ କାମ କରିବେ ବୋଲି କହିଛନ୍ତି ରମାକାନ୍ତ ।

Advertisment

ବିଜୟୀ ସରପଞ୍ଚ ପ୍ରାର୍ଥୀ ରମାକାନ୍ତ ବରାଳ ଏହି ବିଜୟର ଶ୍ରେୟ ପଞ୍ଚାୟତ ବାସୀଙ୍କୁ ଦେବା ସହ କହିଛନ୍ତି ଯେ, ସେ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ଯୋଜନାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ସହ ଦୁର୍ନୀତି ଠାରୁ ଦୂରରେ ରହିବେ । ସରପଞ୍ଚ ଭାବେ ନିର୍ବାଚିତ ହୋଇ ତାଙ୍କ ବାପାଙ୍କ ଇଚ୍ଛା ପୂରଣ କରିଥିବା ସେ କହିଛନ୍ତି । ଲୋକଙ୍କର ତାଙ୍କ ପ୍ରତି ବିଶ୍ୱାସ ଥିବାରୁ ସେ ଆଜି ଏତେ ଖଣ୍ତ ଭୋଟରେ ଜିତିଛନ୍ତି ବୋଲି କହିଛନ୍ତି ।

୨୦୨୧ ଜାନୁଆରୀ ୨ରେ କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରେ ନୃତ୍ତାଙ୍ଗ ସ୍ଥିତ ଘରକୁ ଫେରୁଥିବାବେଳେ ଜଙ୍କୋଟି ଗାଁ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁହେଁ ବାଇକ୍‌ରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ସେମାନଙ୍କ ମୁଣ୍ଡ ଓ ମୁହଁକୁ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Advertisment

କୁଳମଣି ଓ ଦିବ୍ୟସିଂହଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା। ରାଜରାସ୍ତାଠୁ ଆରମ୍ଭ କରି ବିଧାନସଭା ଯାଏ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ବିକ୍ଷୋଭ କରାଯାଇଥିଲା । ଏପରିକି FIRରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାରୁ ତାଙ୍କୁ ବହିଷ୍କାର କରିବା ଦାବିରେ ବିଧାନସଭାରେ ହଙ୍ଗାମା କରିଥିଲେ ବିଜେପି ବିଧାୟକ। ଏତଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାବେଳେ ଚାର୍ଜଶିଟରେ ତାଙ୍କ ନାଁ କଟାଯାଇଥିବାରୁ ଆନ୍ଦୋଳନ ହୋଇଥିଲା ।  

ନିକଟରେ ମାହାଙ୍ଗା ଡବଲ ମର୍ଡର ମାମଲାର ଅଭିଯୁକ୍ତମାନଙ୍କୁ ଜାମିନ ଦେଇନାହାନ୍ତି ହାଇକୋର୍ଟ। ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଅଭିଯୁକ୍ତ କୈଳାଶ ଖଟୁଆ,ମଳୟ ବାରିକ, ଭିକାରୀ ସ୍ୱାଇଁ ନିରାଶ । ଅଭିଯୁକ୍ତ କ୍ଷୀତିଶ ଆଚାର୍ଯ୍ୟ, ଚୈତନ୍ୟ ସେଠୀ, ଅରବିନ୍ଦ ଖଟୁଆ ନିରାଶ ହୋଇଥିଲେ। ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ଦାଦାଙ୍କୁ ହତ୍ୟା କରାଯାଇଥିଲା।

Odisha Panchayat Polls Mahanga Triple Murder Panchayat Mahasangram
Advertisment
Advertisment