Advertisment

ଟଙ୍କିକିଆ ଚାଉଳ ସ୍କିମରୁ ଫାଇଦା ପାଇଲା ବିଜେଡି: ନିରଞ୍ଜନ

ଦଳୀୟ ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ଯେ କିଛି ସ୍ୱାର୍ଥବାଦୀ ନେତା ପାଇବା/ହେବା ଆଶାରେ ଦଳ ଛାଡୁଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
PCC President

PCC President

ଯେପର୍ଯ୍ୟନ୍ତ ଲୋକଙ୍କୁ ଏଜୁକେଟ ନ କରିଛେ ସେପର୍ଯ୍ୟନ୍ତ ପରିବର୍ତ୍ତନ ହେବନି। ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏକଥା କହିଛନ୍ତି ପିସିସି ସଭାପତି ନିରଞ୍ଜନ ମିଶ୍ର। ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟକୁ ନେଇ ସେ କହିଛନ୍ତି ଯେ ବିରୋଧୀ ଦଳର ସ୍ଥିତି ଭଲ ନାହିଁ, ଆମେ ସେଥିପାଇଁ ଦାୟୀ। ମନ୍ତ୍ରୀ, ବିଧାୟକ, ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଦେଖା କରନ୍ତିନି, ମାତ୍ର ଭୋଟ୍ ପାଆନ୍ତି। ବିଭିନ୍ନ ସ୍କିମରେ ବହୁତ ଅର୍ଥ ଆସୁଛି, ତାହାର ଫାଇଦା ବିଜେଡି ନେଉଛି। ଭୋଟ୍ ପାଇଁ ବିଜେଡି ସରକାରୀ ପଇସା ଖର୍ଚ୍ଚ କରି ସଫଳତା ପାଉଛି ବୋଲି ସେ କହିଛନ୍ତି।

Advertisment

ସେହିପରି ଦଳୀୟ ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ଯେ କିଛି ସ୍ୱାର୍ଥବାଦୀ ନେତା ପାଇବା/ହେବା ଆଶାରେ ଦଳ ଛାଡୁଛନ୍ତି। ଗଣତନ୍ତ୍ର ବର୍ତ୍ତମାନ ବ୍ୟବସାୟୀକରଣରେ ପରିଣତ ହୋଇଛି। ଇଚ୍ଛା ଥାଉ ବା ନଥାଉ ସରକାରୀ କର୍ମଚାରୀଙ୍କ ଆନୁଗତ୍ୟ ବଢ଼ିଛି। ଯେପର୍ଯ୍ୟନ୍ତ ଲୋକଙ୍କୁ ଏଜୁକେଟ ନ କରିଛେ ସେପର୍ଯ୍ୟନ୍ତ ପରିବର୍ତ୍ତନ ହେବନି ବୋଲି ସେ କହିଛନ୍ତି।

ବିଏସକେଓ୍ୱାଇ, ଟଙ୍କିକିଆ ଚାଉଳ ଆଦି ସ୍କିମରୁ ବିଜେଡି ଫାଇଦା ପାଇଲା। ସରକାରୀ ଅର୍ଥରେ ଜଳସେଚନ, ଶିଳ୍ପ ନ କରି ସ୍କିମ୍ କରି ବିଜେଡି ଭୋଟ୍ ପାଇଲା। ଲୋକଙ୍କୁ ଏ ନେଇ ବୁଝାଇବାରେ ଆମେ ସଫଳ ହୋଇ ପାରିନାହୁଁ। ବିଜେପି ପାଖରେ ଅର୍ଥ ଅଛି, ମାତ୍ର ସେମାନେ ସାଲିସ କରି ଖର୍ଚ୍ଚ କଲେନି। ପୌର ନିର୍ବାଚନ ପାଇଁ ବେଶୀ ସମୟ ଆଉ ନାହିଁ। ପୌର ନିର୍ବାଚନରେ ସେମାନେ ଆଡଭାଣ୍ଟେଜ ସ୍ଥିତିରେ ରହିବେ ବୋଲି ସେ କହିଛନ୍ତି। 

Advertisment
Odisha Panchayat Elections Odisha Panchayat Polls Result
Advertisment
Advertisment