Advertisment

କୋରାପୁଟରେ କାମ ଦେଲାନି କି ନବୀନ ଯାଦୁ ?

ଆଜି ଦ୍ୱିତୀୟ ଦିନ ଗଣତିରେ ବି ୬ରୁ ଅଧିକ ସ୍ଥାନରେ ହାତ ଚିହ୍ନରେ ଲଢିଥିବା ପ୍ରାର୍ଥୀ ଆଗୁଆ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତଦଳର ବହୁ ଟାଣୁଆ ଆଦିବାସୀ ନେତାଙ୍କୁ ବିଜେଡି ନିଜ କ୍ୟାମ୍ପକୁ ନେଇଥିଲେ ବି କାହିଁକି କଂଗ୍ରେସକୁ ଆସ୍ଥା କଲେ ଭୋଟର ତାକୁ ନେଇ ଚାଲିଛି ଚର୍ଚ୍ଚା ।

author-image
Otv Khabar Bureau
Panchayat Mahasangram

Panchayat Mahasangram

ବିଜେଡି ଗଡ଼ରେ କଂଗ୍ରେସ୍‌ର ଦବ୍ଦବା । ଆମେ କହୁଛୁ କୋରାପୁଟ ଜିଲ୍ଲା କଥା ଯେଉଁଠି ଗତଥର ୨୨ ଜିଲ୍ଲା ପରିଷଦ ଆସନ ଏକାକୀ ବିଜେଡି ଜିତିଥିଲା, ଏଥର କିନ୍ତୁ କଂଗ୍ରେସ୍ ୧୫ ପାଖାପାଖି ହାତେଇବ ବୋଲି ଦାବି କରୁଛି । ଏଯାଏଁ ଦଳ ୫ଟି ଜୋନ୍‌ରେ ଜିତିସାରିଥିବା ବେଳେ ଆଉ ୬ ସିଟ୍‌ରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତଦଳର ବହୁ ଟାଣୁଆ ଆଦିବାସୀ ନେତାଙ୍କୁ ବିଜେଡି ନିଜ କ୍ୟାମ୍ପକୁ ନେଇଥିଲେ ବି କାହିଁକି କଂଗ୍ରେସକୁ ଆସ୍ଥା କଲେ ଭୋଟର ତାକୁ ନେଇ ଚାଲିଛି ଚର୍ଚ୍ଚା ।

Advertisment

କଂଗ୍ରେସ ଗଡ଼ରେ ବାଟବଣା ବିଜେଡି । କୋରାପୁଟରେ କାମ ଦେଲାନି ନବୀନ ଯାଦୁ । ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ପ୍ରମୁଖ ଆଦିବାସୀ ଇଲାକା କୋରାପୁଟରେ ବେଶ୍ ଭଲ ପ୍ରଦର୍ଶନ କରିଛି ଜାତୀୟ କଂଗ୍ରେସ । ପ୍ରଥମ ଦିନର ଫଳାଫଳ ଅନୁସାରେ ଜିଲ୍ଲାର ଦଶମନ୍ତପୁର, ଲମତାପୁଟ, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ସେମିଳିଗୁଡ଼ା ସହ ୫ଟି ଏବଂ ପଡ଼ୋଶୀ ରାୟଗଡ଼ା ଜିଲ୍ଲାର ଗୁଣୁପୁର ଓ ରାମନାଗୁଡ଼ା ଜିଲ୍ଲା ପରିଷଦ ଜୋନ୍‌କୁ ହାତେଇ ସାରିଛି କଂଗ୍ରେସ ।

ଆଜି ଦ୍ୱିତୀୟ ଦିନ ଗଣତିରେ ବି ୬ରୁ ଅଧିକ ସ୍ଥାନରେ ହାତ ଚିହ୍ନରେ ଲଢିଥିବା ପ୍ରାର୍ଥୀ ଆଗୁଆ ରହିଛନ୍ତି । ଯଦି ଗତ ନିର୍ବାଚନର ତଥ୍ୟକୁ ଦେଖିବା ତାହାଲେ କୋରାପୁଟର ମୋଟ୍ ୨୯ ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ୨୪ଟିରେ ଜିତିଥିଲା । ବାକି ୫ଟିରୁ କଂଗ୍ରେସ ୪ ଓ ବିଜେପି ଗୋଟିଏ ଆସନ ଦଖଲ କରିଥିଲା । ହେଲେ ଏଥର କିନ୍ତୁ ଫଳାଫଳ ପୁରା ଅଲଗା ପ୍ରକାର ଲାଗୁଛି ।

Advertisment

ଏଠି ପ୍ରଶ୍ନ ଗତ ପଞ୍ଚାୟତ ନିର୍ବାଚନରେ କୋରାପୁଟ ଜିଲ୍ଲା ପରିଷଦକୁ କବ୍ଜା କରିଥିବା ବିଜେଡି ଏଥର ଦୁର୍ବଳ ହେଲା କାହିଁକି? ଚାରିଆଡ଼େ ବିଜେଡି ବାନା ଉଡୁଥିବାବେଳେ କୋରାପୁଟରେ କାହିଁକି ହେଲା ବ୍ୟତିକ୍ରମ? ଯେଉଁ ବିଜେଡି ଦଳ ପଞ୍ଚାୟତ ଭୋଟ୍ ପୂର୍ବରୁ ଏଠିକାର ବହୁ ଟାଣୁଆ କଂଗ୍ରେସ ନେତା ଯେମିତିକି ପୂର୍ବତନ ବିଧାୟକ କୈଳାସ କୁଲେସିକା ଓ ଚନ୍ଦ୍ରଶେଖର ମାଝୀଙ୍କ ସହ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ ବି ନିଜ ଦଳକୁ ଟାଣିନେବାରେ ସମର୍ଥ ହେଲା, ତଥାପି ବି କାହିଁକି ପଛରେ ପଡ଼ିଲା?

କୁହାଯାଉଛି ଗତ ସାଧାରଣ ନିର୍ବାଚନରେ ସାରା ରାଜ୍ୟରେ କଂଗ୍ରେସର ମାନମହତ ରଖିଥିବା କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓ ଜିଲ୍ଲାରୁ ଏକମାତ୍ର କଂଗ୍ରେସ ବିଧାୟକ ଭାବେ ଜିତିଥିବା ଜୟପୁର ଏମ୍ଏଲ୍ଏ ତାରାପ୍ରସାଦ ବାହିନୀପତିଙ୍କ ତୃଣମୂଳସ୍ତରରେ ସଠିକ୍ ନିର୍ବାଚନ ପରିଚାଳନା ସାଙ୍ଗକୁ ଉଚିତ୍ ପ୍ରାର୍ଥୀ ଚୟନ ହିଁ କଂଗ୍ରେସକୁ ଫାଇଦା ଦେଲା । ତାସହ ହାତ ଛାଡ଼ି ଶଙ୍ଖ ଫୁଙ୍କିଥିବା ନେତାଙ୍କ ଉପରେ ବି ଭୋଟର ଭରସା କରିନାହାନ୍ତି । ଫଳାଫଳ ଧିରେ ଧିରେ ସ୍ପଷ୍ଟ ହୋଇଉଥିବାବେଳେ ଉଭୟ କଂଗ୍ରେସ ଓ ବିଜେଡି ଦୁହେଁ ଦମ୍ଭର ସହ କହୁଛନ୍ତି ଆମେ ଗଢିବୁ କୋରାପୁଟ ZP ।

କୋରାପୁଟରେ କଂଗ୍ରେସ ଭଲ ପ୍ରଦର୍ଶନ କରୁଥିବାବେଳେ ଗତକାଲିର ଘୋଷିତ ଫଳାଫଳ ଅନୁସାରେ ଗଜପତି ଜିଲ୍ଲାର ଗୁମ୍ମା ଓ ନୂଆଗଡ଼ ଜିଲ୍ଲା ପରିଷଦ ଜୋନ୍ ଦଖଲ ସହ କନ୍ଧମାଳର ରାଇକିଆ ଓ କୋଟଗଡ଼, ସୋନପୁରର ବୀରମହାରାଜପୁର ଏବଂ ମାଲକାନଗିରିର ଚିତ୍ରକୋଣ୍ଡା ସିଟ୍‌ରେ ଜିତିଛି ଦଳ ।

ରିପୋର୍ଟର- ଜୟପୁରରୁ ଟି.ଗୌରୀଶଙ୍କର

Odisha Panchayat Polls Panchayat Mahasangram
Advertisment
Advertisment