Advertisment

‘ନିର୍ବାଚନ ନଲଢ଼ି ବି ମୋତେ ଠେଙ୍ଗାରେ ପିଟିଲେ, କାର୍‌ ଜାଳିଦେଲେ’

ଗୋଟିଏପଟେ ଭୋଟ୍‌ ଗଣତି ଚାଲି ଥିବାବେଳେ ଅନ୍ୟପଟେ ହିଂସା ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ପୂର୍ବତନ ସରପଞ୍ଚଙ୍କ କାର୍‌କୁ  ଦୁର୍ବୃତ୍ତମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Attacks On Fomer Sarpanch

Attacks On Fomer Sarpanch

ଆଜି ପଞ୍ଚାୟତ ଭୋଟ୍‌ ଗଣତିର ତୃତୀୟ ଦିନ। ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ଗୋଟିଏପଟେ ଭୋଟ୍‌ ଗଣତି ଚାଲି ଥିବାବେଳେ ଅନ୍ୟପଟେ ହିଂସା ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ପୂର୍ବତନ ସରପଞ୍ଚଙ୍କ କାର୍‌କୁ  ଦୁର୍ବୃତ୍ତମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। 

Advertisment

ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ବେଲପଡା ପଞ୍ଚାୟତରେ ଏହି ହିଂସା ଘଟଣା ଦେଖିବାକୁ ମିଳିଛି। ଶନିବାର ଦିନ ପୂର୍ବତନ ସରପଞ୍ଚ  ଅଞ୍ଜନା ମେହେରଙ୍କ କାରକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ଭୋଟ୍‌ ଗଣତିର ପ୍ରଥମ ଦିନରେ ଏହି ଘଟଣା ଘଟିଥିଲା।  କାରଟି ହୁତୁହୁତୁ ହୋଇ ଜଳିବା ବେଳେ ସ୍ଥାନୀୟଲୋକ ଏହାକୁ ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବଙ୍ଗୋମୁଣ୍ଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁରେ ଗାଡ଼ିଟି ପୋଡ଼ି ଛାରଖାର ହୋଇଯାଇଛି। 

୨୦୧୭ ରେ ଅଞ୍ଜନା ସରପଞ୍ଚ ହୋଇଥିଲେ। ଏଥର କିନ୍ତୁ ନିଜ ଗାଁର ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ସନ୍ଦେହ କରି କିଛି ଦିନ ପୂର୍ବରୁ ବିରୋଧୀ ଗୋଷ୍ଠୀର ସରପଞ୍ଚ ପ୍ରାର୍ଥୀର ଲୋକେ ଅଞ୍ଜନା ମେହେରଙ୍କ ଘର ଉପରକୁ ଟେକାପଥର ମାଡ଼ କରିଥିଲେ। ତେଣୁ ବିରୋଧୀ ଗୋଷ୍ଠୀର ଲୋକେ ଅଞ୍ଜନାଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

Advertisment

ଘଟଣାକୁ ନେଇ ଅଞ୍ଜନା କହିଛନ୍ତି, ‘ଚଳିତ ବର୍ଷ ମୁଁ ନିର୍ବାଚନ ଲଢ଼ି ନଥିଲି। ତଥାପି ଦୁର୍ବୃତ୍ତମାନେ ଗତ ୨୦ ତାରିଖରେ ଭୋଟ୍‌ ଗ୍ରହଣ ଦିନ ମୋତେ ଧମକଚମକ ଦେବାସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏହାପରେ ଶନିବାର ଦିନ ଭୋଟ୍‌ ଗଣତି ଚାଲି ଥିବାବେଳେ ଦୁର୍ବୃତ୍ତମାନେ ମୋ କାର୍‌ ଜାଳି ଦେଇଛନ୍ତି। ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ମିଳୁ ବୋଲି ମୁଁ ପୋଲିସ୍‌କୁ ଅନୁରୋଧ କରୁଛି।’

Odisha Panchayat Polls Odisha Panchayat Elections Odisha Panchayat Poll Results
Advertisment
Advertisment