• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ୍ । ବିଜେଡି ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ । କହିଲେ ମିଶିଲିନି ବୋଲି ୭୦ କେସ୍‌ ଖାଇଲି । ଓଟିଭିରେ ପଞ୍ଚାୟତ ରାୟ ଡିବେଟ ଚାଲିଥିବା ବେଳେ ରାଜ୍ୟର ଜଣେ ବରିଷ୍ଠ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି, ‘ମୋତେ ବିଜେଡିରେ ମିଶିବାକୁ ଅଫର ଦିଆଯାଇଥିଲା । ଆଉ ସେହି ଅଫର ବିଜେପିରୁ ନିଲମ୍ବନ ହୋଇଥିବା ସମୟରେ ମୋତେ ମିଳିଥିଲା । କିନ୍ତୁ ସେ ଅଫର୍‌ ମୁଁ ଗ୍ରହଣ କରିନଥିଲି ଏବଂ ବିଜେଡିରେ ମିଶିନଥିଲି । ସବୁଠୁ ବଡ଼ କଥା ହେଲା ବିଜେଡିରେ ନମିଶିବା ଯୋଗୁଁ ମୋ ନାଁରେ ଅନେକ ମାମଲା ଯୋଡ଼ାଗଲା । ଏମିତିକି ପ୍ରାୟ ୭୦ଟି ଫଲ୍‌ସ କେସ୍‌ ତାଙ୍କ ନାଁରେ ଯୋଡ଼ାଯାଇଛି ।’

କେବଳ ବିଜେଡିର ଅଫର୍‌କୁ ଗ୍ରହଣ ନକରିବାରୁ ତାଙ୍କୁ ଏଭଳି ଦଶା ଭୋଗିବାକୁ ପଡ଼ିଥିବା ସେ କହିଛନ୍ତି । ଏମିତିକି ତାଙ୍କ ନାଁରେ ହତ୍ୟା ମାମଲା ମଧ୍ୟ ରହିଛି । ଯେଉଁ ଲୋକଙ୍କୁ ସେ ଜୀବନରେ କେବେ ଜାଣି ନାହାନ୍ତି କି ଦେଖିନାହାନ୍ତି ସେଭଳି ଲୋକର ହତ୍ୟାକାଣ୍ଡ ମାମଲାରେ ତାଙ୍କ ନାଁ ଗୁନ୍ଥା ଯାଇଥିବା ଖୋଦ୍‌ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ।

ଜୟନାରାୟଣ ମିଶ୍ର ଆହୁରି କହିଛନ୍ତି ଯେ, ଏଭଳି ଅନେକ ନେତାଙ୍କୁ ବିଜେଡି ଭୟ ଦେଖାଇ ଦଳରେ ସାମିଲ କରିବାକୁ ଚେଷ୍ଟା କରିଛି । ଆଉ ସେହି ଭୟରେ ନେତାମାନେ ନିଜ ଦଳ ଛାଡ଼ି ବିଜେଡରେ ସାମିଲ ମଧ୍ୟ ହୋଇଛନ୍ତି । ଅନ୍ୟପଟେ ବରିଷ୍ଠ ବିଜେପି ନେତା ଜୟନାରାୟଣଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡିର ବରିଷ୍ଠ ନେତା ରବି ନାରାୟଣ ନନ୍ଦ ।